ଚେନ୍ନାଇରେ ସୁଟ୍କେସ୍ରୁ ମିଳିଲା ମହିଳାଙ୍କ ଖଣ୍ଡ ବିଖଣ୍ଡିତ ଶବ, ଜଣେ ଅଟକ
ଚେନ୍ନାଇ: ଏକ ସୁଟକେସ୍ ଭିତରୁ ଜଣେ ମହିଳାଙ୍କ ଖଣ୍ଡ ବିଖଣ୍ଡିତ ଶବ ଉଦ୍ଧାର ହୋଇଛି। ଜଣେ ସ୍ଥାନୀୟ ବାସିନ୍ଦା ଏକ ପରିତ୍ୟକ୍ତ ସୁଟ୍କେସ୍ ରାସ୍ତାକଡ଼େ ଠାବ କରିବା ପରେ ପୁଲିସକୁ ତୁରନ୍ତ ଖବର ଦେଇଥିଲେ। ପୁଲିସ ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ଜେରା କରୁଛି। ଏହି ସନ୍ଦିଗ୍ଧର ନାମ ମଣି ବୋଲି ଜଣାପଡ଼ିଛି। ସୁଟକେସ୍ ଯେଉଁ ସ୍ଥାନରୁ ମିଳିଛି ସେଠାରୁ ମାତ୍ର ୧୦୦ ମିଟର ଦୂରରେ ମଣି ରହୁଥିବା ଜଣାପଡ଼ିଛି। ସୁଟକେସ୍ ରୁ ମିଳିଥିବା […]
ଚେନ୍ନାଇ: ଏକ ସୁଟକେସ୍ ଭିତରୁ ଜଣେ ମହିଳାଙ୍କ ଖଣ୍ଡ ବିଖଣ୍ଡିତ ଶବ ଉଦ୍ଧାର ହୋଇଛି। ଜଣେ ସ୍ଥାନୀୟ ବାସିନ୍ଦା ଏକ ପରିତ୍ୟକ୍ତ ସୁଟ୍କେସ୍ ରାସ୍ତାକଡ଼େ ଠାବ କରିବା ପରେ ପୁଲିସକୁ ତୁରନ୍ତ ଖବର ଦେଇଥିଲେ। ପୁଲିସ ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ଜେରା କରୁଛି। ଏହି ସନ୍ଦିଗ୍ଧର ନାମ ମଣି ବୋଲି ଜଣାପଡ଼ିଛି। ସୁଟକେସ୍ ଯେଉଁ ସ୍ଥାନରୁ ମିଳିଛି ସେଠାରୁ ମାତ୍ର ୧୦୦ ମିଟର ଦୂରରେ ମଣି ରହୁଥିବା ଜଣାପଡ଼ିଛି। ସୁଟକେସ୍ ରୁ ମିଳିଥିବା ମୃତ ମହିଳାଙ୍କ ନାମ ଦୀପା ଏବଂ ମାଧବରାମ ଅଂଚଳର ବୋଲି ଜଣାପଡ଼ିଛି। ପୁଲିସ କହିଛି ଯେ ଚେନ୍ନାଇର କୁମାରନ କୁଡିଲ୍ର ଜଣେ ବାସିନ୍ଦା ଭୋର ସକାଳେ ଥୋରାଇପାକ୍କମ୍ ଅଞ୍ଚଳରେ ପଡ଼ିଥିବା ପରିତ୍ୟକ୍ତ ସୁଟକେସ୍ ବିଷୟରେ ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ପୁଲିସ ଉକ୍ତ ଅଞ୍ଚଳର ସିସିଟିଭି ଫୁଟେଜ୍ ମଧ୍ୟ ଜବତ କରିଛି ଏବଂ ଅଧିକ ତଦନ୍ତ ଜାରି ରହିଛି।




