ଚେନ୍ନାଇରେ ମୋଦୀଙ୍କ ବିଶାଳ ରୋଡସୋ
ନୂଆଦିଲ୍ଲୀ : ତାମିଲନାଡ଼ୁରେ ଆସନ୍ତା ଏପ୍ରିଲ ୧୯ ତାରିଖରେ ଲୋକସଭା ନିର୍ବାଚନ ଆରମ୍ଭ ହେବାର ଅବ୍ୟବହିତ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଚେନ୍ନାଇରେ ବିଶାଳ ରୋଡସୋ କରିଛନ୍ତି। ଚେନ୍ନାଇ ସହରର ସ୍ଥାନୀୟ ଟି ନଗର ଅଞ୍ଚଳରେ ବିଜେପି ରାଜ୍ୟ ସଭାପତି କେ ଆନ୍ନାମଲାଇ ଏବଂ ଦକ୍ଷିଣ ଚେନ୍ନାଇ, କେନ୍ଦ୍ରୀୟ ଚେନ୍ନାଇ ଓ ଉତ୍ତର ଚେନ୍ନାଇର ବିଜେପି ପ୍ରାର୍ଥୀଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବିଶାଳ ରୋଡ୍ ସୋ କରିଛନ୍ତି। ଏକ୍ସରେ ଏକ ପୋଷ୍ଟ୍ କରି […]
ନୂଆଦିଲ୍ଲୀ : ତାମିଲନାଡ଼ୁରେ ଆସନ୍ତା ଏପ୍ରିଲ ୧୯ ତାରିଖରେ ଲୋକସଭା ନିର୍ବାଚନ ଆରମ୍ଭ ହେବାର ଅବ୍ୟବହିତ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଚେନ୍ନାଇରେ ବିଶାଳ ରୋଡସୋ କରିଛନ୍ତି। ଚେନ୍ନାଇ ସହରର ସ୍ଥାନୀୟ ଟି ନଗର ଅଞ୍ଚଳରେ ବିଜେପି ରାଜ୍ୟ ସଭାପତି କେ ଆନ୍ନାମଲାଇ ଏବଂ ଦକ୍ଷିଣ ଚେନ୍ନାଇ, କେନ୍ଦ୍ରୀୟ ଚେନ୍ନାଇ ଓ ଉତ୍ତର ଚେନ୍ନାଇର ବିଜେପି ପ୍ରାର୍ଥୀଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବିଶାଳ ରୋଡ୍ ସୋ କରିଛନ୍ତି। ଏକ୍ସରେ ଏକ ପୋଷ୍ଟ୍ କରି ମୋଦୀ କହିଛନ୍ତି, ‘ଚେନ୍ନାଇ ମତେ ଜିତିଗଲା’। ମୋଦୀ କହିଛନ୍ତି, ଆଜି ଚେନ୍ନାଇ ଭଳି ଏକ ଗତିଶୀଳ ସହରରେ ହୋଇଥିବା ରୋଡସୋ ମୋର ସାରା ଜୀବନ ମନେ ରହିବ। ଲୋକମାନଙ୍କ ଆର୍ଶୀବାଦ ମତେ ଦେଶର ବିକାଶ ଦିଗରେ କାମ କରିବାପାଇଁ ଅଧିକ ଶକ୍ତି ଦେବ ବୋଲି ସେ କହିଛନ୍ତି। ମୋଦୀ ଆଜି ୪୫ ମିନିଟ୍ ରୋଡସୋ କରିଥିଲେ। ଏହି ସମୟରେ ତାଙ୍କ ସମର୍ଥକମାନେ ‘ଭାରତ ମାତା କୀ ଜୟ’ ଏବଂ ‘ମୋଦୀ , ମୋଦୀ’ ସ୍ଲୋଗାନ ଦେଇଥିଲେ। ରୋଡସୋ ସମୟରେ ତାଙ୍କ ସମର୍ଥକମାନେ ତାଙ୍କ ଉପରେ ଫୁଲ ପାଖୁଡ଼ା ପକାଇଥିଲେ। ରୋଡସୋ ସମୟରେ ମଧ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା।




