ଚୀନ୍‌ର ମୁକାବିଲା ପାଇଁ ଆମେ ପ୍ରସ୍ତୁତ : ବାୟୁ ଓ ନୌସେନା ମୁଖ୍ୟ

ନୂଆଦିଲ୍ଲୀ: ଚୀନର ମୁକାବିଲା କରିବାପାଇଁ ଭାରତ ସମ୍ପୂର୍ଣ୍ଣ ଭାବେ ସକ୍ଷମ। ଯେକୌଣସି ସମୟରେ ଚୀନ୍‌ର ମୁକାବିଲା ପାଇଁ ଭାରତ ପ୍ରସ୍ତୁତ। ଚୀନ୍ ଯଦି ଭାରତ ଉପରେ ଆକ୍ରମଣ କରିଦିଏ ତେବେ ଭାରତ ଏହାର ଦୃଢ଼ ଜବାବ ଦେଇପାରିବ। ଭାରତୀୟ ବାୟୁସେନା ପକ୍ଷରୁ ଆଗୁଆ ଅଞ୍ଚଳରେ ଯଥେଷ୍ଟ ସଂଖ୍ୟକ ଲଢ଼ୁଆ ବିମାନ, କ୍ଷେପଣାସ୍ତ୍ର ଓ ଗାଇଡେଡ୍‌ ଅସ୍ତ୍ର ବ୍ୟବସ୍ଥା, ରାଡାର ଏବଂ ଅନ୍ୟ ଅସ୍ତ୍ରଶସ୍ତ୍ର ମୁତୟନ କରାଯାଇଛି। ଚୀନ୍‌ର ମୁକାବିଲା କରିବା ପାଇଁ ଆବଶ୍ୟକ ଲଜିଷ୍ଟିକ୍ସ ସହ ଭିତ୍ତିଭୂମି […]

Samaya Live Picture
Published On

ନୂଆଦିଲ୍ଲୀ: ଚୀନର ମୁକାବିଲା କରିବାପାଇଁ ଭାରତ ସମ୍ପୂର୍ଣ୍ଣ ଭାବେ ସକ୍ଷମ। ଯେକୌଣସି ସମୟରେ ଚୀନ୍‌ର ମୁକାବିଲା ପାଇଁ ଭାରତ ପ୍ରସ୍ତୁତ। ଚୀନ୍ ଯଦି ଭାରତ ଉପରେ ଆକ୍ରମଣ କରିଦିଏ ତେବେ ଭାରତ ଏହାର ଦୃଢ଼ ଜବାବ ଦେଇପାରିବ। ଭାରତୀୟ ବାୟୁସେନା ପକ୍ଷରୁ ଆଗୁଆ ଅଞ୍ଚଳରେ ଯଥେଷ୍ଟ ସଂଖ୍ୟକ ଲଢ଼ୁଆ ବିମାନ, କ୍ଷେପଣାସ୍ତ୍ର ଓ ଗାଇଡେଡ୍‌ ଅସ୍ତ୍ର ବ୍ୟବସ୍ଥା, ରାଡାର ଏବଂ ଅନ୍ୟ ଅସ୍ତ୍ରଶସ୍ତ୍ର ମୁତୟନ କରାଯାଇଛି। ଚୀନ୍‌ର ମୁକାବିଲା କରିବା ପାଇଁ ଆବଶ୍ୟକ ଲଜିଷ୍ଟିକ୍ସ ସହ ଭିତ୍ତିଭୂମି ମଧ୍ୟ ନିର୍ମାଣ କରାଯାଇଛି ବୋଲି ଏୟାର୍ ଚିଫ୍ ମାର୍ଶାଲ ଭିଆର୍‌ ଚୌଧାରୀ କହିଛନ୍ତି। ଉତ୍ତର ସୀମାରେ କ’ଣ ଘଟୁଛି ଆମେ ନିୟମିତ ନଜର ରଖିଛୁ ଏବଂ ଯେକୌଣସି ଆହ୍ବାନର ଜବାବ ଦେବା ପାଇଁ ଆମେ ସଦା ପ୍ରସ୍ତୁତ ବୋଲି ସେ କହିଛନ୍ତି। ସେହିପରି ନୌସେନା ମୁଖ୍ୟ ଆଡମିରାଲ ଆର୍ ହରି କୁମାର କହିଛନ୍ତି ଯେ, ଭାରତ ମହାସାଗରରେ ଚୀନ୍ ଯୁଦ୍ଧଜାହାଜ ଓ ଅନ୍ୟ ଜାହାଜଗୁଡ଼ିକ ଉପରେ ଆମ ନୌସେନା ସବୁବେଳେ ନଜର ରଖିଛି। ଆମ ଯୁଦ୍ଧ ଜାହାଜଗୁଡ଼ିକ ଅପର୍ଯ୍ୟାପ୍ତ ଅସ୍ତ୍ରଶସ୍ତ୍ର ସହ ସର୍ବଦା ପ୍ରସ୍ତୁତ ହୋଇ ରହିଛନ୍ତି। ୨୦୨୦ ଗଲୱାନ ସଂଘର୍ଷ ପରେ ଯେକୌଣସି ପରିସ୍ଥିତି ପାଇଁ ଆମ ବାୟୁସେନାକୁ ପ୍ରସ୍ତୁତ କରାଯାଇଛି ବୋଲି ଏୟାର ଚିଫ୍ ମାର୍ଶାଲ ଚୌଧାରୀ କହିଛନ୍ତି।

Tags: