ଚୋର ସ‌ନ୍ଦେହରେ ମହାରାଷ୍ଟ୍ରରେ ନାବାଳକକୁ ପିଟିପିଟି ହତ୍ୟା

ନୂଆଦିଲ୍ଲୀ : ମହାରାଷ୍ଟ୍ରର ପରଭାନି ଅଞ୍ଚଳରେ ଜଣେ ନାବାଳକକୁ ଚୋର ସନ୍ଦେହରେ ପିଟିପିଟି ହତ୍ୟା କରାଯାଇଛି। ଅନ୍ୟ ୨ ଜଣଙ୍କ ଉପରେ ମଧ୍ୟ ଆକ୍ରମଣ ହୋଇଛି। ପୁଲିସ ଅନୁଯାୟୀ ବିଶୃଙ୍ଖଳ ଜନତାମାନେ ଭାବିଲେ ଯେ ନାବାଳକ ଏବଂ ତା’ର ସାଙ୍ଗମାନେ ଛେଳି ଚୋରି କରୁଥିଲେ। ଏହାପରେ ସେମାନେ ନାବାଳକଙ୍କ ଉପରେ ଆକ୍ରମଣ କରିଥିଲେ। ନାବାଳକଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁୃ ହୋଇଯାଇଛି। ଉକ୍ତ ଘଟଣାରେ ପୁଲିସ […]

Samaya Live Picture
Published On

ନୂଆଦିଲ୍ଲୀ : ମହାରାଷ୍ଟ୍ରର ପରଭାନି ଅଞ୍ଚଳରେ ଜଣେ ନାବାଳକକୁ ଚୋର ସନ୍ଦେହରେ ପିଟିପିଟି ହତ୍ୟା କରାଯାଇଛି। ଅନ୍ୟ ୨ ଜଣଙ୍କ ଉପରେ ମଧ୍ୟ ଆକ୍ରମଣ ହୋଇଛି। ପୁଲିସ ଅନୁଯାୟୀ ବିଶୃଙ୍ଖଳ ଜନତାମାନେ ଭାବିଲେ ଯେ ନାବାଳକ ଏବଂ ତା’ର ସାଙ୍ଗମାନେ ଛେଳି ଚୋରି କରୁଥିଲେ। ଏହାପରେ ସେମାନେ ନାବାଳକଙ୍କ ଉପରେ ଆକ୍ରମଣ କରିଥିଲେ। ନାବାଳକଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁୃ ହୋଇଯାଇଛି। ଉକ୍ତ ଘଟଣାରେ ପୁଲିସ ୯ ଜଣଙ୍କୁ ଗିରଫ କରିଛି। ଉଲ୍ଲେଖଯୋଗ୍ୟ ଯେ ବିହାରର ସରନ ଜିଲ୍ଲାରେ ଚଳିତ ବର୍ଷ ମାର୍ଚ୍ଚରେ ଜଣେ ୫୬ ବର୍ଷୀୟ ବ୍ୟକ୍ତିଙ୍କୁ ପିଟିପିଟି ହତ୍ୟା କରାଯାଇଥିଲା।

Tags: