ଚୀନ୍ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ତଦନ୍ତ ପାଇଁ ଲୁଚାଇ ରଖାଯାଇଛି: ଆମେରିକା
ନୂଆଦିଲ୍ଲୀ: ଚୀନ ପ୍ରତିରକ୍ଷା ମନ୍ତ୍ରୀ ଲି ଶାଙ୍ଗଫୁ ଗତ ଦୁଇ ସପ୍ତାହରୁ ଅଧିକ ସମୟ ହେଲା ନିଖୋଜ ହୋଇଯାଇଛନ୍ତି। ପୂର୍ବରୁ ନିଖୋଜ ହୋଇଥିବା ଚୀନର ବିଦେଶ ମନ୍ତ୍ରୀଙ୍କ ପତ୍ତା ଏପର୍ଯ୍ୟନ୍ତ ମିଳି ନଥିବାବେଳେ ଏବେ ପ୍ରତିରକ୍ଷା ମନ୍ତ୍ରୀ ଲି ନିଖୋଜ ହେବା ଚିଶ୍ବ ସମୁଦାୟକୁ ବିସ୍ମିତ କରିଛି। ଏଭଳି ସ୍ଥଳେ ପ୍ରତିରକ୍ଷା ମନ୍ତ୍ରୀ ଲି ଶାଙ୍ଗଫୁଙ୍କ ସଂପର୍କରେ ଆମେରିକା ସରକାର ଦାବି କରୁଛନ୍ତି ଯେ ତାଙ୍କୁ ଚୀନରେ ଲୁଚାଇ ରଖାଯାଇ ତଦନ୍ତ ଚାଲିଛି। ଫାଇନାନ୍ସିଆଲ ଟାଇମ୍ସର ଏକ […]
ନୂଆଦିଲ୍ଲୀ: ଚୀନ ପ୍ରତିରକ୍ଷା ମନ୍ତ୍ରୀ ଲି ଶାଙ୍ଗଫୁ ଗତ ଦୁଇ ସପ୍ତାହରୁ ଅଧିକ ସମୟ ହେଲା ନିଖୋଜ ହୋଇଯାଇଛନ୍ତି। ପୂର୍ବରୁ ନିଖୋଜ ହୋଇଥିବା ଚୀନର ବିଦେଶ ମନ୍ତ୍ରୀଙ୍କ ପତ୍ତା ଏପର୍ଯ୍ୟନ୍ତ ମିଳି ନଥିବାବେଳେ ଏବେ ପ୍ରତିରକ୍ଷା ମନ୍ତ୍ରୀ ଲି ନିଖୋଜ ହେବା ଚିଶ୍ବ ସମୁଦାୟକୁ ବିସ୍ମିତ କରିଛି। ଏଭଳି ସ୍ଥଳେ ପ୍ରତିରକ୍ଷା ମନ୍ତ୍ରୀ ଲି ଶାଙ୍ଗଫୁଙ୍କ ସଂପର୍କରେ ଆମେରିକା ସରକାର ଦାବି କରୁଛନ୍ତି ଯେ ତାଙ୍କୁ ଚୀନରେ ଲୁଚାଇ ରଖାଯାଇ ତଦନ୍ତ ଚାଲିଛି। ଫାଇନାନ୍ସିଆଲ ଟାଇମ୍ସର ଏକ ରିପୋର୍ଟ ଅନୁଯାୟୀ, ପ୍ରତିରକ୍ଷା ମନ୍ତ୍ରୀଙ୍କ ଦାୟିତ୍ବ ମଧ୍ୟ କାଢ଼ି ନିଆଯାଇଛି।
୬୫ ବର୍ଷୀୟ ଲିଙ୍କୁ ଶେଷ ଥର ପାଇଁ ଗତମାସ ୨୯ ତାରିଖରେ ଦେଖିବାକୁ ମିଳିଥିଲେ। ଆଫ୍ରିକୀୟ ଦେଶଗୁଡ଼ିକ ସହିତ ଏକ ସୁରକ୍ଷା ଫୋରମରେ ସେ ଭିତ୍ତିପ୍ରବନ୍ଧ ଉପସ୍ଥାପନ କରିଥିଲେ। ଜାପାନରେ ଅବସ୍ଥାପିତ ଆମେରିକାର ରାଷ୍ଟ୍ରଦୂତ ସାମାଜିକ ଗଣମାଧ୍ୟମ ଏକ୍ସରେ ଲେଖିଛନ୍ତି ଯେ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ କ୍ୟାବିନେଟ ଏବେ ଆଗାଥା କ୍ରିଷ୍ଟିଙ୍କ ଉପନ୍ୟାସ ‘ଆଣ୍ଡ୍ ଦେନ୍ ଦେୟାର ୱେୟାର ନନ୍’ ସଦୃଶ ଲାଗୁଛି। ପ୍ରଥମେ ବିଦେଶ ବ୍ୟାପାର ମନ୍ତ୍ରୀ କିନ ଗାଙ୍ଗ୍ ନିଖୋଜ ହୋଇଥିଲେ। ତାହା ପରେ ରକେଟ ଫୋର୍ସ କମାଣ୍ଡର ଏବଂ ଏବେ ପ୍ରତିରକ୍ଷା ମନ୍ତ୍ରୀ ଲି ସାଧାରଣରେ ଦେଖିବାକୁ ମିଳୁନାହାନ୍ତି।
ଚୀନ ପ୍ରତିରକ୍ଷା ମନ୍ତ୍ରୀଙ୍କ ନିଖୋଜ ଖବର ଉପରେ ସବୁଠୁ ଅଧିକ ନଜର ଯୁକ୍ତରାଷ୍ଟ୍ର ଆମେରିକା ରଖିଛି। ରୁଷର ସବୁଠୁ ବଡ଼ ଅସ୍ତ୍ରଶସ୍ତ୍ର ରପ୍ତାନିକାରୀ ସଂସ୍ଥା ରୋଜୋବୋରନଏକ୍ସପୋର୍ଟ ଠାରୁ ସେ ୨୦୧୮ ମସିହାରେ ଅସ୍ତ୍ରଶସ୍ତ୍ର କିଣିଥିବାରୁ ତାଙ୍କ ଉପରେ ଲାଗୁ କରିଥିବା କଟକଣାକୁ ଏପର୍ଯ୍ୟନ୍ତ ବଳବତ୍ତର ରଖିଛି। ସିଙ୍ଗାପୁରରେ ଗତ ଜୁନରେ ଅନୁଷ୍ଠିତ ପ୍ରତିରକ୍ଷା ସମ୍ମିଳନୀରେ ଆମେରିକାର ପ୍ରତିରକ୍ଷା ସଚିବ ଲୟନ ଅଷ୍ଟିନ ଲିଙ୍କ ସହିତ କଥା ହେବା ପାଇଁ ପ୍ରୟାସ କରିଥିଲେ। କିନ୍ତୁ ସେଠାରେ ତାହା ସମ୍ଭବ ହୋଇ ନଥିଲା।




