ଛତିଶଗଡ଼ରେ ନକଲି ଏସ୍ବିଆଇ ଶାଖା ଖୋଲାଯାଇ ଲକ୍ଷାଧିକ ଟଙ୍କା ଠକେଇ
ରାୟପୁର: ଛତିଶଗଡ଼ରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସ୍ବିଆଇ)ର ଏକ ନକଲି ଶାଖା ଖୋଲାଯାଇ ବ୍ୟାପକ ଠକେଇର ହୋଇଥିବା ଅଭିଯୋଗ ହୋଇଛି। ଏହି ଦୁର୍ନୀତିରେ ନକଲି ନିଯୁକ୍ତି, ନକଲି ପ୍ରଶିକ୍ଷଣ ଏବଂ ଉଭୟ ବେରୋଜଗାର ବ୍ୟକ୍ତି ଓ ସ୍ଥାନୀୟ ଗ୍ରାମବାସୀଙ୍କୁ ଠକିବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ରାଜଧାନୀ ରାୟପୁରଠାରୁ ପ୍ରାୟ ୨୫୦ କିଲୋମିଟର ଦୂରରେ ଥିବା ଶକ୍ତି ଜିଲ୍ଲାର ଛପୋରା ନାମକ ଏକ ଗାଁରେ ଏହି ବ୍ୟାଙ୍କର ନକଲି ଶାଖା ଖୋଲାଯାଇ ୬ ଜଣ ବ୍ୟକ୍ତିଙ୍କୁ ନିଯୁକ୍ତି […]
ରାୟପୁର: ଛତିଶଗଡ଼ରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସ୍ବିଆଇ)ର ଏକ ନକଲି ଶାଖା ଖୋଲାଯାଇ ବ୍ୟାପକ ଠକେଇର ହୋଇଥିବା ଅଭିଯୋଗ ହୋଇଛି। ଏହି ଦୁର୍ନୀତିରେ ନକଲି ନିଯୁକ୍ତି, ନକଲି ପ୍ରଶିକ୍ଷଣ ଏବଂ ଉଭୟ ବେରୋଜଗାର ବ୍ୟକ୍ତି ଓ ସ୍ଥାନୀୟ ଗ୍ରାମବାସୀଙ୍କୁ ଠକିବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ରାଜଧାନୀ ରାୟପୁରଠାରୁ ପ୍ରାୟ ୨୫୦ କିଲୋମିଟର ଦୂରରେ ଥିବା ଶକ୍ତି ଜିଲ୍ଲାର ଛପୋରା ନାମକ ଏକ ଗାଁରେ ଏହି ବ୍ୟାଙ୍କର ନକଲି ଶାଖା ଖୋଲାଯାଇ ୬ ଜଣ ବ୍ୟକ୍ତିଙ୍କୁ ନିଯୁକ୍ତି ଦିଆଯାଇଥିଲା। ଚାକିରି ଦେବା ପାଇଁ ସେମାନଙ୍କଠାରୁ ୨ରୁ ୬ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ଆଦାୟ କରାଯାଇଥିଲା। ମାତ୍ର ୧୦ ଦିନ ତଳେ ଖୋଲାଯାଇଥିବା ଏହି ଶାଖାରେ ଏକ ପ୍ରକୃତ ବ୍ୟାଙ୍କର ସମସ୍ତ ଉପାଦାନ ରହିଥିଲା- ନୂଆ ଆସବାବପତ୍ର, ବୃତ୍ତିଗତ କାଗଜପତ୍ର ଏବଂ କାର୍ଯ୍ୟକ୍ଷମ ବ୍ୟାଙ୍କ କାଉଣ୍ଟର। ଚାଲିଥିବା ଦୁର୍ନୀତି ବିଷୟରେ ଅବଗତ ନ ଥିବା ଗ୍ରାମବାସୀମାନେ ବ୍ୟାଙ୍କକୁ ଯାଇ ଆକାଉଣ୍ଟ ଖୋଲିବା ସହ କାରବାର କରିବା ଆରମ୍ଭ କରିଥିଲେ। ନିକଟସ୍ଥ ଡାବ୍ରା ଶାଖାର ମ୍ୟାନେଜର ସନ୍ଦେହ କରିବା ପରେ ସେପ୍ଟେମ୍ବର ୨୭ରେ ପୁଲିସ ଓ ଏସ୍ବିଆଇର ବରିଷ୍ଠ ଅଧିକାରୀମାନେ ବ୍ୟାଙ୍କରେ ପଚରାଉଚରା ପାଇଁ ଆସିବା ପର୍ଯ୍ୟନ୍ତ ସବୁକିଛି ସ୍ୱାଭାବିକ ଦେଖାଯାଇଥିଲା। ଛପୋରାରେ ଥିବା ଏହି ଶାଖା ଏକ ବଡ଼ ଜାଲିଆତି ଓ ଦିଆଯାଇଥିବା ନିଯୁକ୍ତି ନକଲି ବୋଲି ତଦନ୍ତ ପରେ ଜଣାପଡ଼ିଥିଲା। ଏହି ବ୍ୟାଙ୍କ୍ର କର୍ମଚାରୀ ରେଖା ସାହୁ, ମନ୍ଦିର ଦାସ ଓ ମ୍ୟାନେଜର ପଙ୍କଜଙ୍କ ସମେତ ଏହି ଠକେଇରେ ସମ୍ପୃକ୍ତ ୪ ଜଣଙ୍କୁ ଚିହ୍ନଟ କରାଯାଇଥିବା ପୁଲିସ୍ କହିଛି। ନକଲି ଶାଖା ଅସଲି ପରି ଦେଖାଯାଉଥିବା ଅଫର ଲେଟର ଏବଂ ମ୍ୟାନେଜର, ମାର୍କେଟିଂ ଅଫିସର, କ୍ୟାସିୟର ଓ କମ୍ପ୍ୟୁଟର ଅପରେଟରଙ୍କୁ ନିଯୁକ୍ତି ଦେଇଥିଲା। ଠକମାନେ ସମସ୍ତ ନିଯୁକ୍ତି ପାଇଥିବା କର୍ମଚାରୀଙ୍କୁ ତାଲିମ ମଧ୍ୟ ଦେଇଥିଲେ।




