ଛତିଶଗଡ଼ରେ କଂଗ୍ରେସ ଉପରେ ବର୍ଷିଲେ ନଡ୍ଡା
ନୂଆଦିଲ୍ଲୀ : ଛତିଶଗଡ଼ରେ ୯୦ ବିଧାନସଭା ଆସନ ପାଇଁ ଆସନ୍ତା ନଭେମ୍ବର ୭ ଏବଂ ୧୭ ତାରିଖରେ ୨ଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେବ। ଏହା ପୂର୍ବରୁ ନିର୍ବାଚନ ପ୍ରଚାର ଜୋରଦାର ହୋଇଛି। ବିଜେପି ସଭାପତି ଜେପି ନଡ୍ଡା ଆଜି ଛତିଶଗଡ଼ର ରାୟପୁର ଗ୍ରାମୀଣ ନିର୍ବାଚନମଣ୍ଡଳୀର ଆମଳିଡିହ ଅଞ୍ଚଳରେ ‘ବୁଥ୍ ବିଜୟ ସଂକଳ୍ପ ଅଭିଯାନ’ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ ମନ୍ କୀ ବାତ୍’ ରେଡିଓ କାର୍ଯ୍ୟକ୍ରମ ଶୁଣିବାପରେ ନଡ୍ଡା ଆଜି ବୁଥ୍ […]
ନୂଆଦିଲ୍ଲୀ : ଛତିଶଗଡ଼ରେ ୯୦ ବିଧାନସଭା ଆସନ ପାଇଁ ଆସନ୍ତା ନଭେମ୍ବର ୭ ଏବଂ ୧୭ ତାରିଖରେ ୨ଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେବ। ଏହା ପୂର୍ବରୁ ନିର୍ବାଚନ ପ୍ରଚାର ଜୋରଦାର ହୋଇଛି। ବିଜେପି ସଭାପତି ଜେପି ନଡ୍ଡା ଆଜି ଛତିଶଗଡ଼ର ରାୟପୁର ଗ୍ରାମୀଣ ନିର୍ବାଚନମଣ୍ଡଳୀର ଆମଳିଡିହ ଅଞ୍ଚଳରେ ‘ବୁଥ୍ ବିଜୟ ସଂକଳ୍ପ ଅଭିଯାନ’ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ ମନ୍ କୀ ବାତ୍’ ରେଡିଓ କାର୍ଯ୍ୟକ୍ରମ ଶୁଣିବାପରେ ନଡ୍ଡା ଆଜି ବୁଥ୍ ବିଜୟ ସଙ୍କଳ୍ପ ଅଭିଯାନ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ କଂଗ୍ରେସ ଉପରେ ବର୍ଷିଛନ୍ତି। ଛତିଶଗଡ଼ରେ ଭୂପେଶ ବାଘେଲ ସରକାର ଦୁର୍ନୀତିରେ ଜଡ଼ିତ ଏବଂ କଂଗ୍ରେସ ନେତୃତ୍ବାଧୀନ ସରକାରର ରାଜ୍ୟରେ କ୍ଷମତାରେ ରହିବାର କୌଣସି ଅଧିକାର ନାହିଁ ବୋଲି ନଡ୍ଡା କହିଛନ୍ତି। ଆଗାମୀ ନିର୍ବାଚନରେ ସମସ୍ତ ଲୋକଙ୍କୁ ଭୋଟ୍ ଦେବାପାଇଁ ଉତ୍ସାହିତ କରିବାକୁ ସେ ବିଜେପି କର୍ମୀମାନଙ୍କୁ ପ୍ରତି ଘରକୁ ଯିବାପାଇଁ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଛତିଶଗଡ଼ରେ ନଭେମ୍ବର ୭ ତାରିଖରେ ପ୍ରଥମ ପର୍ଯ୍ୟାୟରେ ୨୦ ବିଧାନସଭା ଆସନରେ ଭୋଟ୍ ଗ୍ରହଣ ହେବ ଏବଂ ଦ୍ବିତୀୟ ପର୍ଯ୍ୟାୟରେ ୭୦ ଆସନରେ ଭୋଟ୍ ଗ୍ରହଣ ହେବ।




