ଚୀନ ସହ ସୀମା ବିବାଦ ସବୁଠୁ ବଡ଼ ଚାଲେଞ୍ଜ: ସିଡିଏସ୍

ନୂଆଦିଲ୍ଲୀ : ଚୀନ ସହ ସୀମା ବିବାଦ ଭାରତ ପାଇଁ ସବୁଠୁ ବଡ଼ ଚାଲେଞ୍ଜ । ଏଥିସହ ପାକିସ୍ତାନ ପକ୍ଷରୁ ଚାଲିଥିବା ଛଦ୍ମଯୁଦ୍ଧକୁ ଦ୍ବିତୀୟ ବଡ଼ ସମସ୍ୟା ବୋଲି ସିଡିଏସ୍‌ ଜେନେରାଲ ଅନୀଲ ଚୌହାନ। ଭାରତକୁ କିପରି ବିଭିନ୍ନ ଭାବେ କ୍ଷତ ବିକ୍ଷତ କରି ଲହୁଲୁହାଣ କରାଯାଇପାରିବ ତାହା ପାକିସ୍ତାନର ନୀତି ହୋଇଛି। ପରମାଣୁ ଅସ୍ତ୍ର କ୍ଷମତା ସମ୍ପନ୍ନ ଦୁଇ ପଡ଼ୋଶୀ ଦେଶ ପକ୍ଷରୁ ସୃଷ୍ଟି ବିପଦର ମୁକାବିଲା କରିବା ଭାରତ ପାଇଁ ଆଉ ଏକ ଚାଲେଞ୍ଜ। […]

ଚୀନ ସହ ସୀମା ବିବାଦ ସବୁଠୁ ବଡ଼ ଚାଲେଞ୍ଜ: ସିଡିଏସ୍
Samaya Live Picture
Published On

ନୂଆଦିଲ୍ଲୀ : ଚୀନ ସହ ସୀମା ବିବାଦ ଭାରତ ପାଇଁ ସବୁଠୁ ବଡ଼ ଚାଲେଞ୍ଜ । ଏଥିସହ ପାକିସ୍ତାନ ପକ୍ଷରୁ ଚାଲିଥିବା ଛଦ୍ମଯୁଦ୍ଧକୁ ଦ୍ବିତୀୟ ବଡ଼ ସମସ୍ୟା ବୋଲି ସିଡିଏସ୍‌ ଜେନେରାଲ ଅନୀଲ ଚୌହାନ। ଭାରତକୁ କିପରି ବିଭିନ୍ନ ଭାବେ କ୍ଷତ ବିକ୍ଷତ କରି ଲହୁଲୁହାଣ କରାଯାଇପାରିବ ତାହା ପାକିସ୍ତାନର ନୀତି ହୋଇଛି। ପରମାଣୁ ଅସ୍ତ୍ର କ୍ଷମତା ସମ୍ପନ୍ନ ଦୁଇ ପଡ଼ୋଶୀ ଦେଶ ପକ୍ଷରୁ ସୃଷ୍ଟି ବିପଦର ମୁକାବିଲା କରିବା ଭାରତ ପାଇଁ ଆଉ ଏକ ଚାଲେଞ୍ଜ। ଏହି ପରିପ୍ରେକ୍ଷୀରେ ଯେକୌଣସି ପାରମ୍ପରିକ ଯୁଦ୍ଧ ପାଇଁ ଭାରତକୁ ପ୍ରସ୍ତୁତ ରହିବାକୁ ପଡ଼ିବ ବୋଲି ସିଡିଏସ୍‌ କହିଛନ୍ତି। ଗୋରଖପୁର ସ୍ଥିତ ଗୋରଖନାଥ ମନ୍ଦିରରେ ଭାରତ ସମ୍ମୁଖରେ ଜାତୀୟ ନିରାପତ୍ତା ଚା‌ଲେଞ୍ଜ ଉପରେ ଆୟୋଜିତ ସେମିନାରରେ ସିଡିଏସ୍ ଚୌହାନ ଏବଂ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉପସ୍ଥିତ ଥିଲେ। ଏହି ଅବସରରେ ସେ କହିଥିଲେ, ଅପରେସନ ସିନ୍ଦୂର ପାଇଁ ଆମର ସଶସ୍ତ୍ର ସେନାକୁ ପୂରା ସ୍ବାଧୀନତା ଦିଆଯାଇଥିଲା। ଏହା କେବଳ ପହଲଗାମ ଆକ୍ରମଣର ପ୍ରତିଶୋଧ ନେବା ନଥିଲା। ସୀମାରେ ଜାରି ଆତଙ୍କବାଦ କାର୍ଯ୍ୟକାଳପ ଉପରେ ଅଙ୍କୁଶ ଲଗାଇବା ମଧ୍ୟ ଏହି ଅପରେସନ୍‌ର ଅନ୍ତର୍ଗତ। ଏପ୍ରିଲ ୨୨ରେ ପହଲଗାମର ବୈସରନ ଘାଟିରେ ଆତଙ୍କବାଦୀ ବିଭତ୍ସତା ଯୋଗୁଁ ୨୬ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିଲା। ଅପରେସନ ସିନ୍ଦୂରରେ ପାକିସ୍ତାନ ଓ ପାକ୍ ଅଧିକୃତ ଅଞ୍ଚଳରେ ଥିବା ଆତଙ୍କବାଦୀ ଆଡାକୁ ଧ୍ବଂସ କରାଯାଇଥିଲା।

Tags: