ଛତିଶଗଡ଼ ଲୋକସେବା ଆୟୋଗ କେଳେଙ୍କାରୀ ମାମଲାରେ ସିବିଆଇର ଚଢ଼ାଉ

ରାୟପୁର: ଛତିଶଗଡ଼ ଲୋକସେବା ଆୟୋଗ (ସିଜିପିଏସ୍‌ସି)ରେ ହୋଇଥିବା କେଳେଙ୍କାରୀ ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ୧୩ଟି ସ୍ଥାନରେ ଏକକାଳୀନ ଚଢ଼ଉ କରିଛି। ସୂଚନାନୁସାରେ, ରାୟପୁରରେ ୬ଟି, ବିଳାସପୁରରେ ଗୋଟିଏ ସ୍ଥାନ ସହ ୧୩ଟି ସ୍ଥାନରେ ଚଢ଼ଉ ହୋଇଛି। ଏହା ପୂର୍ବରୁ ଆୟୋଗର ବରିଷ୍ଠ ଅଧିକାରୀଙ୍କ ଘର ଓ କାର୍ଯ୍ୟାଳୟରେ ଚଢ଼ଉ ହୋଇଥିଲା। ଏହାପରେ ପ୍ରାର୍ଥୀଙ୍କ ଘରେ ଓ କେତେକ କୋଚିଂ ସେଣ୍ଟରରେ ଚଢ଼ଉ ହୋଇଛି। ୨୦୨୦-୨୦୨୨ ମଧ୍ୟରେ ଉପ ଜିଲ୍ଲାପାଳ, ଉପ ଆରକ୍ଷୀ ଅଧୀକ୍ଷକ ସମେତ […]

Samaya Live Picture
Published On

ରାୟପୁର: ଛତିଶଗଡ଼ ଲୋକସେବା ଆୟୋଗ (ସିଜିପିଏସ୍‌ସି)ରେ ହୋଇଥିବା କେଳେଙ୍କାରୀ ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ୧୩ଟି ସ୍ଥାନରେ ଏକକାଳୀନ ଚଢ଼ଉ କରିଛି। ସୂଚନାନୁସାରେ, ରାୟପୁରରେ ୬ଟି, ବିଳାସପୁରରେ ଗୋଟିଏ ସ୍ଥାନ ସହ ୧୩ଟି ସ୍ଥାନରେ ଚଢ଼ଉ ହୋଇଛି। ଏହା ପୂର୍ବରୁ ଆୟୋଗର ବରିଷ୍ଠ ଅଧିକାରୀଙ୍କ ଘର ଓ କାର୍ଯ୍ୟାଳୟରେ ଚଢ଼ଉ ହୋଇଥିଲା। ଏହାପରେ ପ୍ରାର୍ଥୀଙ୍କ ଘରେ ଓ କେତେକ କୋଚିଂ ସେଣ୍ଟରରେ ଚଢ଼ଉ ହୋଇଛି।
୨୦୨୦-୨୦୨୨ ମଧ୍ୟରେ ଉପ ଜିଲ୍ଲାପାଳ, ଉପ ଆରକ୍ଷୀ ଅଧୀକ୍ଷକ ସମେତ ରାଜ୍ୟ କ୍ୟାଡର ଅନ୍ୟ ବରିଷ୍ଠପଦାଧିକାରୀ ନିମନ୍ତେ ନିଯୁକ୍ତି ପରୀକ୍ଷା ହୋଇଥିଲା। ଏଥିରେ ବ୍ୟାପକ ଜାଲିଆତି ଓ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା। ଖୋଦ୍‌ ସିଜିପିଏସ୍‌ସିର ଅଧ୍ୟକ୍ଷ ନିଜର ବନ୍ଧୁବାନ୍ଧବ, ପୁଅ, ବୋହୂଙ୍କୁ ଏହି ପଦବିରେ ନିଯୁକ୍ତି ଦେଇଥିବା ଅଭିଯୋଗ ହୋଇଛି। ମାମଲାର ତଦନ୍ତ ଭାର ଛତିଶଗଡ଼ ପୁଲିସର ଆର୍ଥିକ ଅପରାଧ ଶାଖା ନେଇଥିଲା। ରାଜ୍ୟ ସରକାରଙ୍କ ଅନୁରୋଧ ପରେ ଜୁଲାଇ ୧୫ ତାରିଖରେ ସିବିଆଇ ଛତିଶଗଡ଼ ପୁଲିସ ବିଭାଗର ଅର୍ଥନୈତିକ ଅପରାଧ ଶାଖାଠାରୁ ତଦନ୍ତ ଭାର ଗ୍ରହଣ କରିଥିଲା।

Tags: