ଜମିଜମା ମାମଲାରେ ସାଧାରଣ ଲୋକଙ୍କୁ ହଇରାଣ କରୁଥିବାରୁ ୟୁପି ଡିଜିପିଙ୍କୁ ସୁପ୍ରିମ୍‌କୋର୍ଟଙ୍କ ତାଗିଦ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଗତକାଲି ଉତ୍ତରପ୍ରଦେଶ ପୁଲିସ ଉପରେ ତୀବ୍ର ବର୍ଷିଛନ୍ତି। ଉତ୍ତରପ୍ରଦେଶ ପୁଲିସ ଲୋକମାନଙ୍କୁ ହଇରାଣ କରୁଥିବା ଅଭିଯୋଗ ହୋଇଛି। ଜମିଜମା ବିବାଦ ଥିବା ମାମଲାକୁ ଅପରାଧିକ ମାମଲାରେ ପରିବର୍ତ୍ତନ କରି ଉତ୍ତରପ୍ରଦେଶ ପୁଲିସ ଅଯଥା ଲୋକଙ୍କୁ ହଇରାଣ କରୁଥିବା ଅଭିଯୋଗ ରହିଛି। କୋର୍ଟ ଏନେଇ ପୁଲିସକୁ କଡ଼ା ଚେତାବନୀ ଦେଇଛି। କୋର୍ଟ କହିଛନ୍ତି, ଯଦି ଏଭଳି ଆଚରଣ ବନ୍ଦ ନହୁଏ ତେବେ କୋର୍ଟ ଏଭଳି ରାୟ ଦେବେ ଯେ ଡିଜିପିଙ୍କର ସାରା ଜୀବନ ମନେ ରହିବ। […]

Samaya Live Picture
Published On

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଗତକାଲି ଉତ୍ତରପ୍ରଦେଶ ପୁଲିସ ଉପରେ ତୀବ୍ର ବର୍ଷିଛନ୍ତି। ଉତ୍ତରପ୍ରଦେଶ ପୁଲିସ ଲୋକମାନଙ୍କୁ ହଇରାଣ କରୁଥିବା ଅଭିଯୋଗ ହୋଇଛି। ଜମିଜମା ବିବାଦ ଥିବା ମାମଲାକୁ ଅପରାଧିକ ମାମଲାରେ ପରିବର୍ତ୍ତନ କରି ଉତ୍ତରପ୍ରଦେଶ ପୁଲିସ ଅଯଥା ଲୋକଙ୍କୁ ହଇରାଣ କରୁଥିବା ଅଭିଯୋଗ ରହିଛି। କୋର୍ଟ ଏନେଇ ପୁଲିସକୁ କଡ଼ା ଚେତାବନୀ ଦେଇଛି। କୋର୍ଟ କହିଛନ୍ତି, ଯଦି ଏଭଳି ଆଚରଣ ବନ୍ଦ ନହୁଏ ତେବେ କୋର୍ଟ ଏଭଳି ରାୟ ଦେବେ ଯେ ଡିଜିପିଙ୍କର ସାରା ଜୀବନ ମନେ ରହିବ। ବିଭିନ୍ନ ଜମି ବିବାଦରେ ଜଣେ ବ୍ୟକ୍ତିଙ୍କ ବିରୋଧରେ ଉତ୍ତରପ୍ରଦେଶ ପୁଲିସ ଏକାଧିକ ମାମଲା ରୁଜୁ କରିଥିବା ବେଳେ ବ୍ୟକ୍ତି ଜଣଙ୍କ ଆଗୁଆ ଜାମିନ ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଜଷ୍ଟିସ ସୂର୍ଯ୍ୟକାନ୍ତ ଏବଂ ଉଜ୍ଜ୍ବଳ ଭୂୟାଁଙ୍କ ଖଣ୍ଡପୀଠ ଏହି ଆଗୁଆ ଜାମିନ ଆବେଦନ ଉପରେ ଶୁଣାଣି କରିବା ସମୟରେ ଉକ୍ତ ଟିପ୍ପଣୀ ଦେଇଛନ୍ତି। ଉତ୍ତରପ୍ରଦେଶ ସରକାରଙ୍କ ପାଇଁ ହାଜର ହୋଇ ବରିଷ୍ଠ ଓକିଲ ରାଣା ମୁଖାର୍ଜୀ କହିଥିଲେ ଯେ ଅଭିଯୁକ୍ତ ତଦନ୍ତ ପ୍ରକ୍ରିୟାରେ ସାମିଲ ନହୋଇ ଗିରଫରୁ ସୁରକ୍ଷା ଚାହୁଛନ୍ତି। ଏହି ସମୟରେ କୋର୍ଟ କହିଥିଲେ ଯେ ପୁଲିସ କାଳେ ତାଙ୍କ ବିରୋଧରେ ଅନ୍ୟ ଏକ ମାମଲା ରୁଜୁ କରିଦେବ ଏବଂ ତାଙ୍କୁ ଗିରଫ କରିଦେବ ସେହି ଭୟ‌ରେ ସେ ତଦନ୍ତ ପାଇଁ ହାଜର ହୋଇନାହାନ୍ତି।

Tags: