ଚୀନ୍ର ନୂଆ ମ୍ୟାପ୍ରେ ଅରୁଣାଚଳ ପ୍ରଦେଶ, ତାଇୱାନ
ବେଜିଂ : ଚୀନ୍ ସୋମବାର ଦିନ ଏହାର ୨୦୨୩ ସଂସ୍କରଣର ନୂଆ ମ୍ୟାପ୍ ଜାରି କରିଛି। ଏହି ମ୍ୟାପ୍ରେ ଚୀନ୍ ଅରୁଣାଚଳ ପ୍ରଦେଶ, ଅକ୍ସାଇ ଚୀନ୍ ଅଞ୍ଚଳ, ତାଇୱାନ ଏବଂ ବିବାଦୀୟ ଦକ୍ଷିଣ ଚୀନ୍ ସାଗରକୁ ନିଜର ଅଞ୍ଚଳ ଦର୍ଶାଇଛି। ଅରୁଣାଚଳ ଭାରତର ଅବିଚ୍ଛେଦ୍ୟ ଅଂଶ ବୋଲି ଭାରତ ବାରମ୍ବାର କହି ଆସିଥିଲେ ସୁଦ୍ଧା ଚୀନ୍ ଅତ୍ୟନ୍ତ ବେପରୁଆ ଭାବେ ନିଜର ଏକଚାଟିଆ ନୀତି ଅବଲମ୍ବନ କରିଛି। ଏବେ ପୁଣିଥରେ ଚୀନ୍ ଅରୁଣାଚଳକୁ ନିଜର ଅଞ୍ଚଳ ଦର୍ଶାଇଛି। […]
ବେଜିଂ : ଚୀନ୍ ସୋମବାର ଦିନ ଏହାର ୨୦୨୩ ସଂସ୍କରଣର ନୂଆ ମ୍ୟାପ୍ ଜାରି କରିଛି। ଏହି ମ୍ୟାପ୍ରେ ଚୀନ୍ ଅରୁଣାଚଳ ପ୍ରଦେଶ, ଅକ୍ସାଇ ଚୀନ୍ ଅଞ୍ଚଳ, ତାଇୱାନ ଏବଂ ବିବାଦୀୟ ଦକ୍ଷିଣ ଚୀନ୍ ସାଗରକୁ ନିଜର ଅଞ୍ଚଳ ଦର୍ଶାଇଛି। ଅରୁଣାଚଳ ଭାରତର ଅବିଚ୍ଛେଦ୍ୟ ଅଂଶ ବୋଲି ଭାରତ ବାରମ୍ବାର କହି ଆସିଥିଲେ ସୁଦ୍ଧା ଚୀନ୍ ଅତ୍ୟନ୍ତ ବେପରୁଆ ଭାବେ ନିଜର ଏକଚାଟିଆ ନୀତି ଅବଲମ୍ବନ କରିଛି। ଏବେ ପୁଣିଥରେ ଚୀନ୍ ଅରୁଣାଚଳକୁ ନିଜର ଅଞ୍ଚଳ ଦର୍ଶାଇଛି। ଗ୍ଲୋବାଲ ଟାଇମ୍ସ ଏହି ମ୍ୟାପ୍ ଦର୍ଶାଇଛି। ମ୍ୟାପ୍ରେ ଅରୁଣାଚଳକୁ ଚୀନ୍ ଦକ୍ଷିଣ ତିବ୍ଦତ ବୋଲି ଦର୍ଶାଇଛି। ୧୯୬୨ ଯୁଦ୍ଧରେ ଭାରତଠାରୁ ଦଖଲ କରିଥିବା ଅକ୍ସାଇ ଚୀନ୍କୁ ଚୀନ୍ ନିଜର ଅଞ୍ଚଳ ଦର୍ଶାଇଛି। ସେହିପରି ଚୀନ୍ ଦକ୍ଷିଣ ଚୀନ୍ ସାଗରର ଏକ ବଡ଼ ଅଂଶ ଏବଂ ତାଇୱାନକୁ ନିଜର ଅଞ୍ଚଳ ଦର୍ଶାଇଛି। ଉଲ୍ଲେଖଯୋଗ୍ୟ ଯେ ଚୀନ୍ ପୂର୍ବରୁ ମଧ୍ୟ ଅରୁଣାଚଳପ୍ରଦେଶକୁ ନିଜର ଅଞ୍ଚଳ ଦର୍ଶାଇ ମ୍ୟାପ୍ ଜାରି କରିଛି।




