ଛତିଶଗଡ଼ ବୋର୍ଡିଂ ସ୍କୁଲ ହଷ୍ଟେଲରେ ୪୫ ଶିଶୁଙ୍କୁ ନିର୍ଯାତନା
ରାୟପୁର,୩୧/୮ : ଛତିଶଗଡ଼ର ସୁରଜପୁର ଜିଲ୍ଲାର ଏକ ମିସନାରି ବୋର୍ଡିଂ ସ୍କୁଲ୍ରେ ୪୫ ଛାତ୍ରଙ୍କୁ ନିର୍ଯାତନା ଦିଆଯାଇଛି। ପିଲାମାନେ ଫୁଟ୍ବଲ୍ ଖେଳିବା ସମୟରେ ବଲ୍ ଫଟେଇ ଦେବାରୁ ସେମାନଙ୍କୁ ଦଣ୍ଡ ଦେବାକୁ ଯାଇ ସ୍କୁଲ୍ର ହଷ୍ଟେଲ ସୁପରିଣ୍ଟେଣ୍ଡେଣ୍ଟ୍ ସେମାନଙ୍କୁ ୨ ଦିନ ଖାଇବାକୁ ଦେଇନାହାନ୍ତି। ପିଲାମାନେ ୨ ଦିନ ଭୋକରେ ରହି କାନ୍ଦିବା ପରେ ସ୍ଥାନୀୟ ଲୋକ ଏସମ୍ପର୍କରେ ଜାଣିଲେ। ଏହାପରେ ସେମାନେ ପିଲାମାନଙ୍କୁ ବିସ୍କୁଟ ଖାଇବାକୁ ଦେଇଥିଲେ। ଉକ୍ତ ଖବର ପ୍ରଘଟ ହେବାପରେ ପିଲାମାନଙ୍କ ଅଭିଭାବକ […]
ରାୟପୁର,୩୧/୮ : ଛତିଶଗଡ଼ର ସୁରଜପୁର ଜିଲ୍ଲାର ଏକ ମିସନାରି ବୋର୍ଡିଂ ସ୍କୁଲ୍ରେ ୪୫ ଛାତ୍ରଙ୍କୁ ନିର୍ଯାତନା ଦିଆଯାଇଛି। ପିଲାମାନେ ଫୁଟ୍ବଲ୍ ଖେଳିବା ସମୟରେ ବଲ୍ ଫଟେଇ ଦେବାରୁ ସେମାନଙ୍କୁ ଦଣ୍ଡ ଦେବାକୁ ଯାଇ ସ୍କୁଲ୍ର ହଷ୍ଟେଲ ସୁପରିଣ୍ଟେଣ୍ଡେଣ୍ଟ୍ ସେମାନଙ୍କୁ ୨ ଦିନ ଖାଇବାକୁ ଦେଇନାହାନ୍ତି। ପିଲାମାନେ ୨ ଦିନ ଭୋକରେ ରହି କାନ୍ଦିବା ପରେ ସ୍ଥାନୀୟ ଲୋକ ଏସମ୍ପର୍କରେ ଜାଣିଲେ। ଏହାପରେ ସେମାନେ ପିଲାମାନଙ୍କୁ ବିସ୍କୁଟ ଖାଇବାକୁ ଦେଇଥିଲେ। ଉକ୍ତ ଖବର ପ୍ରଘଟ ହେବାପରେ ପିଲାମାନଙ୍କ ଅଭିଭାବକ ଏବଂ ସ୍ଥାନୀୟ ଲୋକ ଉକ୍ତ ଘଟଣାର ପ୍ରବଳ ବିରୋଧ କରିଥିଲେ। ଉକ୍ତ ଘଟଣାରେ ହଷ୍ଟେଲ ସୁପରିଣ୍ଟେଣ୍ଡେଣ୍ଟ୍ ନିଲମ୍ବିତ ହୋଇଛନ୍ତି। ସ୍କୁଲ୍ଟି ପ୍ରତାପପୁରରେ ଅବସ୍ଥିତ। ମିଳିଥିବା ସୂଚନାନୁଯାୟୀ ସ୍କୁଲ୍ ହଷ୍ଟେଲ୍ରେ ମାତ୍ର ୨୧ ପିଲା ରହିବା ପାଇଁ ବ୍ୟବସ୍ଥା ହୋଇଥିବାବେଳେ ଏଠାରେ ମୋଟ୍ ୧୪୧ ପିଲା ରହୁଛନ୍ତି। ପିଲାମାନଙ୍କୁ କେବଳ ୨ଟି ରୁମ୍ରେ ରଖାଯାଇଛି।




