ଛାତ୍ର ଆତ୍ମହତ୍ୟା ବଢ଼ୁଛି, କୋଟା କୋଚିଂ ସେଣ୍ଟର ପାଇଁ ନିର୍ଦ୍ଦେଶାବଳି ଜାରି କଲେ ରାଜସ୍ଥାନ ସରକାର
ଜୟପୁର: କୋଟାରେ ଛାତ୍ର ଆତ୍ମହତ୍ୟା ଲଗାତାର ଭାବେ ବଢ଼ୁଥିବାରୁ ରାଜସ୍ଥାନ ସରକାର କୋଚିଂ ସେଣ୍ଟର ପାଇଁ ନିର୍ଦ୍ଦେଶାବଳି ଜାରି କରିଛନ୍ତି। ସରକାର ଜାରି କରିଥିବା ନିର୍ଦ୍ଦେଶାବଳି ଅନୁଯାୟୀ ଟପରମାନଙ୍କୁ ପୁରସ୍କୃତ କରାଯିବନାହିଁ। ରୁଟିନ ଟେଷ୍ଟ୍କୁ ଗୁପ୍ତ ରଖାଯିବ। ଛାତ୍ରଛାତ୍ରୀଙ୍କୁ ରାଙ୍କ୍ ଅନୁଯାୟୀ ବିଭାଜନ କରାଯିବନି। ସେହିପରି ଯେଉଁ ଛାତ୍ର ଶିକ୍ଷାନୁଷ୍ଠାନ ଛାଡ଼ିବାକୁ ଚାହିବେ ୧୨୦ ଦିନ ମଧ୍ୟରେ ତାଙ୍କର ପୂରା ଟଙ୍କା କୋଚିଂ ସେଣ୍ଟର ଫେରାଇବେ। ଉଲ୍ଲେଖଯୋଗ୍ୟ, କୋଟାରେ କୋଚିଂ ସେଣ୍ଟରରେ ଆତ୍ମହତ୍ୟା ବଢ଼ିବାପରେ ରାଜ୍ୟ ସରକାର […]
ଜୟପୁର: କୋଟାରେ ଛାତ୍ର ଆତ୍ମହତ୍ୟା ଲଗାତାର ଭାବେ ବଢ଼ୁଥିବାରୁ ରାଜସ୍ଥାନ ସରକାର କୋଚିଂ ସେଣ୍ଟର ପାଇଁ ନିର୍ଦ୍ଦେଶାବଳି ଜାରି କରିଛନ୍ତି। ସରକାର ଜାରି କରିଥିବା ନିର୍ଦ୍ଦେଶାବଳି ଅନୁଯାୟୀ ଟପରମାନଙ୍କୁ ପୁରସ୍କୃତ କରାଯିବନାହିଁ। ରୁଟିନ ଟେଷ୍ଟ୍କୁ ଗୁପ୍ତ ରଖାଯିବ। ଛାତ୍ରଛାତ୍ରୀଙ୍କୁ ରାଙ୍କ୍ ଅନୁଯାୟୀ ବିଭାଜନ କରାଯିବନି। ସେହିପରି ଯେଉଁ ଛାତ୍ର ଶିକ୍ଷାନୁଷ୍ଠାନ ଛାଡ଼ିବାକୁ ଚାହିବେ ୧୨୦ ଦିନ ମଧ୍ୟରେ ତାଙ୍କର ପୂରା ଟଙ୍କା କୋଚିଂ ସେଣ୍ଟର ଫେରାଇବେ। ଉଲ୍ଲେଖଯୋଗ୍ୟ, କୋଟାରେ କୋଚିଂ ସେଣ୍ଟରରେ ଆତ୍ମହତ୍ୟା ବଢ଼ିବାପରେ ରାଜ୍ୟ ସରକାର ଶିକ୍ଷା ସଚିବ ଭବାନୀ ସିଂହଙ୍କ ନେତୃତ୍ବରେ ଏକ ୧୫ ଜଣିଆ କମିଟି ଗଠନ କରିଥିଲେ। ଏହାର କିଛି ଦିନ ପରେ ସରକାର ୯ ପୃଷ୍ଠାର ଏକ ନିର୍ଦ୍ଦେଶାବଳି ଜାରି କରିଛନ୍ତି। କୋଚିଂ ଇନଷ୍ଟିଚ୍ୟୁଟ୍ ଏବଂ ସମସ୍ତ ପକ୍ଷଙ୍କ ସହ ବିଚାରବିମର୍ଶ କରିବାପରେ ନିର୍ଦ୍ଦେଶାବଳି ପ୍ରସ୍ତୁତ ହୋଇଛି। ନିର୍ଦ୍ଦେଶାବଳି ଅନୁଯାୟୀ କୋଚିଂ ଇନଷ୍ଟିଚ୍ୟୁଟ୍ଗୁଡ଼ିକ ନବମ ଶେଣ୍ରୀରୁ କମ୍ ବୟସର ପିଲାଙ୍କୁ ଆଡମିସନ୍ ପାଇଁ ଉତ୍ସାହିତ କରିବା ଉଚିତ ନୁହେଁ। ଛାତ୍ରମାନଙ୍କ ସ୍କ୍ରିନିଂ ଟେଷ୍ଟ୍ ଏବଂ କାଉନସେଲ୍ କରିବାପରେ ସେମାନଙ୍କୁ ଆଡମିସନ ଦିଆଯିବା ଉଚିତ। କୌଣସି ପିଲା ଯଦି ଶିକ୍ଷାନୁଷ୍ଠାନ ଛାଡ଼ିବାକୁ ଚାହିବେ ତେବେ କୋଚିଂ ସେଣ୍ଟର ୧୨୦ ଦିନ ମଧ୍ୟରେ ତାଙ୍କର ସମ୍ପୂର୍ଣ୍ଣ ଟଙ୍କା ଫେରସ୍ତ କରିବେ। ଛୁଟିଦିନ ପରଦିନ କୌଣସି ପରୀକ୍ଷା ରଖାଯିବନି। ଉଲ୍ଲେଖଯୋଗ୍ୟ ଯେ ଚଳିତ ବର୍ଷ କୋଟାରେ ସର୍ବାଧିକ ୨୬ ଛାତ୍ର ଆତ୍ମହତ୍ୟା କରିଛନ୍ତି। ଗତବର୍ଷ ଏହି ଆତ୍ମହତ୍ୟା ସଂଖ୍ୟା ୧୫ ଥିଲା।




