ଚେନ୍ନାଇ ସ୍କୁଲରେ ବୋମା ଧମକ . ସୁରକ୍ଷା କଡ଼ାକଡ଼ି

ଚେନ୍ନାଇ : ଚେନ୍ନାଇରେ ଆଜି କିଛି ସ୍କୁଲରେ ବୋମା ଥିବା ନେଇ ଧମକ ମିଳିବାପରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ ରହିଛି। ବୋମା ନିଷ୍କ୍ରିୟକାରୀ ଦଳ ସହ ପୁଲିସ ବୋମା ବିସ୍ଫୋରଣ ନେଇ ଧମକ ମିଳିଥିବା ସ୍କୁଲ ଗୁଡ଼ିକରେ ପହଞ୍ଚିଛି। ଏହି ସ୍କୁଲ୍ ଗୁଡ଼ିକର ଛାତ୍ରମାନଙ୍କୁ ସେମାନଙ୍କ ଅଭିଭାବକଙ୍କ ସହ ଘରକୁ ପଠାଇ ଦିଆଯାଇଛି। ଅନ୍ୟପକ୍ଷେ ଲୋକମାନେ ଭୟ ନକରିବାପାଇଁ ପୁଲିସ ଅନୁରୋଧ କରିଛି। ବୋମା ବିସ୍ଫୋରଣ ନେଇ ଇମେଲ୍ ଯୋଗେ ଧମକ ମିଳିଥିବାରୁ ଏହି ଇମେଲ ପଠାଇଥିବା […]

Samaya Live Picture
Published On

ଚେନ୍ନାଇ : ଚେନ୍ନାଇରେ ଆଜି କିଛି ସ୍କୁଲରେ ବୋମା ଥିବା ନେଇ ଧମକ ମିଳିବାପରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ ରହିଛି। ବୋମା ନିଷ୍କ୍ରିୟକାରୀ ଦଳ ସହ ପୁଲିସ ବୋମା ବିସ୍ଫୋରଣ ନେଇ ଧମକ ମିଳିଥିବା ସ୍କୁଲ ଗୁଡ଼ିକରେ ପହଞ୍ଚିଛି। ଏହି ସ୍କୁଲ୍ ଗୁଡ଼ିକର ଛାତ୍ରମାନଙ୍କୁ ସେମାନଙ୍କ ଅଭିଭାବକଙ୍କ ସହ ଘରକୁ ପଠାଇ ଦିଆଯାଇଛି। ଅନ୍ୟପକ୍ଷେ ଲୋକମାନେ ଭୟ ନକରିବାପାଇଁ ପୁଲିସ ଅନୁରୋଧ କରିଛି। ବୋମା ବିସ୍ଫୋରଣ ନେଇ ଇମେଲ୍ ଯୋଗେ ଧମକ ମିଳିଥିବାରୁ ଏହି ଇମେଲ ପଠାଇଥିବା ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ କହିଛି। ପୁଲିସ ଚେନ୍ନାଇର ସମସ୍ତ ସ୍କୁଲ୍ ଗୁଡ଼ିକରେ ସୁରକ୍ଷା କଡ଼ାକଡ଼ି କରିଛି।

Tags: