ଜଣେ ଯୁବତୀଙ୍କ ସହ ଶାରୀରିକ ସଂପର୍କ ରଖି ୧୯ ଯୁବକ ଏଡ୍ସରେ ଆକ୍ରାନ୍ତ
ନୈନିତାଲ: ଉତ୍ତରାଖଣ୍ଡର ନୈନିତାଲରେ ଜଣେ ୧୭ ବର୍ଷୀୟା ନାବାଳିକାଙ୍କ ସହ ଯୌନ ସମ୍ପର୍କ ରଖିବା ପରେ ୧୯ରୁ ଅଧିକ ଯୁବକ ଏଚ୍ଆଇଭି/ଏଡ୍ସରେ ଆକ୍ରାନ୍ତ ହୋଇଛନ୍ତି। ହେରୋଇନ୍ ନିଶାରେ ଆସକ୍ତ ଯୁବତୀ ଜଣକ ନିଶା ପାଇଁ ଅର୍ଥ ଯୋଗାଉଥିବା ଯୁବକଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। ଝିଅର ନିଶାସକ୍ତି ଏହି ଦୁର୍ଭାଗ୍ୟଜନକ ପରିସ୍ଥିତି ସୃଷ୍ଟି କରିଛି ଏବଂ ଆମେ କାଉନସେଲିଂ ଓ ସହାୟତା ପ୍ରଦାନ କରୁଛୁ ବୋଲି ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି। ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ଯୋଗୁଁ […]
ନୈନିତାଲ: ଉତ୍ତରାଖଣ୍ଡର ନୈନିତାଲରେ ଜଣେ ୧୭ ବର୍ଷୀୟା ନାବାଳିକାଙ୍କ ସହ ଯୌନ ସମ୍ପର୍କ ରଖିବା ପରେ ୧୯ରୁ ଅଧିକ ଯୁବକ ଏଚ୍ଆଇଭି/ଏଡ୍ସରେ ଆକ୍ରାନ୍ତ ହୋଇଛନ୍ତି। ହେରୋଇନ୍ ନିଶାରେ ଆସକ୍ତ ଯୁବତୀ ଜଣକ ନିଶା ପାଇଁ ଅର୍ଥ ଯୋଗାଉଥିବା ଯୁବକଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। ଝିଅର ନିଶାସକ୍ତି ଏହି ଦୁର୍ଭାଗ୍ୟଜନକ ପରିସ୍ଥିତି ସୃଷ୍ଟି କରିଛି ଏବଂ ଆମେ କାଉନସେଲିଂ ଓ ସହାୟତା ପ୍ରଦାନ କରୁଛୁ ବୋଲି ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି। ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ଯୋଗୁଁ ଯୁବକମାନେ ରାମଦତ୍ତ ଯୋଶୀ ଜଏଣ୍ଟ ହସ୍ପିଟାଲରେ ଥିବା ଇଣ୍ଟିଗ୍ରେଟେଡ୍ କାଉନସେଲିଂ ଆଣ୍ଡ ଟେଷ୍ଟିଂ ସେଣ୍ଟର (ଆଇସିଟିସି)କୁ ଯିବା ଆରମ୍ଭ କରିଥିଲେ। ପରୀକ୍ଷଣରୁ ଅନେକେ ଏଚ୍ଆଇଭି ପଜିଟିଭ୍ ଥିବା ଜଣାପଡ଼ିବା ପରେ ଏକ ଅନୁସନ୍ଧାନ କରାଯାଇଥିଲା ଯେଉଁଥିରେ ଯୁବତୀଙ୍କ ସହ ସେମାନଙ୍କ ସମ୍ପର୍କ ସାମ୍ନାକୁ ଆସିଥିଲା। ନିଶା ପାଇଁ ଟଙ୍କା ଲୋଭରେ ନାବାଳିକା ଜଣକ ସ୍ଥାନୀୟ ଯୁବକଙ୍କ ସହ ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଛି, ଯେଉଁମାନେ ତାଙ୍କ ଏଚ୍ଆଇଭି ସ୍ଥିତି ବିଷୟରେ ଜାଣି ନ ଥିଲେ। ନୈନିତାଲର ମୁଖ୍ୟ ଚିକିତ୍ସା ଅଧିକାରୀ ହରିଶ ଚନ୍ଦ୍ର ପନ୍ତ ଏହି ଅଞ୍ଚଳରେ ହଠାତ୍ ଏଚ୍ଆଇଭି ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଚିନ୍ତା ପ୍ରକଟ କରିଛନ୍ତି। ପନ୍ତ କହିଛନ୍ତି, ସାଧାରଣତଃ ବାର୍ଷିକ ପ୍ରାୟ ୨୦ ଜଣ ଏଚ୍ଆଇଭି ପଜିଟିଭ୍ ଚିହ୍ନଟ ହୁଅନ୍ତି। କିନ୍ତୁ ଚଳିତ ବର୍ଷ ମାତ୍ର ୫ ମାସ ମଧ୍ୟରେ ୧୯ଟି ନୂଆ ମାମଲା ସାମ୍ନାକୁ ଆସିଛି। ଗତ ୧୭ ମାସ ମଧ୍ୟରେ ରାମନଗରରେ ୪୫ ଜଣ ଏଚ୍ଆଇଭି ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସବୁଠାରୁ ଚିନ୍ତାର ବିଷୟ ହେଉଛି ଏମାନଙ୍କ ମଧ୍ୟରୁ ଅନେକ ବିବାହିତ ଏବଂ ସେମାନଙ୍କ ଜୀବନସାଥୀ ମଧ୍ୟ ଏହି ରୋଗରେ ଆକ୍ରାନ୍ତ ହୋଇଛନ୍ତି।




