ଚୀନ୍‌ କମ୍ପାନିରେ ନୂଆ ନିୟମ

ବେଜିଂ: ଚୀନ୍‌ର ଚେକିଆଙ୍ଗ ପ୍ରଦେଶର ଏକ କମ୍ପାନି କର୍ମଚାରୀଙ୍କ ପାଇଁ ଏକ ନୂଆ ନିୟମ କରିଛି। କମ୍ପାନିର କୌଣସି ବିବାହିତ କର୍ମଚାରୀ ପରକୀୟା ସମ୍ପର୍କ ରଖିପାରିବେନି କିମ୍ବା ନିଜ ସ୍ତ୍ରୀ ବା ସ୍ବାମୀକୁ ଛାଡ଼ପତ୍ର ଦେଇପାରିବେନି। ଯଦି ସେମାନେ ଏମିତି କରିବେ ତେବେ ସେମାନଙ୍କୁ ଚାକିରିରୁ ବହିଷ୍କାର କରାଯିବ। ଚଳିତ ମାସରେ କମ୍ପାନି ଏହି ନୂଆ ନିୟମ ଆଣିଛି। ଏହା ସମସ୍ତ ବିବାହିତ କର୍ମଚାରୀଙ୍କ ପ୍ରତି ପ୍ରଯୁଜ୍ୟ। ତେବେ କମ୍ପାନିର ଏହି ଘୋଷଣାକୁ ନେଇ ଦେଶରେ ତର୍କବିତର୍କ […]

Samaya Live Picture
Published On

ବେଜିଂ: ଚୀନ୍‌ର ଚେକିଆଙ୍ଗ ପ୍ରଦେଶର ଏକ କମ୍ପାନି କର୍ମଚାରୀଙ୍କ ପାଇଁ ଏକ ନୂଆ ନିୟମ କରିଛି। କମ୍ପାନିର କୌଣସି ବିବାହିତ କର୍ମଚାରୀ ପରକୀୟା ସମ୍ପର୍କ ରଖିପାରିବେନି କିମ୍ବା ନିଜ ସ୍ତ୍ରୀ ବା ସ୍ବାମୀକୁ ଛାଡ଼ପତ୍ର ଦେଇପାରିବେନି। ଯଦି ସେମାନେ ଏମିତି କରିବେ ତେବେ ସେମାନଙ୍କୁ ଚାକିରିରୁ ବହିଷ୍କାର କରାଯିବ। ଚଳିତ ମାସରେ କମ୍ପାନି ଏହି ନୂଆ ନିୟମ ଆଣିଛି। ଏହା ସମସ୍ତ ବିବାହିତ କର୍ମଚାରୀଙ୍କ ପ୍ରତି ପ୍ରଯୁଜ୍ୟ। ତେବେ କମ୍ପାନିର ଏହି ଘୋଷଣାକୁ ନେଇ ଦେଶରେ ତର୍କବିତର୍କ ଆରମ୍ଭ ହୋଇଯାଇଛି। ସାମାଜିକ ଗଣମାଧ୍ୟମରେ ସର୍ବତ୍ର ଏହାକୁ ନେଇ ଚର୍ଚ୍ଚା ଦେଖିବାକୁ ମିଳୁଛି। ସାଉଥ୍ ଚାଇନା ମର୍ଣ୍ଣିଂ ପୋଷ୍ଟରେ ଏହି ଖବର ପ୍ରକାଶ ପାଇଛି।
ନୂଆ ନିୟମ ସଂକ୍ରାନ୍ତରେ କମ୍ପାନି ତରଫରୁ କୁହାଯାଇଛି ଯେ, କମ୍ପାନିର ଆଭ୍ୟନ୍ତରୀଣ ପରିଚାଳନାକୁ ସୁଦୃଢ଼ କରିବା, ପରିବାର ପ୍ରତି ଅନୁଗତ ରହିବା ଏବଂ ସ୍ବାମୀ-ସ୍ତ୍ରୀ ଭିତରେ ମଧୁର ସମ୍ପର୍କ ରହିବା ଭଳି କର୍ପୋରେଟ୍ ସଂସ୍କୃତି ସୃ‌ଷ୍ଟି କରିବା, ପରିବାରକୁ ସୁରକ୍ଷା ଦେବା ସହ କାମରେ ଅଧିକ ଧ୍ୟାନ ଦେବା ନିମନ୍ତେ ଏପରି ନିୟମ କରାଯାଇଛି। ଯେ କେହି ଏହି ନିୟମର ଉଲ୍ଲଂଘନ କରିବ ତାଙ୍କୁ ଚାକିରିରୁ ବହି‌ଷ୍କାର କରାଯିବ ବୋଲି ଚେତାବନୀ ଦିଆଯାଇଛି। କର୍ମଚାରୀଙ୍କ ପରିବାର ଯଦି ସ୍ଥିର ଓ ସଦ୍‌ଭାବପୂର୍ଣ୍ଣ ରହେ ତେବେ ସେପରି କର୍ମଚାରୀଙ୍କୁ ନେଇ କମ୍ପାନିର ଉତ୍ପାଦକତା ବୃଦ୍ଧି ପାଇବ ବୋଲି କମ୍ପାନି ପକ୍ଷରୁ ଯୁକ୍ତି କରାଯାଇଛି।

Tags: