ଛତିଶଗଡ଼ରେ ବାଘେଲ ବନାମ ବାଘେଲ ଲଢ଼େଇ

ନୂଆଦିଲ୍ଲୀ: ଛତିଶଗଡ଼ ବିଧାନସଭା ନିର୍ବାଚନ ପାଇଁ ବିଜେପି ଏହାର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି। ପ୍ରଥମ ତାଲିକାରେ ଦୁର୍ଗ ସାଂସଦ ବିଜୟ ବାଘେଲଙ୍କ ନାଁ ରହିଛି। ବିଜୟ ବାଘେଲ ହେଉଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ପୁତୁରା। ବିଜେପି ବିଜୟ ବାଘେଲଙ୍କୁ ପାଟନ ଆସନରେ ପ୍ରାର୍ଥୀ କରିଛି। କାକା ଭୂପେଶ ବାଘେଲଙ୍କ ବିରୋଧରେ ସେ ନିର୍ବାଚନ ଲଢ଼ିବେ। ଆଗାମୀ ନିର୍ବାଚନ ପାଇଁ ବିଜେପିର ୩୧ ସଦସ୍ୟ ବିଶିଷ୍ଟ ‘ଘୋଷଣା ପତ୍ର ସମିତି’ର ମୁଖ୍ୟ ହେଉଛନ୍ତି […]

Samaya Live Picture
Published On

ନୂଆଦିଲ୍ଲୀ: ଛତିଶଗଡ଼ ବିଧାନସଭା ନିର୍ବାଚନ ପାଇଁ ବିଜେପି ଏହାର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି। ପ୍ରଥମ ତାଲିକାରେ ଦୁର୍ଗ ସାଂସଦ ବିଜୟ ବାଘେଲଙ୍କ ନାଁ ରହିଛି। ବିଜୟ ବାଘେଲ ହେଉଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ପୁତୁରା। ବିଜେପି ବିଜୟ ବାଘେଲଙ୍କୁ ପାଟନ ଆସନରେ ପ୍ରାର୍ଥୀ କରିଛି। କାକା ଭୂପେଶ ବାଘେଲଙ୍କ ବିରୋଧରେ ସେ ନିର୍ବାଚନ ଲଢ଼ିବେ। ଆଗାମୀ ନିର୍ବାଚନ ପାଇଁ ବିଜେପିର ୩୧ ସଦସ୍ୟ ବିଶିଷ୍ଟ ‘ଘୋଷଣା ପତ୍ର ସମିତି’ର ମୁଖ୍ୟ ହେଉଛନ୍ତି ବିଜୟ ବାଘେଲ। ୨୦୦୮ ବିଧାନସଭା ନିର୍ବାଚନରେ ସେ ତାଙ୍କ କାକା ଭୂପେଶ ବାଘେଲଙ୍କୁ ହରାଇଥିଲେ। ୨୦୦୮ରେ ସେ ରାଜ୍ୟ ବିଧାନସଭା ନିର୍ବାଚନରେ ପ୍ରବେଶ କରିଥିଲେ। କିନ୍ତୁ ୨୦୧୩ ବିଧାନସଭା ନିର୍ବାଚନରେ ସେ ଭୂପେଶ ବାଘେଲଙ୍କଠାରୁ ହାରି ଯାଇଥିଲେ। ବିଜୟ ବାଘେଲ ୨୦୧୮ ବିଧାନସଭା ନିର୍ବାଚନ ଲଢ଼ିନଥିଲେ। ୨୦୧୯ ଲୋକସଭା ନିର୍ବାଚନରେ ସେ ଦୁର୍ଗରେ କଂଗ୍ରେସର ପ୍ରତିମା ଚନ୍ଦ୍ରକରଙ୍କ ବିରୋଧରେ ନିର୍ବାଚନ ଲଢ଼ିଥିଲେ ଏବଂ ୪ ଲକ୍ଷ ଭୋଟ୍ ବ୍ୟବଧାନରେ ନିର୍ବାଚନ ଜିତିଥିଲେ । ଆଗାମୀ ଛତିଶଗଡ଼ ବିଧାନସଭା ନିର୍ବାଚନରେ କ୍ଷମତାକୁ ଫେରିବାର ଲକ୍ଷ୍ୟ ରଖିଥିବା ବିଜେପି ପ୍ରଥମ ପର୍ଯ୍ୟାୟରେ ୨୧ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।

Tags: