ଜଗନଙ୍କ କ୍ଷମତାରେ ତିରୁପତି ମନ୍ଦିର ଦାନବାକ୍ସରୁ ୧୦୦ କୋଟି ଲୁଟ୍‌ ଅଭିଯୋଗ

ତିରୁପତି: ୱାଇ ଏସ୍ ଜଗନ ମୋହନ ରେଡ୍ଡୀଙ୍କ ନେତୃତ୍ବାଧୀନ ୱାଇଏସ୍‌ଆର୍‌ କଂଗ୍ରେସ କ୍ଷମତାରେ ଥିବା ସମୟରେ ତିରୁପତି ମନ୍ଦିର ଦାନବାକ୍ସରୁ ୧୦୦ କୋଟି ଟଙ୍କା ଲୁଟ୍‌ ହୋଇଥିବା ଟିଡିପି ନେତା ନର ଲୋକେଶ ଅଭିଯୋଗ କରିଛନ୍ତି। ତିରୁମାଳା ତିରୁପତି ଦେବସ୍ଥାନମ (ଟିଟିଡି) ସଦସ୍ୟ ଭାନୁ ପ୍ରକାଶ ରେଡ୍ଡୀ ମଧ୍ୟ କହିଛନ୍ତି, ମନ୍ଦିରର କର୍ମଚାରୀ ରବି କୁମାର ଦାନବାକ୍ସରୁ ଟଙ୍କା ଚୋରି କରୁଥିବା ସିସିଟିଭି ଫୁଟେଜରୁ ଦେଖାଯାଇଛି। ତିରୁପତି ମନ୍ଦିରରୁ ଚୋରି ଅର୍ଥକୁ ରିୟଲ ଇଷ୍ଟେଟ କ୍ଷେତ୍ରରେ ବିନିଯୋଗ […]

ଜଗନଙ୍କ କ୍ଷମତାରେ ତିରୁପତି ମନ୍ଦିର ଦାନବାକ୍ସରୁ ୧୦୦ କୋଟି ଲୁଟ୍‌ ଅଭିଯୋଗ
Samaya Live Picture
Published On

ତିରୁପତି: ୱାଇ ଏସ୍ ଜଗନ ମୋହନ ରେଡ୍ଡୀଙ୍କ ନେତୃତ୍ବାଧୀନ ୱାଇଏସ୍‌ଆର୍‌ କଂଗ୍ରେସ କ୍ଷମତାରେ ଥିବା ସମୟରେ ତିରୁପତି ମନ୍ଦିର ଦାନବାକ୍ସରୁ ୧୦୦ କୋଟି ଟଙ୍କା ଲୁଟ୍‌ ହୋଇଥିବା ଟିଡିପି ନେତା ନର ଲୋକେଶ ଅଭିଯୋଗ କରିଛନ୍ତି। ତିରୁମାଳା ତିରୁପତି ଦେବସ୍ଥାନମ (ଟିଟିଡି) ସଦସ୍ୟ ଭାନୁ ପ୍ରକାଶ ରେଡ୍ଡୀ ମଧ୍ୟ କହିଛନ୍ତି, ମନ୍ଦିରର କର୍ମଚାରୀ ରବି କୁମାର ଦାନବାକ୍ସରୁ ଟଙ୍କା ଚୋରି କରୁଥିବା ସିସିଟିଭି ଫୁଟେଜରୁ ଦେଖାଯାଇଛି। ତିରୁପତି ମନ୍ଦିରରୁ ଚୋରି ଅର୍ଥକୁ ରିୟଲ ଇଷ୍ଟେଟ କ୍ଷେତ୍ରରେ ବିନିଯୋଗ କରାଯାଇଥିବା ଅଭିଯୋଗ ହୋଇଛି। ଏପରିକି ଜଗନ ରେଡ୍ଡୀଙ୍କ ଘର ତାଡେପାଲ୍ଲି ପ୍ୟାଲେସରେ ଏହା ଖର୍ଚ୍ଚ ହୋଇଥିବା ସେ କହିଛନ୍ତି। ୨୦୧୯ରୁ ୨୦୨୪ ମଧ୍ୟରେ ଏହି ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି।

Tags: