ଚୀନ୍ର ରହସ୍ୟମୟ ପଦକ୍ଷେପ , ମାଟି ତଳେ ଗଭୀର ଗର୍ତ୍ତ ଖୋଳିଚାଲିଛି
ବେଜିଂ: ଅତ୍ୟନ୍ତ ରହସ୍ୟଜନକ ଭାବେ ପୃଥିବୀର ଭୂତ୍ବକ୍ରେ ୧୦,୦୦୦ ମିଟର (୩୨,୮୦୮ ଫୁଟ୍)ର ଗଭୀର ଗର୍ତ୍ତ ଖୋଳୁଛି ଚୀନ୍। ମିଳିଥିବା ଖବର ଅନୁଯାୟୀ ତୈଳସମୃଦ୍ଧ ସିଂଜିଆଙ୍ଗ ପ୍ରଦେଶର ତାରିମ ଅବବାହିକାରେ ଚୀନ୍ ମେ ୩୦ରୁ ଖୋଳୁଥିବା ଗର୍ତ୍ତ ଆଜିଯାଏ ପୃଥିବୀରେ ଖୋଳାଯାଇଥିବା ଗର୍ତ୍ତ ମଧ୍ୟରେ ଦ୍ବିତୀୟ ଗଭୀରତମ। ଏହି ଗର୍ତ୍ତ ଖନନ ଦ୍ବାରା ଭୂଗର୍ଭରେ ଗଚ୍ଛିତ ଥିବା ଖଣିଜ ସମ୍ପଦର ସନ୍ଧାନ କରାଯାଇପାରିଲେ ମଧ୍ୟ ଏହାଦ୍ବାରା ମନୁଷ୍ୟକୃତ ଭୂକମ୍ପ ଓ ଆଗ୍ନେୟ ଉଦ୍ଗିରଣର ମଧ୍ୟ ଭୟ ରହିଛି। […]
ବେଜିଂ: ଅତ୍ୟନ୍ତ ରହସ୍ୟଜନକ ଭାବେ ପୃଥିବୀର ଭୂତ୍ବକ୍ରେ ୧୦,୦୦୦ ମିଟର (୩୨,୮୦୮ ଫୁଟ୍)ର ଗଭୀର ଗର୍ତ୍ତ ଖୋଳୁଛି ଚୀନ୍। ମିଳିଥିବା ଖବର ଅନୁଯାୟୀ ତୈଳସମୃଦ୍ଧ ସିଂଜିଆଙ୍ଗ ପ୍ରଦେଶର ତାରିମ ଅବବାହିକାରେ ଚୀନ୍ ମେ ୩୦ରୁ ଖୋଳୁଥିବା ଗର୍ତ୍ତ ଆଜିଯାଏ ପୃଥିବୀରେ ଖୋଳାଯାଇଥିବା ଗର୍ତ୍ତ ମଧ୍ୟରେ ଦ୍ବିତୀୟ ଗଭୀରତମ। ଏହି ଗର୍ତ୍ତ ଖନନ ଦ୍ବାରା ଭୂଗର୍ଭରେ ଗଚ୍ଛିତ ଥିବା ଖଣିଜ ସମ୍ପଦର ସନ୍ଧାନ କରାଯାଇପାରିଲେ ମଧ୍ୟ ଏହାଦ୍ବାରା ମନୁଷ୍ୟକୃତ ଭୂକମ୍ପ ଓ ଆଗ୍ନେୟ ଉଦ୍ଗିରଣର ମଧ୍ୟ ଭୟ ରହିଛି। ସମ୍ଭବତଃ ଚୀନ୍ ଚାହୁଛି, ଗଭୀର ଭୂଗର୍ଭରେ ପରମାଣୁ ଅସ୍ତ୍ରର ପରୀକ୍ଷା କରିବ, ଯାହାଦ୍ବାରା ଭୂପୃଷ୍ଠରେ ଏହାର ବିକିରଣ ଯୋଗୁ କୌଣସି କ୍ଷତି ହେବାର ଆଶଙ୍କା ରହିବ ନାହିଁ। ଭୂତଳରେ ଅତି ଗଭୀରରେ ଜଳର ସନ୍ଧାନ ପାଇଁ ମଧ୍ୟ ଚୀନ୍ ଉଦ୍ୟମ କରୁଥାଇପାରେ। ଚୀନ୍ ମଧ୍ୟ ଗଭୀର ଭୂଗର୍ଭରେ କାର୍ବନ ସିକ୍ବେନ୍ସିଂ ଟେକ୍ନିକ୍ର ବିକାଶ କରିବାକୁ ଚାହୁଥାଇପାରେ। ପୃଥିବୀର ରହସ୍ୟ ଭେଦନ କରିବା ପାଇଁ ଚୀନ୍ ବୈଜ୍ଞାନକମାନେ ନୂଆ କୌଶଳର ବିକାଶ କରୁଛନ୍ତି।




