ଜନସଂଖ୍ୟାରେ ଚୀନ୍କୁ ପଛରେ ପକାଇଲା ଭାରତ

ନୂଆଦିଲ୍ଲୀ : ଭାରତ ଖୁବ୍‌ ଶୀଘ୍ର ବିଶ୍ବର ସର୍ବାଧିକ ଜନବହୁଳ ରାଷ୍ଟ୍ରରେ ପରିଣତ ହେବ। ଜନସଂଖ୍ୟା‌‌ରେ ଭାରତ ଚୀନ୍‌କୁ ଟପିଯାଇଛି। ବୁଧବାର ପ୍ରକାଶିତ ମିଳିତ ଜାତିସଂଘ ତଥ୍ୟରୁ ଜଣାପଡ଼ିଛି ଯେ ଚଳିତ ବର୍ଷ ମଧ୍ୟଭାଗରେ ଭାରତ ଅଧିକ ୩ ନିୟୁତ ଜନସଂଖ୍ୟା ସହ ଚୀନ୍‌କୁ ଅତିକ୍ରମ କରି ବିଶ୍ବର ସର୍ବାଧିକ ଜନବହୁଳ ରାଷ୍ଟ୍ରରେ ପରିଣତ ହେବ। ୟୁନାଇଟେଡ ନେସନ୍ସ ପପୁଲେସନ ଫଣ୍ଡ୍ସ (ୟୁଏନଏଫପିଏ)ର ‘‌ଷ୍ଟେଟ ଅଫ ୱାର୍ଲ୍ଡ ପପୁଲେସନ ରିପୋର୍ଟ, ୨୦୨୩’ ର ତଥ୍ୟ ଆକଳନ ଅନୁଯାୟୀ […]

Samaya Live Picture
Published On

ନୂଆଦିଲ୍ଲୀ : ଭାରତ ଖୁବ୍‌ ଶୀଘ୍ର ବିଶ୍ବର ସର୍ବାଧିକ ଜନବହୁଳ ରାଷ୍ଟ୍ରରେ ପରିଣତ ହେବ। ଜନସଂଖ୍ୟା‌‌ରେ ଭାରତ ଚୀନ୍‌କୁ ଟପିଯାଇଛି। ବୁଧବାର ପ୍ରକାଶିତ ମିଳିତ ଜାତିସଂଘ ତଥ୍ୟରୁ ଜଣାପଡ଼ିଛି ଯେ ଚଳିତ ବର୍ଷ ମଧ୍ୟଭାଗରେ ଭାରତ ଅଧିକ ୩ ନିୟୁତ ଜନସଂଖ୍ୟା ସହ ଚୀନ୍‌କୁ ଅତିକ୍ରମ କରି ବିଶ୍ବର ସର୍ବାଧିକ ଜନବହୁଳ ରାଷ୍ଟ୍ରରେ ପରିଣତ ହେବ। ୟୁନାଇଟେଡ ନେସନ୍ସ ପପୁଲେସନ ଫଣ୍ଡ୍ସ (ୟୁଏନଏଫପିଏ)ର ‘‌ଷ୍ଟେଟ ଅଫ ୱାର୍ଲ୍ଡ ପପୁଲେସନ ରିପୋର୍ଟ, ୨୦୨୩’ ର ତଥ୍ୟ ଆକଳନ ଅନୁଯାୟୀ ଚୀନ୍‌ ଜନସଂଖ୍ୟା ୧.୪୨୫୭ ବିଲିଅନ ତୁଳନାରେ ଭାରତର ଜନସଂଖ୍ୟା ୧.୪୨୮୬ ବିଲିଅନ। ୩୪୦ ନିୟୁତ ଜନସଂଖ୍ୟା ସହ ଆମେରିକା ତୃତୀୟ ସ୍ଥାନରେ ରହିଛି। ୨୦୨୩ ଫେବୃଆରି ସୁଦ୍ଧା ସଂଗୃହିତ ସୂଚନାନୁଯାୟୀ ଏହି ତଥ୍ୟ ପ୍ରସ୍ତୁତ କରାଯାଇଛି। ଜାତିସଂଘର ପୂର୍ବ ତଥ୍ୟ ଆଧାରରେ ଜନସଂଖ୍ୟା ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି ଯେ ଚଳିତ ମାସରେ ଭାରତ ଜନସଂଖ୍ୟାରେ ଚୀନ୍‌କୁ ଅତିକ୍ରମ କରିବ। କିନ୍ତୁ ଏନେଇ କୌଣସି ନିର୍ଦ୍ଦିଷ୍ଟ ତାରିଖ ଦିଆଯାଇନାହିଁ। ଜାତିସଂଘର ଜନସଂଖ୍ୟା ଅଧିକାରୀମାନେ କହିଛନ୍ତି ଯେ ଭାରତ ଏବଂ ଚୀନ୍‌ରୁ ଆସୁଥିବା ତଥ୍ୟକୁ ନେଇ ଅନିଶ୍ଚିତତା ରହିଥିବାରୁ ତାରିଖ ନିର୍ଦ୍ଦିଷ୍ଟ କରିବା ଅସମ୍ଭ। ୨୦୧୧ରେ ଭାରତର ଶେଷ ଜନଗଣନା କରାଯାଇଥିଲା ଏବଂ ପରବର୍ତ୍ତୀ ସମୟରେ ୨୦୨୧ରେ କରୋନା ମହାମାରୀ ଯୋଗୁଁ ଭାରତରେ ଜନଗଣନା ବିଳମ୍ବ ହୋଇଛି। ଯଦିଓ ଭାରତ ଏବଂ ଚୀନ୍ ଜନସଂଖ୍ୟା ଆନୁମାନିକ ବିଶ୍ବ ଜନସଂଖ୍ୟାର ଏକ ତୃତୀୟାଂଶରୁ ଅଧିକ ହେବ ତଥା ୮.୦୪୫ ବିଲିଅନ ହେବ ତଥାପି ଉଭୟ ଏସୀୟ ରାଷ୍ଟ୍ରରେ ଜନସଂଖ୍ୟା ବୃଦ୍ଧି ମନ୍ଥର ହୋଇଛି। ଭାରତ ତୁଳନାରେ ଚୀନ୍‌ରେ ଜନସଂଖ୍ୟା ବୃଦ୍ଧି ଅଧିକ ମନ୍ଥର ହୋଇଛି। ଗତବର୍ଷ ଚୀନ୍‌ ଜନସଂଖ୍ୟା ୬ ଦଶନ୍ଧିରେ ପ୍ରଥମ ଥର ପାଇଁ ହ୍ରାସ ପାଇଥିଲା। ଏହା ଏକ ଐତିହାସିକ ମୋଡ଼। ସରକାରୀ ତଥ୍ୟ ଅନୁଯାୟୀ ୨୦୧୧ ମସିହାରୁ ଭାରତର ବାର୍ଷିକ ଜନସଂଖ୍ୟା ଅଭିବୃଦ୍ଧି ହାରାହାରି ୧.୨ ପ୍ରତିଶତ ରହିଛି। ଅନ୍ୟପକ୍ଷେ ଏହାର ପୂର୍ବ ୧୦ ବର୍ଷରେ ଜନସଂଖ୍ୟା ଅଭିବୃଦ୍ଧି ହାର ୧.୭ ପ୍ରତିଶତ ଥିଲା।

Tags: