ଚୀନ୍ରେ ରେକର୍ଡ ବର୍ଷା, ୭୮ ଜଣଙ୍କ ମୃତ୍ୟୁ
ବେଜିଂ : ଚୀନ୍ର ଉତ୍ତରାଞ୍ଚଳରେ ରେକର୍ଡ ବର୍ଷା ହୋଇଛି। ପ୍ରବଳ ବର୍ଷା ଏବଂ ବନ୍ୟାଜନିତ କାରଣ ପାଇଁ ଚୀନ୍ରେ ୭୮ ଜଣଙ୍କ ମୃତ୍ୟୁ ହେଲାଣି। ହୁବେଇ ପ୍ରଦେଶରେ ବନ୍ୟା ଯୋଗୁଁ ୨୯ ଜଣଙ୍କ ମୃତ୍ୟୁ ହୋଇଛି। ହୁବେଇ ପ୍ରଦେଶରେ ୧୬ ଜଣ ଏବେ ବି ନିଖୋଜ ଅଛନ୍ତି। ବେଜିଂରେ ୩୩ ଜଣଙ୍କ ମୃତ୍ୟୁ ହୋଇଛି। ଜିଲିନ ପ୍ରଦେଶର ଉତ୍ତର ପୂର୍ବାଞ୍ଚଳରେ ୧୨ରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି। ଚୀନ୍ରେ ପୁଣି ଆଉ ଏକ ଲଘୁଚାପ ହେବାର ଥିବାରୁ […]
ବେଜିଂ : ଚୀନ୍ର ଉତ୍ତରାଞ୍ଚଳରେ ରେକର୍ଡ ବର୍ଷା ହୋଇଛି। ପ୍ରବଳ ବର୍ଷା ଏବଂ ବନ୍ୟାଜନିତ କାରଣ ପାଇଁ ଚୀନ୍ରେ ୭୮ ଜଣଙ୍କ ମୃତ୍ୟୁ ହେଲାଣି। ହୁବେଇ ପ୍ରଦେଶରେ ବନ୍ୟା ଯୋଗୁଁ ୨୯ ଜଣଙ୍କ ମୃତ୍ୟୁ ହୋଇଛି। ହୁବେଇ ପ୍ରଦେଶରେ ୧୬ ଜଣ ଏବେ ବି ନିଖୋଜ ଅଛନ୍ତି। ବେଜିଂରେ ୩୩ ଜଣଙ୍କ ମୃତ୍ୟୁ ହୋଇଛି। ଜିଲିନ ପ୍ରଦେଶର ଉତ୍ତର ପୂର୍ବାଞ୍ଚଳରେ ୧୨ରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି। ଚୀନ୍ରେ ପୁଣି ଆଉ ଏକ ଲଘୁଚାପ ହେବାର ଥିବାରୁ ଆସନ୍ତା ସପ୍ତାହାନ୍ତରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଫଳରେ ପରିସ୍ଥିତି ଅଧିକ ଜଟିଳ ହୋଇଯିବ। ବନ୍ୟା ଯୋଗୁଁ କେବଳ ହୁବେଇ ପ୍ରଦେଶରେ ୪ ନିୟୁତ ଲୋକ ପ୍ରଭାବିତ ହୋଇଛନ୍ତି। ୪୦,୯୦୦ ଘର ଭୁଶୁଡ଼ି ପଡ଼ିଛି। ହଜାର ହଜାର ଏକର ଜମିରେ ଫସଲ ନଷ୍ଟ ହୋଇଯାଇଛି। ଚଳିତ ସପ୍ତାହରେ ସିଚୁଆନର ଚେଙ୍ଗଡୁରେ ଅଚାନକ ବନ୍ୟା ଆସି ୭ ଜଣଙ୍କ ମୃତ୍ୟୁ ହୋଇଯାଇଛି। ଗାନ୍ସୁରେ ୫ ଜଣ ବନ୍ୟାଜଳରେ ଭାସି ଯାଇଛନ୍ତି।




