ଜନଶୂନ୍ୟ ହୋଇଯିବ ଋଷର ୧୩୦ ସହର
ମସ୍କୋ: କରୋନା ମହାମାରୀ ପରେ ଋଷିଆରେ ଜନସଂଖ୍ୟା ବ୍ୟାପକ ମାତ୍ରାରେ ହ୍ରାସ ପାଉଥିବାବେଳେ ଆଗାମୀ ଦିନରେ ଏହାର ୧୩୦ ସହର ଜନଶୂନ୍ୟ ହୋଇଯିବ ବୋଲି ଏକ ଗବେଷଣାରୁ ଜଣାପଡ଼ିଛି। ୩.୪ ନିୟୁତ ଜନସଂଖ୍ୟା ବିଶିଷ୍ଟ ଏହି ସହର ସବୁ ଜନସଂଖ୍ୟା ବୃଦ୍ଧି ଟ୍ରେଣ୍ଡ ବିପରୀତଗାମୀ ହେଉଥିବା ଦେଖିବାକୁ ମିଳିଛି। ଇଜଭେଷ୍ଟିଆ ଖବରକାଗଜ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁଯାୟୀ, ନିଯୁକ୍ତି ସୁଯୋଗ ନଥିବାରୁ ଏହିସବୁ ସହରରୁ ଲୋକମାନେ ଅନ୍ୟତ୍ର ସ୍ଥାନାନ୍ତର ହେଉଥିବା ଦେଖିବାକୁ ମିଳୁଛି। ନ୍ୟୁଜ ଏଜେନ୍ସି ଟିଏଏସଏସ […]
ମସ୍କୋ: କରୋନା ମହାମାରୀ ପରେ ଋଷିଆରେ ଜନସଂଖ୍ୟା ବ୍ୟାପକ ମାତ୍ରାରେ ହ୍ରାସ ପାଉଥିବାବେଳେ ଆଗାମୀ ଦିନରେ ଏହାର ୧୩୦ ସହର ଜନଶୂନ୍ୟ ହୋଇଯିବ ବୋଲି ଏକ ଗବେଷଣାରୁ ଜଣାପଡ଼ିଛି। ୩.୪ ନିୟୁତ ଜନସଂଖ୍ୟା ବିଶିଷ୍ଟ ଏହି ସହର ସବୁ ଜନସଂଖ୍ୟା ବୃଦ୍ଧି ଟ୍ରେଣ୍ଡ ବିପରୀତଗାମୀ ହେଉଥିବା ଦେଖିବାକୁ ମିଳିଛି। ଇଜଭେଷ୍ଟିଆ ଖବରକାଗଜ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁଯାୟୀ, ନିଯୁକ୍ତି ସୁଯୋଗ ନଥିବାରୁ ଏହିସବୁ ସହରରୁ ଲୋକମାନେ ଅନ୍ୟତ୍ର ସ୍ଥାନାନ୍ତର ହେଉଥିବା ଦେଖିବାକୁ ମିଳୁଛି। ନ୍ୟୁଜ ଏଜେନ୍ସି ଟିଏଏସଏସ ଅନୁଯାୟୀ ରଷିଆନ୍ ପ୍ରେସିଡେନ୍ସିଆଲ ଏକାଡେମୀ ଅଫ ନାସନାଲ ଇକୋନମି ଆଣ୍ଡ ପବ୍ଲିକ ଆଡମିନିଷ୍ଟ୍ରେସନ (ଆରଏଏନଇପିଏ) ପକ୍ଷରୁ କରାଯାଇଥିବା ଗବେଷଣା ଅନୁଯାୟୀ, ପ୍ରାୟ ୩.୪ ନିୟୁତ ଲୋକ ଏମିତି ସହରରେ ରହୁଛନ୍ତି ଯେଉଁଠି ଜନସଂଖ୍ୟା ୫୦,୦୦୦ରୁ କମ୍ ହେବ। ଏହି ସବୁ ସହରରେ ଏକ ଦଶନ୍ଧିରେ ୩୧୪,୫୦୦ରୁ ଅଧିକ ଲୋକ ସଂଖ୍ୟା ହ୍ରାସ ପାଇଲେଣି।




