ଛତିଶଗଡ଼ ବିଜେପି ବିଧାୟକ ବିଦ୍ୟାରତନ ଭସିନଙ୍କ ପରଲୋକ
ରାୟପୁର : ଛତିଶଗଡ଼ ବିଜେପି ବିଧାୟକ ବିଦ୍ୟାରତନ ଭସିନଙ୍କର ଆଜି ୭୬ ବର୍ଷ ବୟସରରେ ପରଲୋକ ଘଟିଛି। ଦୀର୍ଘ ଦିନର ଅସୁସ୍ଥତା ପରେ ଭସିନଙ୍କ ମୃତ୍ୟୁ ହୋଇଯାଇଛି। ଭସିନ ଗତ ୨ ସପ୍ତାହ ପୂର୍ବେ ରାୟପୁରର ଏକ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ଆଜି ଭୋର ୨.୪୫ ସମୟରେ ତାଙ୍କର ପରଲୋକ ହୋଇଛି। ଭସିନ ୨ ଥର ବିଧାୟକ ହୋଇଛନ୍ତି। ସେ ଦୁର୍ଗ ଜିଲ୍ଲାର ବୈଶାଳୀ ନଗର ନିର୍ବାଚନମଣ୍ଡଳିକୁ ପ୍ରତିନିଧିତ୍ବ କରିଛନ୍ତି। ତାଙ୍କର ପତ୍ନୀ ଏବଂ […]
ରାୟପୁର : ଛତିଶଗଡ଼ ବିଜେପି ବିଧାୟକ ବିଦ୍ୟାରତନ ଭସିନଙ୍କର ଆଜି ୭୬ ବର୍ଷ ବୟସରରେ ପରଲୋକ ଘଟିଛି। ଦୀର୍ଘ ଦିନର ଅସୁସ୍ଥତା ପରେ ଭସିନଙ୍କ ମୃତ୍ୟୁ ହୋଇଯାଇଛି। ଭସିନ ଗତ ୨ ସପ୍ତାହ ପୂର୍ବେ ରାୟପୁରର ଏକ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ଆଜି ଭୋର ୨.୪୫ ସମୟରେ ତାଙ୍କର ପରଲୋକ ହୋଇଛି। ଭସିନ ୨ ଥର ବିଧାୟକ ହୋଇଛନ୍ତି। ସେ ଦୁର୍ଗ ଜିଲ୍ଲାର ବୈଶାଳୀ ନଗର ନିର୍ବାଚନମଣ୍ଡଳିକୁ ପ୍ରତିନିଧିତ୍ବ କରିଛନ୍ତି। ତାଙ୍କର ପତ୍ନୀ ଏବଂ ୨ ଝିଅ ଅଛନ୍ତି। ଭିଲାଇରେ ରାମନଗର ମୁକ୍ତିଧାମରେ ଆଜି ତାଙ୍କର ଶେଷ ସଂସ୍କାର ସମ୍ପନ୍ନ ହେବ। ୧୯୮୪ରେ ସେ ତାଙ୍କ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ। ୨୦୦୬ରେ ସେ ଭିଲାଇ ପୌର ନିଗମରୁ ମେୟର ନିର୍ବାଚିତ ହୋଇଥିଲେ। ୨୦୧୩ ଏବଂ ୨୦୧୮ରେ ସେ ୨ ଥର ବିଧାୟକ ନିର୍ବାଚିତ ହୋଇଛନ୍ତି।




