ଚୀନରେ ଶ୍ବାସ ଜନିତ ଅସୁସ୍ଥତା ବୃଦ୍ଧି କରୋନା ପରି ଭୟ ବଢ଼ାଇଲା

ବେଜିଂ : ଉତ୍ତର ଚୀନ୍ରେ ଶ୍ବାସ ଜନିତ ଅସୁସ୍ଥତା ଦ୍ରୁତ ବେଗରେ ବଢ଼ିଚାଲିଛି। ବିଶେଷ କରି ଶିଶୁମାନେ ଅଧିକ ଶ୍ବାସ ଜନିତ ସଂକ୍ରମଣରେ ପୀଡ଼ିତ। ୪ ବର୍ଷ ପୂର୍ବେ ପ୍ରଥମେ ଚୀନରୁ ଆରମ୍ଭ ହୋଇଥିବା କରୋନା ମହାମାରୀ ଏବେ ବି ସମ୍ପୂର୍ଣ୍ଣ ଭାବେ ହଟିନଥିବାବେଳେ ଏବେ ପୁଣି ଏହି ଶ୍ବାସ ଜନିତ ସଂକ୍ରମଣ ବୃଦ୍ଧି କରୋନା ସଂକ୍ରମଣ ପରି ନୂଆ ଭୟ ବଢ଼ାଇଛି। ତେବେ ବାସ୍ତବ ସ୍ଥିତି ସଂକ୍ରାନ୍ତରେ ଏଯାବତ ସ୍ପଷ୍ଟ ଜଣାପଡ଼ିନି। ନୂଆ ଭାଇରସ୍ ପାଇଁ […]

Samaya Live Picture
Published On

ବେଜିଂ : ଉତ୍ତର ଚୀନ୍ରେ ଶ୍ବାସ ଜନିତ ଅସୁସ୍ଥତା ଦ୍ରୁତ ବେଗରେ ବଢ଼ିଚାଲିଛି। ବିଶେଷ କରି ଶିଶୁମାନେ ଅଧିକ ଶ୍ବାସ ଜନିତ ସଂକ୍ରମଣରେ ପୀଡ଼ିତ। ୪ ବର୍ଷ ପୂର୍ବେ ପ୍ରଥମେ ଚୀନରୁ ଆରମ୍ଭ ହୋଇଥିବା କରୋନା ମହାମାରୀ ଏବେ ବି ସମ୍ପୂର୍ଣ୍ଣ ଭାବେ ହଟିନଥିବାବେଳେ ଏବେ ପୁଣି ଏହି ଶ୍ବାସ ଜନିତ ସଂକ୍ରମଣ ବୃଦ୍ଧି କରୋନା ସଂକ୍ରମଣ ପରି ନୂଆ ଭୟ ବଢ଼ାଇଛି। ତେବେ ବାସ୍ତବ ସ୍ଥିତି ସଂକ୍ରାନ୍ତରେ ଏଯାବତ ସ୍ପଷ୍ଟ ଜଣାପଡ଼ିନି। ନୂଆ ଭାଇରସ୍ ପାଇଁ ଚୀନ୍ରେ ଏହି ଶ୍ବାସ ଜନିତ ସଂକ୍ରମଣ ବୃଦ୍ଧି ହୋଇଛି କି ନା’ ତାହା ସ୍ପଷ୍ଟ କରାଯାଇନି। ଉଲ୍ଲେଖଯୋଗ୍ୟ ଯେ ଚୀନ୍ରେ ଶିଶୁମାନଙ୍କ ମଧ୍ୟରେ ଶ୍ବାସ ଜନିତ ଅସୁସ୍ଥତା ବଢ଼ୁଛି ବୋଲି ପ୍ରଥମେ ନଭେମ୍ବର ୧୩ ତାରିଖରେ ଚୀନ୍ର ଜାତୀୟ ସ୍ବାସ୍ଥ୍ୟ କମିସନ୍ ପକ୍ଷରୁ ରିପୋର୍ଟ କରାଯାଇଥିଲା। କିଛି ହସ୍ପିଟାଲରେ ଅସୁସ୍ଥ ଶିଶୁଙ୍କ ସଂଖ୍ୟା ପ୍ରବଳ ବେଗରେ ବଢ଼ିଚାଲିଛି। ବେଜିଂ ଉତ୍ତରପୂର୍ବ ଲିଆନିଙ୍ଗ ପ୍ରଦେଶ ଏବଂ ଅନ୍ୟ ଅଞ୍ଚଳରେ ଏହି ସଂକ୍ରମଣ ବଢ଼ିଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ‘ହୁ’ ଏନେଇ ସତର୍କ କରାଇଛି। ଭାରତ ଏବଂ ଅନ୍ୟ ରାଷ୍ଟ୍ରମାନେ ମଧ୍ୟ ଚୀନ୍ର ଏହି ନୂ୍ଆ ଭାଇରସ୍ ଉପରେ ନଜର ରଖିଛନ୍ତି। ତେବେ ଭାରତ ପ୍ରତି କିଛି ବିପଦ ନାହିଁ ବୋଲି ବିଶେଷଜ୍ଞମାନେ କହିଛନ୍ତି।

Tags: