ଛତିଶଗଡ଼ରେ ସୁରକ୍ଷାକର୍ମୀଙ୍କ ସହ ଗୁଳି ବିନିମୟରେ ୯ ମାଓବାଦୀ ନିପାତ

ନୂଆଦିଲ୍ଲୀ : ଛତିଶଗଡ଼ର ବିଜାପୁର ଜିଲ୍ଲାରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇ ୯ ମାଓବାଦୀ ନିପାତ ହୋଇଛନ୍ତି। ଲେଣ୍ଡା ଗ୍ରାମର ଏକ ଜଙ୍ଗଲ ନିକଟରେ ଆଜି ସକାଳ ପ୍ରାୟ ୬ଟା ସମୟରେ ଏକ ମିଳିତ ସୁରକ୍ଷା ଟିମ୍ ନକ୍ସଲ ବିରୋଧୀ ଅପରେସନ ଆରମ୍ଭ କରିଥିଲେ। ଏହି ଅପରେସନରେ ଜିଲ୍ଲା ରିଜର୍ବ ଗାର୍ଡ, ସ୍ପେସାଲ ଟାସ୍କ ଫୋର୍ସ, ସିଆରପିଏଫ , କୋବ୍ରା (କମାଣ୍ଡୋ ବାଟାଲିଅନ ଫର ରିଜୋଲ୍ୟୁଟ ଆକ୍ସନ) ମୁତୟନ ହୋଇଥିଲେ। ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ […]

Samaya Live Picture
Published On

ନୂଆଦିଲ୍ଲୀ : ଛତିଶଗଡ଼ର ବିଜାପୁର ଜିଲ୍ଲାରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇ ୯ ମାଓବାଦୀ ନିପାତ ହୋଇଛନ୍ତି। ଲେଣ୍ଡା ଗ୍ରାମର ଏକ ଜଙ୍ଗଲ ନିକଟରେ ଆଜି ସକାଳ ପ୍ରାୟ ୬ଟା ସମୟରେ ଏକ ମିଳିତ ସୁରକ୍ଷା ଟିମ୍ ନକ୍ସଲ ବିରୋଧୀ ଅପରେସନ ଆରମ୍ଭ କରିଥିଲେ। ଏହି ଅପରେସନରେ ଜିଲ୍ଲା ରିଜର୍ବ ଗାର୍ଡ, ସ୍ପେସାଲ ଟାସ୍କ ଫୋର୍ସ, ସିଆରପିଏଫ , କୋବ୍ରା (କମାଣ୍ଡୋ ବାଟାଲିଅନ ଫର ରିଜୋଲ୍ୟୁଟ ଆକ୍ସନ) ମୁତୟନ ହୋଇଥିଲେ। ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ୯ ମାଓବାଦୀ ନିପାତ ହୋଇଛନ୍ତି। ସୁରକ୍ଷାକର୍ମୀ ମଧ୍ୟ ଏନକାଉଣ୍ଟର ସ୍ଥଳରୁ ଏକ ଲାଇଟ୍ ମେସିନ ଗନ୍ ଏବଂ ଅନ୍ୟାନ୍ୟ ଅସ୍ତ୍ର ସମେତ କେତେକ ସ୍ବୟଂଚାଳିକ ଅସ୍ତ୍ର ଜବତ କରିଥିଲେ। ସମ୍ପୃକ୍ତ ଅଞ୍ଚଳରେ ଏବେ ସର୍ଚ୍ଚ ଅପରେସନ ଜାରି ରହିଛି। ବସ୍ତର ଅଞ୍ଚଳର ବିଜାପୁରରେ ଅଧିକାଂଶ ମାଓ କାର୍ଯ୍ୟକଳାପ ହୋଇଥାଏ। ଚଳିତ ବର୍ଷ ବସ୍ତର ଅଞ୍ଚଳରେ ପୃଥକ ଏନକାଉଣ୍ଟରରେ ୩୭ ମାଓବାଦୀ ନିପାତ ହୋଇଥିଲେ। ଲୋକସଭା ନିର୍ବାଚନର କିଛି ଦିନ ପୂର୍ବରୁ ଆଜି ଏହି ଏନକାଉଣ୍ଟର ହୋଇଛି। ଉଲ୍ଲେଖଯୋଗ୍ୟ ଯେ ଏପ୍ରିଲ ୧୯ ତାରିଖରେ ବସ୍ତର ଲୋକସଭା ନିର୍ବାଚନମଣ୍ଡଳୀରେ ଭୋଟ୍ ଅଛି।

Tags: