ଚୀନ୍‌ ଟିପ୍ପଣୀ ପାଇଁ ରାହୁଲଙ୍କୁ ସିନ୍ଧିଆଙ୍କ କଡ଼ା ସମାଲୋଚନା

ନୂଆଦିଲ୍ଲୀ, ୨୦/୮: ଚୀନ୍ ଲଦାଖରେ ଲୋକଙ୍କ ଜମି ନେଇଯାଇଛି ବୋଲି ରାହୁଲ ଗାନ୍ଧି ଦାବି କରିବା ପରେ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସକୁ କଡ଼ା ସମାଲୋଚନା କରିଛନ୍ତି। ରାହୁଲଙ୍କ ଦାବି ଉପରେ ପ୍ରତିକ୍ରିୟା ପ୍ରକାଶ କରି ସିନ୍ଧିଆ କହିଛନ୍ତି, କଂଗ୍ରେସ ପ୍ରଥମେ ନିଜ ଭିତରକୁ ଦେଖିବା ଉଚିତ କାରଣ ସେମାନେ ହିଁ ସ୍ଲୋଗାନ ଦେଇଥିଲେ ଯେ ‘ହିନ୍ଦୀ-ଚୀନୀ ଭାଇ-ଭାଇ’ ଏବଂ ସେମାନେ ହିଁ ୪୫,୦୦୦ ବର୍ଗ କିମି ଜାଗା ଚୀନ୍‌କୁ ଦେଇଦେଇଥିଲେ। କେନ୍ଦ୍ର ସୂଚନା-ପ୍ରଯୁକ୍ତି ମନ୍ତ୍ରୀ ରବି […]

Samaya Live Picture
Published On

ନୂଆଦିଲ୍ଲୀ, ୨୦/୮: ଚୀନ୍ ଲଦାଖରେ ଲୋକଙ୍କ ଜମି ନେଇଯାଇଛି ବୋଲି ରାହୁଲ ଗାନ୍ଧି ଦାବି କରିବା ପରେ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସକୁ କଡ଼ା ସମାଲୋଚନା କରିଛନ୍ତି। ରାହୁଲଙ୍କ ଦାବି ଉପରେ ପ୍ରତିକ୍ରିୟା ପ୍ରକାଶ କରି ସିନ୍ଧିଆ କହିଛନ୍ତି, କଂଗ୍ରେସ ପ୍ରଥମେ ନିଜ ଭିତରକୁ ଦେଖିବା ଉଚିତ କାରଣ ସେମାନେ ହିଁ ସ୍ଲୋଗାନ ଦେଇଥିଲେ ଯେ ‘ହିନ୍ଦୀ-ଚୀନୀ ଭାଇ-ଭାଇ’ ଏବଂ ସେମାନେ ହିଁ ୪୫,୦୦୦ ବର୍ଗ କିମି ଜାଗା ଚୀନ୍‌କୁ ଦେଇଦେଇଥିଲେ। କେନ୍ଦ୍ର ସୂଚନା-ପ୍ରଯୁକ୍ତି ମନ୍ତ୍ରୀ ରବି ଶଙ୍କର ପ୍ରସାଦ କହିଛନ୍ତି, ରାହୁଲ ଗାନ୍ଧି ଲଦାଖ ଯାଇ ଏପରି ବିବୃତି ଦେଇଛନ୍ତି। ସେ ଯେଉଁଠିକୁ ବି ଗଲେ ଦେଶ-ବିରୋଧୀ ବିବୃତି ଦେବା ତାଙ୍କ ଅଭ୍ୟାସ। ଆମ ସେନା ବୀରତ୍ବର ସହ ଚୀନ୍ ସେନାକୁ ପଛଘୁଞ୍ଚା ଦେବାକୁ ବାଧ୍ୟ କରିଛି। କିନ୍ତୁ ଆମେ ରାହୁଲ ଗାନ୍ଧିଙ୍କଠାରୁ କ’ଣ ଆଶା କରିବା? ଜାତୀୟ ସୁରକ୍ଷା ବିଷୟରେ ଗୋଟିଏ ଦିନ ସେ ଆମ ସହ ବିତର୍କରେ ଭାଗ ନେବାକୁ ମୁଁ ତାଙ୍କୁ ଅନୁରୋଧ କରୁଛି।
ଲଦାଖ ଗସ୍ତ ସମୟରେ ରାହୁଲ ଗାନ୍ଧି କହିଥିଲେ ଯେ, ଲଦାଖରେ ପଶି ଚୀନ୍ ଲୋକଙ୍କ ଜମି ଜବରଦଖଲ କରିଛି। କିନ୍ତୁ ଇଞ୍ଚେ ଜାଗା ବି ଚୀନ୍ ନେଇ ନାହିଁ ବୋଲି ପ୍ରଧାନମନ୍ତ୍ରୀ ଯାହା କହିଥିଲେ ତାହା ସତ ନୁହେଁ। ଅନେକ ବିରୋଧୀ ଦଳ ନେତା ରାହୁଲଙ୍କ ବିବୃତିକୁ ସମର୍ଥନ କରିଛନ୍ତି।

Tags: