ଚୀନ୍ର ନୂଆ ମ୍ୟାପ୍ରେ ସ୍କାର୍ବରୋସୋଲ୍, ଫିଲିପାଇନ୍ସର ବିରୋଧ
ମନିଲା: ଚୀନର ନୂତନ ମାନଚିତ୍ରକୁ ନେଇ ଦକ୍ଷିଣ ଚୀନ ସାଗରରେ ପୁଣିଥରେ ଉତ୍ତେଜନା ବୃଦ୍ଧି ପାଇଛି। ଏଥିରେ ଚୀନସାଗର ଅନ୍ତର୍ଗତ ଫିଲିପାଇନ୍ସର ସ୍କାର୍ବରୋସୋଲ୍ ଦ୍ବୀପକୁ ନିଜ ଅଞ୍ଚଳ ବୋଲି ଚୀନ ଦାବି କରିଛି। ଚୀନର ଏହି ମ୍ୟାପ୍କୁ ଫିଲିପାଇନ୍ସ ତୀବ୍ର ବିରୋଧ କରିଛି। ଫିଲିପାଇନ୍ସ ରାଷ୍ଟ୍ରପତି କାର୍ଯ୍ୟାଳୟର ସାମୁଦ୍ରିକ କାର୍ଯ୍ୟାଳୟ ପକ୍ଷରୁ ଜାରି ବାର୍ତ୍ତାରେ ଚୀନର ଏହି ପଦକ୍ଷେପକୁ ବିରୋଧ କରାଯାଇଛି। ଉକ୍ତ ଦ୍ବୀପ ଉପରେ ଫିଲିପାଇନ୍ସର ଦୀର୍ଘ ବର୍ଷର ସାର୍ବଭୌମତ୍ବ ଉପରେ ଏହା ଚୀନର ଆକ୍ରମଣ […]
ମନିଲା: ଚୀନର ନୂତନ ମାନଚିତ୍ରକୁ ନେଇ ଦକ୍ଷିଣ ଚୀନ ସାଗରରେ ପୁଣିଥରେ ଉତ୍ତେଜନା ବୃଦ୍ଧି ପାଇଛି। ଏଥିରେ ଚୀନସାଗର ଅନ୍ତର୍ଗତ ଫିଲିପାଇନ୍ସର ସ୍କାର୍ବରୋସୋଲ୍ ଦ୍ବୀପକୁ ନିଜ ଅଞ୍ଚଳ ବୋଲି ଚୀନ ଦାବି କରିଛି। ଚୀନର ଏହି ମ୍ୟାପ୍କୁ ଫିଲିପାଇନ୍ସ ତୀବ୍ର ବିରୋଧ କରିଛି।
ଫିଲିପାଇନ୍ସ ରାଷ୍ଟ୍ରପତି କାର୍ଯ୍ୟାଳୟର ସାମୁଦ୍ରିକ କାର୍ଯ୍ୟାଳୟ ପକ୍ଷରୁ ଜାରି ବାର୍ତ୍ତାରେ ଚୀନର ଏହି ପଦକ୍ଷେପକୁ ବିରୋଧ କରାଯାଇଛି। ଉକ୍ତ ଦ୍ବୀପ ଉପରେ ଫିଲିପାଇନ୍ସର ଦୀର୍ଘ ବର୍ଷର ସାର୍ବଭୌମତ୍ବ ଉପରେ ଏହା ଚୀନର ଆକ୍ରମଣ ବୋଲି ଅଭିହିତ କରିଛି। ଅପରପକ୍ଷରେ, ଚୀନର ବିଦେଶ ମନ୍ତ୍ରଣାଳୟ ମୁଖପାତ୍ର କହିଛନ୍ତି, ଅନ୍ତର୍ଜାତୀୟ ଆଇନାନୁସାରେ ନିଜର ସାମୁଦ୍ରିକ ପରିଚାଳନାକୁ ଆଇନତଃ ଦୃଢ଼ କରିବା ନିମନ୍ତେ ଏହା ଏକ ସ୍ବାଭାବିକ ପଦକ୍ଷେପ। ହୁଆଂଗ୍ୟାନ୍ ଦାଓ ସନ୍ନିକଟ ଆଧାର ରେଖାକୁ ନିଜର ବୋଲି ଦର୍ଶାଇବା ଆନ୍ତର୍ଜାତୀୟ ଆଇନାନୁସାରେ ସ୍ବୀକୃତ। ଏହି ଦ୍ବୀପଟି ଫିଲିପାଇନ୍ସର ବିଶେଷ ଆର୍ଥନୈତିକ ଜୋନ୍ (ଇଇଜେଡ୍) ମଧ୍ୟରେ ଅନ୍ତର୍ଗତ। ୨୦୧୨ରେ ଏହାକୁ ଚୀନ ବେଆଇନ ଭାବେ ଦଖଲ କରିଥିଲା। ଏହାକୁ ଫିଲିପାଇନ୍ସ କ୍ରମାଗତ ଭାବେ ବିରୋଧ କରିଆସୁଛି। ୨୦୧୬ରେ ମିଳିତ ଜାତିସଂଘର ମଧ୍ୟସ୍ଥିତା ନ୍ୟାୟାଧିକରଣ ସ୍କାର୍ବରୋ ଦ୍ବୀପ ସହ ଦକ୍ଷିଣ ଚୀନ ସାଗରର ପ୍ରବାଳ ଦ୍ବୀପ ଗୁଡ଼ିକ ଉପରେ ଚୀନର ଏଭଳି ଏକତରଫା ଅଧିକାରକୁ ଖାରଜ କରିଥିଲା।




