ଛତିଶଗଡ଼ ଏନକାଉଣ୍ଟରରେ ୧୬ ମାଓବାଦୀ ନିପାତ
ରାୟପୁର : ଓଡ଼ିଶା ଓ ଛତିଶଗଡ଼ ପୁଲିସର ମିଳିତ ଅପରେସନରେ ଆଜି ୧୬ ଜଣ ନକ୍ସଲ ନିହତ ହୋଇଛନ୍ତି। ଛତିଶଗଡ଼ରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ଜଣ ମହିଳା ନକ୍ସଲ ନିହତ ହେବାର ଦିନକ ପରେ ଏହି ଘଟଣା ଘଟିଛି। ଏଥିରେ ୧ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଥିବା ଜଣେ ଶୀର୍ଷ ନକ୍ସଲ କମାଣ୍ଡର ଜୟରାମ ଓରଫ ଚଲାପତି ନିହତ ହୋଇଥିବା ଜଣେ ବରିଷ୍ଠ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି। କେନ୍ଦ୍ରୀୟ ରିଜର୍ଭ ପୁଲିସ ଫୋର୍ସ […]
ରାୟପୁର : ଓଡ଼ିଶା ଓ ଛତିଶଗଡ଼ ପୁଲିସର ମିଳିତ ଅପରେସନରେ ଆଜି ୧୬ ଜଣ ନକ୍ସଲ ନିହତ ହୋଇଛନ୍ତି। ଛତିଶଗଡ଼ରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ଜଣ ମହିଳା ନକ୍ସଲ ନିହତ ହେବାର ଦିନକ ପରେ ଏହି ଘଟଣା ଘଟିଛି। ଏଥିରେ ୧ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଥିବା ଜଣେ ଶୀର୍ଷ ନକ୍ସଲ କମାଣ୍ଡର ଜୟରାମ ଓରଫ ଚଲାପତି ନିହତ ହୋଇଥିବା ଜଣେ ବରିଷ୍ଠ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି। କେନ୍ଦ୍ରୀୟ ରିଜର୍ଭ ପୁଲିସ ଫୋର୍ସ (ସିଆରପିଏଫ) ସହାୟତାରେ ଓଡ଼ିଶାର ନୂଆପଡ଼ା ଜିଲ୍ଲା ଓ ଛତିଶଗଡ଼ର ଗରିଆବନ୍ଧ ଜିଲ୍ଲାର ସୀମାନ୍ତ ଅଞ୍ଚଳରେ ଏହି ମିଳିତ ଆନ୍ତଃରାଜ୍ୟ ଅପରେସନ କରାଯାଇଥିଲା। ସୀମାନ୍ତ ଅଞ୍ଚଳର ଗଭୀର ଜଙ୍ଗଲରେ ଅନେକ ନକ୍ସଲ ସକ୍ରିୟ ଥିବା ଗୁଇନ୍ଦା ସୂଚନା ଆଧାରରେ ମିଳିତ ଅପରେସନ୍ ଆରମ୍ଭ ହୋଇଥିଲା।




