ଚୀନ୍ ସହ ସମ୍ପୃକ୍ତି ନେଇ ନ୍ୟୁଜ୍କ୍ଲିକ ସାମ୍ବାଦିକଙ୍କ ବିଭିନ୍ନ ଠିକଣାରେ ଚଢ଼ଉ
ନୂଆଦିଲ୍ଲୀ : ଅନଲାଇନ ପୋର୍ଟାଲ ନ୍ୟୁଜକ୍ଲିକ୍ର ଅନେକ ସାମ୍ବାଦିକ ଏବଂ କର୍ମଚାରୀଙ୍କ ବାସଭବନ ଏବଂ ବିଭିନ୍ନ ଠିକଣାରେ ଚଢ଼ଉ ହୋଇଛି। ଚୀନ୍ ସହ ସମ୍ପୃକ୍ତି ଥିବା ଅଭିଯୋଗରେ ଦିଲ୍ଲୀ ପୁଲିସ ଏହି ଚଢ଼ଉ କରିଛି। ଉକ୍ତ ମାମଲାର ତଦନ୍ତ ପାଇଁ ଦିଲ୍ଲୀ ପୁଲିସ ସ୍ବତନ୍ତ୍ର ଶାଖାର ବରିଷ୍ଠ ଅଫିସରମାନେ ଗତ ଅକ୍ଟୋବର ୨ ତାରିଖରେ ବୈଠକ କରିଥିଲେ। ଆଜି ଭୋର ୬ଟା ସମୟରେ ଚଢ଼ଉ ଆରମ୍ଭ ହୋଇଥିଲା। ଦିଲ୍ଲୀର ନଏଡ଼ା, ଗାଜିଆବାଦ, ଗୁରୁଗ୍ରାମ ଏବଂ ମୁମ୍ବାଇର ୧୦୦ରୁ […]
ନୂଆଦିଲ୍ଲୀ : ଅନଲାଇନ ପୋର୍ଟାଲ ନ୍ୟୁଜକ୍ଲିକ୍ର ଅନେକ ସାମ୍ବାଦିକ ଏବଂ କର୍ମଚାରୀଙ୍କ ବାସଭବନ ଏବଂ ବିଭିନ୍ନ ଠିକଣାରେ ଚଢ଼ଉ ହୋଇଛି। ଚୀନ୍ ସହ ସମ୍ପୃକ୍ତି ଥିବା ଅଭିଯୋଗରେ ଦିଲ୍ଲୀ ପୁଲିସ ଏହି ଚଢ଼ଉ କରିଛି। ଉକ୍ତ ମାମଲାର ତଦନ୍ତ ପାଇଁ ଦିଲ୍ଲୀ ପୁଲିସ ସ୍ବତନ୍ତ୍ର ଶାଖାର ବରିଷ୍ଠ ଅଫିସରମାନେ ଗତ ଅକ୍ଟୋବର ୨ ତାରିଖରେ ବୈଠକ କରିଥିଲେ। ଆଜି ଭୋର ୬ଟା ସମୟରେ ଚଢ଼ଉ ଆରମ୍ଭ ହୋଇଥିଲା। ଦିଲ୍ଲୀର ନଏଡ଼ା, ଗାଜିଆବାଦ, ଗୁରୁଗ୍ରାମ ଏବଂ ମୁମ୍ବାଇର ୧୦୦ରୁ ଅଧିକ ସ୍ଥାନରେ ଆଜି ସକାଳୁ ଚଢ଼ଉ ଆରମ୍ଭ ହୋଇଛି। ମିଳିଥିବା ସୂଚାନୁଯାୟୀ ଯେଉଁମାନଙ୍କ ଘରେ ଚଢ଼ଉ କରାଯିବ ସେମାନଙ୍କର ଏକ ତାଲିକା ପ୍ରସ୍ତୁତ କରାଯାଇଥିଲା ଏବଂ ସେମାନଙ୍କୁ ଏ, ବି ଏବଂ ସି ଶ୍ରେଣୀରେ ବିଭକ୍ତ କରାଯାଇଥିଲା। ‘ଏ’ ଶ୍ରେଣୀରେ ଥିବା ଲୋକମାନଙ୍କୁ ଅଟକ ରଖାଯାଇଛି। ଉକ୍ତ ଚଢ଼ଉରେ ପ୍ରାୟ ୫୦୦ ପୁଲିସ ମୁତୟନ ହୋଇଛନ୍ତି।




