ଜଣେ ସଂସଦ ଅନୁପ୍ରବେଶକାରୀ ବିଜେପି ସାଂସଦଙ୍କ ନାଁରେ ଭିଜିଟର ପାସ୍ ପାଇଥିଲା, ଅନ୍ୟ ଜଣେ ମହୀଶୁର ଇଂଜିନିୟର
ନୂଆଦିଲ୍ଲୀ : ଲୋକସଭାରେ ଆଜି ବ୍ୟାପକ ସୁରକ୍ଷା ତ୍ରୁଟି ହୋଇଛି। ୨ ଜଣ ଅନୁପ୍ରବେଶକାରୀ ଆଜି ଲୋକସଭାରେ ଗୃହକାର୍ଯ୍ୟ ଚାଲିଥିବାବେଳେ ହଠାତ ଲୋକସଭା ଚ୍ୟାମ୍ବରକୁ ଧସେଇ ପଶିଥିଲେ। ତେବେ ଜାଣିବାକୁ ମିଳିଛି ଯେ ଉକ୍ତ ୨ ଜଣ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ହେଉଛି ସାଗର ଶର୍ମା। ତା’ ପାଖରେ ବିଜେପି ସାଂସଦ ପ୍ରତାପ ସିହ୍ନାଙ୍କ ନାଁରେ ଭିଜିଟର୍ ପାସ୍ ଥିଲା। ସେହିପରି ଅନ୍ୟ ଜଣେ ଅନୁପ୍ରବେଶକାରୀ ହେଉଛି ମହୀଶୁରର ଜଣେ ଇଞ୍ଜିନିୟର। ତା’ ନାଁ ମନୋରଞ୍ଜନ ଡି। […]
ନୂଆଦିଲ୍ଲୀ : ଲୋକସଭାରେ ଆଜି ବ୍ୟାପକ ସୁରକ୍ଷା ତ୍ରୁଟି ହୋଇଛି। ୨ ଜଣ ଅନୁପ୍ରବେଶକାରୀ ଆଜି ଲୋକସଭାରେ ଗୃହକାର୍ଯ୍ୟ ଚାଲିଥିବାବେଳେ ହଠାତ ଲୋକସଭା ଚ୍ୟାମ୍ବରକୁ ଧସେଇ ପଶିଥିଲେ। ତେବେ ଜାଣିବାକୁ ମିଳିଛି ଯେ ଉକ୍ତ ୨ ଜଣ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ହେଉଛି ସାଗର ଶର୍ମା। ତା’ ପାଖରେ ବିଜେପି ସାଂସଦ ପ୍ରତାପ ସିହ୍ନାଙ୍କ ନାଁରେ ଭିଜିଟର୍ ପାସ୍ ଥିଲା। ସେହିପରି ଅନ୍ୟ ଜଣେ ଅନୁପ୍ରବେଶକାରୀ ହେଉଛି ମହୀଶୁରର ଜଣେ ଇଞ୍ଜିନିୟର। ତା’ ନାଁ ମନୋରଞ୍ଜନ ଡି। ଉକ୍ତ ଘଟଣା ପରେ ଗୃହକୁ ତୁରନ୍ତ ମୁଲତବୀ ରଖାଯାଇଥିଲା। ସଂସଦ ଆକ୍ରମଣକୁ ୨୨ ବର୍ଷ ପୂର୍ତ୍ତି ଅବସରରେ ଆଜି ଏହି ଘଟଣା ଘଟିଛି।




