ଛାତ୍ର ଆତ୍ମହତ୍ୟା ଓ ଡ୍ରପ୍ଆଉଟ୍ ହାରକୁ ନେଇ ଚିନ୍ତା ପ୍ରକଟ କଲେ ରାଷ୍ଟ୍ରପତି
ନୂଆଦିଲ୍ଲୀ: ଗତ ସପ୍ତାହରେ ଆଇଆଇଟି ଦିଲ୍ଲୀର ଜଣେ ୨୦ ବର୍ଷୀୟ ଛାତ୍ରଙ୍କ ଆତ୍ମହତ୍ୟାକୁ ନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଗଭୀର ଶୋକ ପ୍ରକାଶ କରିଛନ୍ତି। ଆଜିକାଲି ଆଇଆଇଟି ଓ ଆଇଆଇଏମ୍ଗୁଡ଼ିକରେ ବିଶେଷତଃ ସଂରକ୍ଷିତ ବର୍ଗର ଛାତ୍ରମାନଙ୍କ ମଧ୍ୟରେ ଆତ୍ମହତ୍ୟା ପ୍ରବଣତା ବଢ଼ୁଥିବାରୁ ରାଷ୍ଟ୍ରପତି ଚିନ୍ତା ପ୍ରକଟ କରିଛନ୍ତି। ନୂଆଦିଲ୍ଲୀଠାରେ ଭିଜିଟର୍ସ ଆୱାର୍ଡ ପ୍ରଦାନ ଉତ୍ସବରେ ଉଦ୍ବୋଧନ ଦେଇ ମୁର୍ମୁ କହିଛନ୍ତି, ସମସ୍ତ ଶିକ୍ଷାନୁଷ୍ଠାନ ଛାତ୍ରଛାତ୍ରୀଙ୍କ ପାଇଁ ଅବସାଦମୁକ୍ତ ଓ ସୁବିଧାଯୁକ୍ତ ପରିବେଶ ସୃଷ୍ଟି କରିବା ଉଚିତ। […]
ନୂଆଦିଲ୍ଲୀ: ଗତ ସପ୍ତାହରେ ଆଇଆଇଟି ଦିଲ୍ଲୀର ଜଣେ ୨୦ ବର୍ଷୀୟ ଛାତ୍ରଙ୍କ ଆତ୍ମହତ୍ୟାକୁ ନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଗଭୀର ଶୋକ ପ୍ରକାଶ କରିଛନ୍ତି। ଆଜିକାଲି ଆଇଆଇଟି ଓ ଆଇଆଇଏମ୍ଗୁଡ଼ିକରେ ବିଶେଷତଃ ସଂରକ୍ଷିତ ବର୍ଗର ଛାତ୍ରମାନଙ୍କ ମଧ୍ୟରେ ଆତ୍ମହତ୍ୟା ପ୍ରବଣତା ବଢ଼ୁଥିବାରୁ ରାଷ୍ଟ୍ରପତି ଚିନ୍ତା ପ୍ରକଟ କରିଛନ୍ତି। ନୂଆଦିଲ୍ଲୀଠାରେ ଭିଜିଟର୍ସ ଆୱାର୍ଡ ପ୍ରଦାନ ଉତ୍ସବରେ ଉଦ୍ବୋଧନ ଦେଇ ମୁର୍ମୁ କହିଛନ୍ତି, ସମସ୍ତ ଶିକ୍ଷାନୁଷ୍ଠାନ ଛାତ୍ରଛାତ୍ରୀଙ୍କ ପାଇଁ ଅବସାଦମୁକ୍ତ ଓ ସୁବିଧାଯୁକ୍ତ ପରିବେଶ ସୃଷ୍ଟି କରିବା ଉଚିତ। ଶିକ୍ଷାନୁଷ୍ଠାନଗୁଡ଼ିକରେ ଜାତୀୟ ଶିକ୍ଷାନୀତି ୨୦୨୦ ଅଧୀନରେ ଯେପରି ଶିକ୍ଷାର୍ଥୀ-କୈନ୍ଦ୍ରିକ ଅନୁକୂଳ ପରିବେଶ ସୃଷ୍ଟି ହୁଏ ତା’ ଉପରେ ଦୃଷ୍ଟି ଦେବାକୁ ସେ ଆହ୍ବାନ ଦେଇଛନ୍ତି। ରାଷ୍ଟ୍ରପତି କହିଛନ୍ତି, ଅନେକ ଉଚ୍ଚଶିକ୍ଷା ପ୍ରତିଷ୍ଠାନ ସେମାନଙ୍କ ମେଧାବୀ ଛାତ୍ରମାନଙ୍କୁ ନେଇ ବିଶ୍ବସ୍ତରରେ ସୁନାମ ଅର୍ଜନ କରିଛନ୍ତି। ତେଣୁ ଶିକ୍ଷାନୁଷ୍ଠାନଗୁଡ଼ିକର ସମସ୍ତ ବିକାଶ କାର୍ଯ୍ୟକ୍ରମ ଓ ଅନ୍ୟାନ୍ୟ କାର୍ଯ୍ୟକଳାପ ଛାତ୍ର-କୈନ୍ଦ୍ରିକ ହେବା ଉଚିତ।
୨୦୧୯ରେ କେନ୍ଦ୍ର ସରକାରଙ୍କ ଏକ ବିଶ୍ଳେଷଣରୁ ଜଣାପଡ଼ିଛି, ୨ ବର୍ଷ ଭିତରେ ଆଇଆଇଟିଗୁଡ଼ିକରୁ ୨୫୦୦ ଛାତ୍ର ଏବଂ ଆଇଆଇଏମ୍ଗୁଡ଼ିକରୁ ୧୦୦ ଛାତ୍ର ଅଧାରୁ ପାଠ ଛାଡ଼ିଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ୫୦ ପ୍ରତିଶତ ହେଉଛନ୍ତି ସଂରକ୍ଷିତ ବର୍ଗର। ଶିକ୍ଷକ ଓ ଅଧ୍ୟାପକମାନେ ସମବେଦନାର ସହ ଶିକ୍ଷାର୍ଥୀମାନଙ୍କୁ ପ୍ରେରଣା ଦେବା ଓ ଗାଇଡ୍ କରିବା ଆବଶ୍ୟକ। ସବୁ ଛାତ୍ର ଯେପରି କ୍ୟାମ୍ପସରେ ସମାନ ମର୍ଯ୍ୟାଦାର ସହ ପାଠ ପଢ଼ିବାର ସୁଯୋଗ ପାଆନ୍ତି ତାହା ଦେଖିବା ଦରକାର। ଏପରି ଛାତ୍ରମାନଙ୍କ ପାଇଁ ଏକ ପରିବାର-ସୁଲଭ ପରିବେଶ ସୃଷ୍ଟି କରାଯିବା ଉଚିତ। ଉଚ୍ଚଶିକ୍ଷାରେ ମହିଳାମାନେ କିପରି ଅଧିକ ସଂଖ୍ୟାରେ ଭାଗ ନେଇପାରିବେ, ସେଥିପାଇଁ ଶିକ୍ଷାନୁଷ୍ଠାନଗୁଡ଼ିକ ବାଟ ବାହାର କରିବାକୁ ରାଷ୍ଟ୍ରପତି ପରାମର୍ଶ ଦେଇଛନ୍ତି।




