ଚେନ୍ନାଇରେ ଭାରତୀୟ ତୈଳ ନିଗମ ଡିପୋରେ ବିସ୍ଫୋରଣ, ଜଣେ ମୃତ, ଅନ୍ୟ ଜଣେ ଆହତ

ନୂଆଦିଲ୍ଲୀ : ଚେନ୍ନାଇ ତୋନ୍ଦିଆରପେଟ ଅଞ୍ଚଳରେ ଆଜି ଏକ ଭାରତୀୟ ତୈଳ ନିଗମ ଡିପୋରେ ବିସ୍ଫୋରଣ ହୋଇ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି। ପୁଲିସ ଅନୁଯାୟୀ ମରାମତି କାର୍ଯ୍ୟ ସମୟରେ ୨ଟି ଇଥାନଲ ଟ୍ୟାଙ୍କ୍ ବିସ୍ଫୋରଣ ହେବା ଫଳରେ ତୈଳ ଡିପୋରେ ନିଆଁ ଲାଗି ଯାଇଥିଲା। ନିଆଁ ଲାଗିଯିବା ଫଳରେ ଜଣେ ୱେଲ୍ଡିଙ୍ଗ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଜଣେ ଆହତ କର୍ମଚାରୀଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବିସ୍ଫୋରଣ […]

Samaya Live Picture
Published On

ନୂଆଦିଲ୍ଲୀ : ଚେନ୍ନାଇ ତୋନ୍ଦିଆରପେଟ ଅଞ୍ଚଳରେ ଆଜି ଏକ ଭାରତୀୟ ତୈଳ ନିଗମ ଡିପୋରେ ବିସ୍ଫୋରଣ ହୋଇ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି। ପୁଲିସ ଅନୁଯାୟୀ ମରାମତି କାର୍ଯ୍ୟ ସମୟରେ ୨ଟି ଇଥାନଲ ଟ୍ୟାଙ୍କ୍ ବିସ୍ଫୋରଣ ହେବା ଫଳରେ ତୈଳ ଡିପୋରେ ନିଆଁ ଲାଗି ଯାଇଥିଲା। ନିଆଁ ଲାଗିଯିବା ଫଳରେ ଜଣେ ୱେଲ୍ଡିଙ୍ଗ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଜଣେ ଆହତ କର୍ମଚାରୀଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବିସ୍ଫୋରଣ ପରେ ବରିଷ୍ଠ ପୁଲିସ ଅଧିକାରୀ ଏବଂ ଚେନ୍ନାଇ ପୌର ଅଧିକାରୀମାନେ ତୈଳ ଡିପୋ ଯାଇଛନ୍ତି।

Tags: