ଚୂଡ଼ାନ୍ତ ପର୍ଯ୍ୟାୟରେ ଉତ୍ତରକାଶୀ ଉଦ୍ଧାର ଅପରେସନ୍ , ଘଟଣାସ୍ଥଳରେ ୨୦ ଆମ୍ବୁଲାନ୍ସ ପ୍ରସ୍ତୁତ , ଆଉ ମାତ୍ର ୧୮ ମିଟର ବାକି
ନୂଆଦିଲ୍ଲୀ : ଉତ୍ତରାଖଣ୍ଡ ଉତ୍ତରକାଶୀ ଟନେଲ୍ରେ ଫସିଥିବା ୪୧ ଶ୍ରମିକଙ୍କ ଉଦ୍ଧାର ଅପରେସନ୍ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଆମ୍ବୁଲାନ୍ସ ଗୁଡ଼ିକ ଘଟଣାସ୍ଥଳରେ ଧାଡ଼ି ହୋଇ ପ୍ରସ୍ତୁତ ରହିଛନ୍ତି। ଆଜି ଉଦ୍ଧାର ଅପରେସନ୍ର ୧୧ ଦିନ। ଆଉ ମାତ୍ର ୧୮ ମିଟରରୁ କମ୍ ବାଟ ଡ୍ରିଲିଂ କରିବାକୁ ପଡ଼ିବ। ଉଦ୍ଧାରକାରୀ ଦଳ ସମସ୍ତ ପ୍ରକାର ଉଦ୍ୟମ ଜାରି ରଖିଛନ୍ତି। ଶ୍ରମିକମାନଙ୍କ ପାଇଁ ବେଡ୍ ବ୍ୟବସ୍ଥା ବି କରାଯାଇଛି। ଆଉ କିଛି ସମୟ ପରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ […]
ନୂଆଦିଲ୍ଲୀ : ଉତ୍ତରାଖଣ୍ଡ ଉତ୍ତରକାଶୀ ଟନେଲ୍ରେ ଫସିଥିବା ୪୧ ଶ୍ରମିକଙ୍କ ଉଦ୍ଧାର ଅପରେସନ୍ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଆମ୍ବୁଲାନ୍ସ ଗୁଡ଼ିକ ଘଟଣାସ୍ଥଳରେ ଧାଡ଼ି ହୋଇ ପ୍ରସ୍ତୁତ ରହିଛନ୍ତି। ଆଜି ଉଦ୍ଧାର ଅପରେସନ୍ର ୧୧ ଦିନ। ଆଉ ମାତ୍ର ୧୮ ମିଟରରୁ କମ୍ ବାଟ ଡ୍ରିଲିଂ କରିବାକୁ ପଡ଼ିବ। ଉଦ୍ଧାରକାରୀ ଦଳ ସମସ୍ତ ପ୍ରକାର ଉଦ୍ୟମ ଜାରି ରଖିଛନ୍ତି। ଶ୍ରମିକମାନଙ୍କ ପାଇଁ ବେଡ୍ ବ୍ୟବସ୍ଥା ବି କରାଯାଇଛି। ଆଉ କିଛି ସମୟ ପରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଘଟଣାସ୍ଥଳରେ ପହଞ୍ଚିବେ। ଉଦ୍ଧାର ଅପରେସନ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବାରୁ ଝାଡ଼ଖଣ୍ଡ ସରକାର ଆଜି କହିଛନ୍ତି, ରାଜ୍ୟର ୧୫ ଶ୍ରମିକଙ୍କୁ ଏୟାରଲିଫ୍ଟ କରିବାପାଇଁ ସରକାର ପ୍ରସ୍ତୁତ ଅଛନ୍ତି। ୨୪ ଘଣ୍ଟା ମଧ୍ୟରେ କିଛି ଗୁରୁତ୍ବପୂର୍ଣ୍ଣ ଖବର ଆସିପାରେ ବୋଲି କୁହାଯାଉଛି। ସବୁକିଛି ଯଦି ଯୋଜନା ମୁତାବକ ଚାଲେ ତେବେ ଉତ୍ତରକାଶୀ ସିଲ୍କୟାଡ଼ା ଟନେଲରେ ଉଦ୍ଧାର ଅପରେସନ୍ ଆସନ୍ତାକାଲି ସୁଦ୍ଧା ଶେଷ ହେବ। ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଉଦ୍ଧାର ଅପରେସନ୍ର ପ୍ରତ୍ୟେକଟି ଦିଗ ପ୍ରତି ନଜର ରଖିଛନ୍ତି। ଉଦ୍ଧାର ଅପରେସନ୍ରେ ଅଗ୍ରଗତି ହୋଇଥିବାରୁ ଶ୍ରମିକମାନଙ୍କ ନିକଟକୁ ୬ ଇଞ୍ଚ ଏବଂ ୪ ଇଞ୍ଚ ପାଇପଲାଇନ୍ ଯୋଗେ ରନ୍ଧା ଖାଦ୍ୟ ଏବଂ ଔଷଧ ପଠାଯାଇଛି। ଗତକାଲି ପ୍ରଥମ ଥର ପାଇଁ ଟନେଲରେ ଫସିଥିବା ଶ୍ରମିକମାନଙ୍କ ଫଟୋ ଏବଂ ଭିଡିଓ ଜାରି ହୋଇଥିଲା। ତେବେ ସମସ୍ତ ଶ୍ରମିକ ସୁରକ୍ଷିତ ଅଛନ୍ତି।




