ଛାତ୍ର ଆତ୍ମହତ୍ୟା ବୃଦ୍ଧି ପାଇବା ନେଇ ଚିନ୍ତା ପ୍ରକଟ କ‌ଲେ ରାଷ୍ଟ୍ରପତି ମୁର୍ମୁ

ନୂଆଦିଲ୍ଲୀ: ରାଜସ୍ଥାନର କୋଟାରେ ଗତ କିଛିଦିନ ଧରି ଛାତ୍ର ଆତ୍ମହତ୍ୟା ବୃଦ୍ଧି ପାଉଛି। କୋଟାରେ ନିକଟରେ ୨ ଜଣ ନିଟ୍‌ ଆଶାୟୀ ଆତ୍ମହତ୍ୟା ଘଟଣାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗଭୀର ଚିନ୍ତା ପ୍ରକଟ କରିଛନ୍ତି। ଛାତ୍ରମାନେ କିଭଳି ସକରାତ୍ମକ ଭାବେ ପାଠପଢ଼ା ଚାପର ମୁକାବିଲା କରିପାରିବେ ସେନେଇ ସେମାନଙ୍କୁ ସହଯୋଗ କରିବାପାଇଁ ରାଷ୍ଟ୍ରପତି ସମସ୍ତ ପକ୍ଷଙ୍କୁ ଅନୁରୋଧ କରିଛନ୍ତି। ରାଷ୍ଟ୍ରପତି ମୁର୍ମୁ କହିଛନ୍ତି, ଛାତ୍ରମାନେ ନକାରାତ୍ମକ ଚିନ୍ତାଧାରା ପାଇଁ ଏଭଳି ଚରମ ପଦ‌କ୍ଷେପ ନେବା ଘଟଣାରେ ସେ […]

Samaya Live Picture
Published On

ନୂଆଦିଲ୍ଲୀ: ରାଜସ୍ଥାନର କୋଟାରେ ଗତ କିଛିଦିନ ଧରି ଛାତ୍ର ଆତ୍ମହତ୍ୟା ବୃଦ୍ଧି ପାଉଛି। କୋଟାରେ ନିକଟରେ ୨ ଜଣ ନିଟ୍‌ ଆଶାୟୀ ଆତ୍ମହତ୍ୟା ଘଟଣାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗଭୀର ଚିନ୍ତା ପ୍ରକଟ କରିଛନ୍ତି। ଛାତ୍ରମାନେ କିଭଳି ସକରାତ୍ମକ ଭାବେ ପାଠପଢ଼ା ଚାପର ମୁକାବିଲା କରିପାରିବେ ସେନେଇ ସେମାନଙ୍କୁ ସହଯୋଗ କରିବାପାଇଁ ରାଷ୍ଟ୍ରପତି ସମସ୍ତ ପକ୍ଷଙ୍କୁ ଅନୁରୋଧ କରିଛନ୍ତି। ରାଷ୍ଟ୍ରପତି ମୁର୍ମୁ କହିଛନ୍ତି, ଛାତ୍ରମାନେ ନକାରାତ୍ମକ ଚିନ୍ତାଧାରା ପାଇଁ ଏଭଳି ଚରମ ପଦ‌କ୍ଷେପ ନେବା ଘଟଣାରେ ସେ ଖୁବ୍‌ ଦୁଃଖିତ। ପିଲାମାନଙ୍କର ମାନସିକତାକୁ ବୁଝି ସେମାନଙ୍କୁ ସାହାଯ୍ୟ କରିବାପାଇଁ ମୁର୍ମୁ ପରିବାର ସଦସ୍ୟ, ବନ୍ଧୁ, ଶିକ୍ଷକ ଏବଂ ସମାଜକୁ ଅନୁରୋଧ କରିଛନ୍ତି। ଛତିଶଗଡ଼ର ରାୟପୁରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ରାଷ୍ଟ୍ରପତି ମୁର୍ମୁ ଏହି ଟିପ୍ପଣୀ ଦେଇଛନ୍ତି। ରାଷ୍ଟ୍ରପତି କହିଛନ୍ତି, ଗୋଟିଏ ପଟେ ଆମ ‌ଦେଶ ପ୍ରତିଦିନ ନୂଆ ସଫଳତା ହାସଲ କରୁଛି। ଚନ୍ଦ୍ରରେ ଆମେ ପତାକା ଉଡ଼ାଇଲେଣି। କିନ୍ତୁ ଅନ୍ୟପକ୍ଷେ ଛାତ୍ର ଆତ୍ମହତ୍ୟା ବୃଦ୍ଧି ପାଇବା ଅତ୍ୟନ୍ତ ଚିନ୍ତାଜନକ। ରାଷ୍ଟ୍ରପତି ମୁର୍ମୁ ଏବେ ୨ ଦିନିଆ ଛତିଶଗଡ଼ ଗସ୍ତରେ ଅଛନ୍ତି।

Tags: