ଚୀନ-ଆମେରିକା ବନ୍ଦୀ ବିନିମୟ: ୩ ଆମେରିକୀୟଙ୍କୁ ଛାଡ଼ିଲା ଚୀନ୍‌

ୱାସିଂଟନ: ଚୀନ ଓ ଆମେରିକା ମଧ୍ୟରେ ବନ୍ଦୀ ବିନିମୟ ଚୁକ୍ତି କାର୍ଯ୍ୟକାରୀ ହୋଇଛି। ଏହି ଚୁକ୍ତିବଳରେ ଚୀନରେ ଅନେକ ବର୍ଷ ଧରି ବନ୍ଦୀ ଥିବା ୩ ଆମେରିକୀୟ ନାଗରିକଙ୍କୁ ଚୀନ୍‌ ସରକାର ହସ୍ତାନ୍ତର କରିଛି। ଟେକ୍ସାସ୍‌ ପ୍ରଶାସନ ପକ୍ଷରୁ ଦିଆଯାଇଥିବା ସୂଚନାନୁସାରେ, ନ୍ୟୁୟର୍କ ଲଙ୍ଗ ଦ୍ବୀପର ଲି (୬୨)ଙ୍କୁ ୨୦୧୬ରେ ଗିରଫ କରାଯାଇଥିଲା। ୨୦୧୮ରେ ତାଙ୍କୁ ୧୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରି ଜେଲ୍‌ ପଠାଯାଇଥିଲା। ଟେକ୍ସାସ୍‌ର ବ୍ୟବସାୟୀ ସ୍ବାଇଡନ୍‌ (୪୦)ଙ୍କୁ ଚୀନ ପୁଲିସ ୨୦୧୨ରେ ଗିରଫ […]

Samaya Live Picture
Published On

ୱାସିଂଟନ: ଚୀନ ଓ ଆମେରିକା ମଧ୍ୟରେ ବନ୍ଦୀ ବିନିମୟ ଚୁକ୍ତି କାର୍ଯ୍ୟକାରୀ ହୋଇଛି। ଏହି ଚୁକ୍ତିବଳରେ ଚୀନରେ ଅନେକ ବର୍ଷ ଧରି ବନ୍ଦୀ ଥିବା ୩ ଆମେରିକୀୟ ନାଗରିକଙ୍କୁ ଚୀନ୍‌ ସରକାର ହସ୍ତାନ୍ତର କରିଛି। ଟେକ୍ସାସ୍‌ ପ୍ରଶାସନ ପକ୍ଷରୁ ଦିଆଯାଇଥିବା ସୂଚନାନୁସାରେ, ନ୍ୟୁୟର୍କ ଲଙ୍ଗ ଦ୍ବୀପର ଲି (୬୨)ଙ୍କୁ ୨୦୧୬ରେ ଗିରଫ କରାଯାଇଥିଲା। ୨୦୧୮ରେ ତାଙ୍କୁ ୧୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରି ଜେଲ୍‌ ପଠାଯାଇଥିଲା। ଟେକ୍ସାସ୍‌ର ବ୍ୟବସାୟୀ ସ୍ବାଇଡନ୍‌ (୪୦)ଙ୍କୁ ଚୀନ ପୁଲିସ ୨୦୧୨ରେ ଗିରଫ କରିଥିଲା। ଡ୍ରଗ୍ସ ମାମଲାରେ ତାଙ୍କୁ ୨୦୧୯ରେ ମୃତ୍ୟୁଦଣ୍ଡରେ ଦଣ୍ଡିତ କରାଯାଇଥିଲା। ଏହି ଦୁଇଜଣଙ୍କୁ ବେଆଇନ ଭାବେ ଗିରଫ କରାଯାଇଛି ବୋଲି ଆମେରିକା ଅଭିଯୋଗ କରିଆସୁଥିଲା। ସେହିଭଳି ହଂକଂର ସ୍ଥାୟୀ ବାସିନ୍ଦା ତଥା ଆମେରିକୀୟ ଲେ ଉଙ୍ଗ୍‌ (୭୦)ଙ୍କୁ ୨୦୨୧ରେ ଗିରଫ କରାଯାଇଥିଲା। ୨୦୨୩ରେ ଆମେରିକା ନିମନ୍ତେ ଚୀନରେ ଗୁଇନ୍ଦାଗିରି କରୁଥିବା ଅଭିଯୋଗରେ ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା। ଏହି ତିନିଜଣଙ୍କୁ ଆମେରିକାରେ ବନ୍ଦୀ ଥିବା ଚୀନର ବୈଦେଶିକ ସୁରକ୍ଷା କାର୍ଯ୍ୟାଳୟର ଅଧିକାରୀ ସୁ ୟାନ୍‌ଜୁନ୍‌ ଓ ଚୀନ ନାଗରିକ ଜି ଚାଉକୁନ୍‌ଙ୍କ ମୁକ୍ତି ବିନିମୟରେ ଛଡ଼ାଯାଇଛି ବୋଲି ଆମେରିକା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଅପରପକ୍ଷରେ ବିନିମୟ ଚୁକ୍ତିରେ ଖଲାସ ହୋଇଥିବା ତିନି ଚୀନ ନାଗରିକ ସୁରକ୍ଷିତ ନିଜ ଦେଶରେ ପହଞ୍ଚିଛନ୍ତି।

Tags: