ଚୀନ୍ ଚାହେନା ୨୦୨୪ରେ ମୋଦୀ କ୍ଷମତାକୁ ଫେରନ୍ତୁ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୪ରେ ପୁଣିଥରେ କ୍ଷମତାକୁ ଫେରିବେ ବୋଲି ୭୭ତମ ସ୍ବାଧୀନତା ଦିବସରେ ଲାଲକିଲାରୁ ଖୋଲା ଘୋଷଣା କରି ସାରିଛନ୍ତି। ତେବେ ମୋଦୀ ପୁଣିଥରେ କ୍ଷମତାକୁ ନଫେରନ୍ତୁ ବୋଲି ଖାଲି ବିରୋଧୀ ଦଳ ନୁହେଁ ବରଂ ବିଦେଶ ରାଷ୍ଟ୍ରମାନେ ବି ଚାହିଲେଣି। ଯେପରି ମୋଦୀ ପୁନଶ୍ଚ କ୍ଷମତାକୁ ଫେରି ନ ପାରିବେ ସେଥିପାଇଁ ଚୀନ୍‌ ଏକ ମନସ୍ତାତ୍ତ୍ବିକ ଯୁଦ୍ଧ (ସାଇକୋଲୋଜିକାଲ ଅପରେସନ) ଚଳାଇଛି । କାରଣ ମୋଦୀ ହେଉଛନ୍ତି ପ୍ରଥମ ପ୍ରଧାନମନ୍ତ୍ରୀ ଯିଏ କି […]

Samaya Live Picture
Published On

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୪ରେ ପୁଣିଥରେ କ୍ଷମତାକୁ ଫେରିବେ ବୋଲି ୭୭ତମ ସ୍ବାଧୀନତା ଦିବସରେ ଲାଲକିଲାରୁ ଖୋଲା ଘୋଷଣା କରି ସାରିଛନ୍ତି। ତେବେ ମୋଦୀ ପୁଣିଥରେ କ୍ଷମତାକୁ ନଫେରନ୍ତୁ ବୋଲି ଖାଲି ବିରୋଧୀ ଦଳ ନୁହେଁ ବରଂ ବିଦେଶ ରାଷ୍ଟ୍ରମାନେ ବି ଚାହିଲେଣି। ଯେପରି ମୋଦୀ ପୁନଶ୍ଚ କ୍ଷମତାକୁ ଫେରି ନ ପାରିବେ ସେଥିପାଇଁ ଚୀନ୍‌ ଏକ ମନସ୍ତାତ୍ତ୍ବିକ ଯୁଦ୍ଧ (ସାଇକୋଲୋଜିକାଲ ଅପରେସନ) ଚଳାଇଛି । କାରଣ ମୋଦୀ ହେଉଛନ୍ତି ପ୍ରଥମ ପ୍ରଧାନମନ୍ତ୍ରୀ ଯିଏ କି ଗଲୱାନ ସଂଘର୍ଷ ପରେ ଚୀନ୍ ବିରୋଧରେ କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି।
ଗତ ୯ ବର୍ଷ ଭିତରେ ମୋଦୀ ସରକାର ସୀମାରେ ଭିତ୍ତିଭୂମି ନିର୍ମାଣରେ ଯେତେ ଟଙ୍କା ଖର୍ଚ୍ଚ କରିଛନ୍ତି ୧୯୪୭ ପରେ ଅନ୍ୟ କୌଣସି ସରକାର ସୀମାରେ ଭିତ୍ତିଭୂମି ନିର୍ମାଣରେ ଏତେ ଟଙ୍କା ଖର୍ଚ୍ଚ କରି ନାହାନ୍ତି।
ଅରୁଣାଚଳପ୍ରଦେଶ, ଲେହ ଓ ଅନ୍ୟ ଅଞ୍ଚଳରେ ବ୍ୟାପକ ରାସ୍ତାଘାଟ ନିର୍ମାଣ କରାଯାଇଛି। ପଶ୍ଚିମବଙ୍ଗର ପାନଗଡ଼ରେ ସପ୍ତଦଶ କର୍ପସ ସ୍ଥାପନ କରିବା ମଧ୍ୟ ଥିଲା ମୋଦୀଙ୍କ ଚିନ୍ତାଧାରା। ଅରୁଣାଚଳପ୍ରଦେଶ ଓ ଅନ୍ୟ ଅଞ୍ଚଳରେ ହେଲିପ୍ୟାଡ୍, ଟ୍ରାଞ୍ଜିଟ୍ ଷ୍ଟେସନ ଆଦି ଅନେକ ଲଜିଷ୍ଟିକ୍ ସୁବିଧାର ବିକାଶ କରାଯାଇଛି।
ଅନ୍ୟପକ୍ଷରେ ଫ୍ରାନ୍ସ ପରି ଚୀନ୍‌ର ରଣନୈତିକ ଅଂଶୀଦାର ଦେଶକୁ ମଧ୍ୟ ଭାରତ ହାତରେ ରଖିଛି। ତେଣୁ ଚୀନ୍ ଚାହୁଛି, ୨୦୨୪ରେ ଭାରତରେ ଏକ ଦୁର୍ବଳ ସରକାର ଆସୁ କିନ୍ତୁ ମୋଦୀ ଥିବା ପର୍ଯ୍ୟନ୍ତ ତାହା ସମ୍ଭବ ନୁହେଁ।

Tags: