ଚୋର ସନ୍ଦେହରେ କେରଳରେ ଜଣଙ୍କୁ ପିଟିପିଟି ହତ୍ୟା , ୯ ଗିରଫ

ନୂଆଦିଲ୍ଲୀ: କେରଳର ମଲ୍ଲପୁରମ ଜିଲ୍ଲା ଅଧୀନସ୍ଥ କିଝିସେରିରେ ଆଜି ଜଣଙ୍କୁ ଚୋର ସନ୍ଦେହରେ ପିଟିପିଟି ହତ୍ୟା କରାଯାଇଛି। ୩୬ ବର୍ଷୀୟ ରାଜେଶ ମଞ୍ଚିଙ୍କୁ ଚୋର ସନ୍ଦେହରେ କିଛି ଲୋକ ପିଟିପିଟି ହତ୍ୟା କରିଛନ୍ତି। ଅଭିଯୁକ୍ତମାନେ ରାଜେଶଙ୍କୁ ପାଇପ୍ ଏବଂ ବାଡ଼ିରେ ପିଟିପିଟି ହତ୍ୟା କରିଛନ୍ତି। ଗତ ୧୨ ତାରିଖରେ ଏହି ଘଟଣା ଘଟିଛି। ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା। କିନ୍ତୁ ସେତେବେଳକୁ ରାଜେଣ ଅଚେତ ହୋଇ ପଡ଼ିଥିଲେ। ତାଙ୍କୁ ତୁରନ୍ତ ହସ୍ପିଟାଲ […]

Samaya Live Picture
Published On

ନୂଆଦିଲ୍ଲୀ: କେରଳର ମଲ୍ଲପୁରମ ଜିଲ୍ଲା ଅଧୀନସ୍ଥ କିଝିସେରିରେ ଆଜି ଜଣଙ୍କୁ ଚୋର ସନ୍ଦେହରେ ପିଟିପିଟି ହତ୍ୟା କରାଯାଇଛି। ୩୬ ବର୍ଷୀୟ ରାଜେଶ ମଞ୍ଚିଙ୍କୁ ଚୋର ସନ୍ଦେହରେ କିଛି ଲୋକ ପିଟିପିଟି ହତ୍ୟା କରିଛନ୍ତି। ଅଭିଯୁକ୍ତମାନେ ରାଜେଶଙ୍କୁ ପାଇପ୍ ଏବଂ ବାଡ଼ିରେ ପିଟିପିଟି ହତ୍ୟା କରିଛନ୍ତି। ଗତ ୧୨ ତାରିଖରେ ଏହି ଘଟଣା ଘଟିଛି। ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା। କିନ୍ତୁ ସେତେବେଳକୁ ରାଜେଣ ଅଚେତ ହୋଇ ପଡ଼ିଥିଲେ। ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲେ ମଧ୍ୟ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ଉକ୍ତ ଘଟଣାରେ ପୁଲିସ ୯ ଜଣଙ୍କୁ ଗିରଫ କରିଛି।

Tags: