ଛତିଶଗଡ଼ରେ ପ୍ରିୟଙ୍କାଙ୍କ ନିର୍ବାଚନ ପ୍ରତିଶ୍ରୁତି
ରାୟପୁର : କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି ସୋମବାର ଛତିଶଗଡ଼ର ଖୈରାଗଡ଼ ବିଧାନସଭା ଆସନ ଅଧୀନସ୍ଥ ଜାଲ୍ବାନ୍ଧାରେ ଏକ ରାଲିରେ ଉଦ୍ବୋଧନ ଦେଇ ରାଜ୍ୟର ଭୋଟରଙ୍କୁ କେତେକ ନିର୍ବାଚନ ପ୍ରତିଶ୍ରୁତି ଦେଇଛନ୍ତି। ଏକ ନୂଆ ଯୋଜନା ଅଧୀନରେ ପ୍ରିୟଙ୍କା ପ୍ରତି କୁକିଂ ଗ୍ୟାସ ସିଲିଣ୍ଡର ପିଛା ୫୦୦ ଟଙ୍କା ସବ୍ସିଡି ଘୋଷଣା କରିଛନ୍ତି ଏବଂ ଏସଏଚ୍ଜି (ସ୍ବୟଂ ସହାୟକ ଗୋଷ୍ଠୀ) ପାଇଁ ଋଣଛାଡ଼ ଏବଂ ସଡ଼କ ଦୁର୍ଘଟଣାରେ ଆହତଙ୍କ ପାଇଁ ମାଗଣା ଚିକିତ୍ସା ଘୋଷଣା କରିଛନ୍ତି। […]
ରାୟପୁର : କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି ସୋମବାର ଛତିଶଗଡ଼ର ଖୈରାଗଡ଼ ବିଧାନସଭା ଆସନ ଅଧୀନସ୍ଥ ଜାଲ୍ବାନ୍ଧାରେ ଏକ ରାଲିରେ ଉଦ୍ବୋଧନ ଦେଇ ରାଜ୍ୟର ଭୋଟରଙ୍କୁ କେତେକ ନିର୍ବାଚନ ପ୍ରତିଶ୍ରୁତି ଦେଇଛନ୍ତି। ଏକ ନୂଆ ଯୋଜନା ଅଧୀନରେ ପ୍ରିୟଙ୍କା ପ୍ରତି କୁକିଂ ଗ୍ୟାସ ସିଲିଣ୍ଡର ପିଛା ୫୦୦ ଟଙ୍କା ସବ୍ସିଡି ଘୋଷଣା କରିଛନ୍ତି ଏବଂ ଏସଏଚ୍ଜି (ସ୍ବୟଂ ସହାୟକ ଗୋଷ୍ଠୀ) ପାଇଁ ଋଣଛାଡ଼ ଏବଂ ସଡ଼କ ଦୁର୍ଘଟଣାରେ ଆହତଙ୍କ ପାଇଁ ମାଗଣା ଚିକିତ୍ସା ଘୋଷଣା କରିଛନ୍ତି। ଛତିଶଗଡ଼ରେ କଂଗ୍ରେସ ପୁଣିଥରେ କ୍ଷମତାକୁ ଆସିଲେ ପ୍ରିୟଙ୍କା ଉପରୋକ୍ତ ପ୍ରତିଶ୍ରୁତି ପୂରଣ କରିବେ ବୋଲି କହିଛନ୍ତି। ସେହିପରି ପ୍ରାୟ ୬ ହଜାର ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ଉଚ୍ଚ ବିଦ୍ୟାଳୟ ସ୍ବାମୀ ଆତ୍ମାନନ୍ଦ ଇଂଲିଶ ଏବଂ ହିନ୍ଦୀ ମିଡିୟମ ସ୍କୁଲ୍କୁ ଉନ୍ନୀତ ହେବ ବୋଲି ସେ କହିଛନ୍ତି। ସେହିପରି କଂଗ୍ରେସ କ୍ଷମତାକୁ ଫେରିଲେ ୨୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଜୁଳି ମିଳିବ ବୋଲି ପ୍ରିୟଙ୍କା କହିଛନ୍ତି ।




