ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବିଷ୍ଣୁ ଦେଓ ସାଇ
ନୂଆଦିଲ୍ଲୀ : ବିଜେପି ନେତା ବିଷ୍ଣୁ ଦେଓ ସାଇ ଆଜି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଏବଂ ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ବିଷ୍ଣୁ ଦେଓ ସାଇ ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଶପଥ ଗ୍ରହଣ ଉତ୍ସବରେ ବିଜେପି ନେତା ଅରୁଣ ରାଓ ଏବଂ ବିଜୟ ଶର୍ମା ମଧ୍ୟ ଛତିଶଗଡ଼ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ସପ୍ତାହ ବ୍ୟାପୀ ସସ୍ପେନ୍ସ ହଟାଇବାପରେ ବିଜେପିର […]
ନୂଆଦିଲ୍ଲୀ : ବିଜେପି ନେତା ବିଷ୍ଣୁ ଦେଓ ସାଇ ଆଜି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଏବଂ ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ବିଷ୍ଣୁ ଦେଓ ସାଇ ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଶପଥ ଗ୍ରହଣ ଉତ୍ସବରେ ବିଜେପି ନେତା ଅରୁଣ ରାଓ ଏବଂ ବିଜୟ ଶର୍ମା ମଧ୍ୟ ଛତିଶଗଡ଼ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ସପ୍ତାହ ବ୍ୟାପୀ ସସ୍ପେନ୍ସ ହଟାଇବାପରେ ବିଜେପିର ପ୍ରମୁଖ ଆଦିବାସୀ ନେତା ବିଷ୍ଣୁ ଦେଓ ସାଇଙ୍କୁ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ କରାଯାଇଛି। ୧୯୯୦ ମସିହାରୁ ବିଜେପିର ଜଣେ ପ୍ରମୁଖ ନେତା ବିଷ୍ଣୁ ଦେଓ ସାଇ ଦଳରେ ବିଭିନ୍ନ ପ୍ରମୁଖ ପଦବୀରେ ରହିଛନ୍ତି। ସେ ମଧ୍ୟ ଛତିଶଗଡ଼ ବିଜେପି ମୁଖ୍ୟ ଦାୟିତ୍ବରେ ରହିଛନ୍ତି। କେନ୍ଦ୍ରରେ ନରେନ୍ଦ୍ର ମୋଦୀ ସରକାରର ପ୍ରଥମ କାର୍ଯ୍ୟକାଳରେ ସେ ଜଣେ କେନ୍ଦ୍ର ମନ୍ତ୍ରୀ ଥିଲେ।




