ଚୀନର ନୂଆ ମାନଚିତ୍ରକୁ ଭାରତ ସମେତ ୫ ରାଷ୍ଟ୍ରର ବିରୋଧ
ନୂଆଦିଲ୍ଲୀ: ଚୀନ ଜାରି କରିଥିବା ନୂଆ ମାନଚିତ୍ରକୁ କେବଳ ଭାରତ ବିରୋଧ କରୁନାହିଁ। ଭାରତକୁ ଛାଡ଼ିଦେଲେ ତାଇୱାନ, ମାଲେସିଆ, ଫିଲିପାଇନ୍ସ ଆଦି ଦେଶ ଚୀନ୍ ମାନଚିତ୍ରକୁ ବିରୋଧ କରି ଆସୁଛନ୍ତି। ଏବେ ଏହି ତାଲିକାରେ ନେପାଳ ଯୋଡ଼ି ହୋଇଯାଇଛି। ତେବେ ନେପାଳର କୌଣସି ଅଂଶକୁ ଚୀନ ନିଜର ବୋଲି ଦାବି କରିଥିବା କାରଣରୁ ଏହା ହୋଇନାହିଁ। ବରଂ ନେପାଳ ନିଜର ବୋଲି ପୂର୍ବରୁ ଦାବି କରୁଥିବା କିଛି ଅଂଚଳକୁ ଚୀନ ଭାରତର ବୋଲି ଦର୍ଶାଇ ନୂଆ ବିବାଦ […]
ନୂଆଦିଲ୍ଲୀ: ଚୀନ ଜାରି କରିଥିବା ନୂଆ ମାନଚିତ୍ରକୁ କେବଳ ଭାରତ ବିରୋଧ କରୁନାହିଁ। ଭାରତକୁ ଛାଡ଼ିଦେଲେ ତାଇୱାନ, ମାଲେସିଆ, ଫିଲିପାଇନ୍ସ ଆଦି ଦେଶ ଚୀନ୍ ମାନଚିତ୍ରକୁ ବିରୋଧ କରି ଆସୁଛନ୍ତି। ଏବେ ଏହି ତାଲିକାରେ ନେପାଳ ଯୋଡ଼ି ହୋଇଯାଇଛି। ତେବେ ନେପାଳର କୌଣସି ଅଂଶକୁ ଚୀନ ନିଜର ବୋଲି ଦାବି କରିଥିବା କାରଣରୁ ଏହା ହୋଇନାହିଁ। ବରଂ ନେପାଳ ନିଜର ବୋଲି ପୂର୍ବରୁ ଦାବି କରୁଥିବା କିଛି ଅଂଚଳକୁ ଚୀନ ଭାରତର ବୋଲି ଦର୍ଶାଇ ନୂଆ ବିବାଦ ସୃଷ୍ଟି କରିଛି। ଏଥିସହ ଭାରତ ସମେତ ମୋଟ୍ ୫ଟି ରାଷ୍ଟ୍ର ଚୀନ୍ର ଏହି ବିବାଦୀୟ ମାନଚିତ୍ରକୁ ବିରୋଧ କରିଛନ୍ତି।
ନେପାଳର ରାଜନୈତିକ ମାନଚିତ୍ରରେ କାଲାପାନି, ଲିମ୍ପିୟାଧୁରା ଏବଂ ଲିପୁଲେଖକୁ ଚୀନ ତାହାର ନୂଆ ମାନଚିତ୍ରରେ ଭାରତର ବୋଲି ଦର୍ଶାଇଛି। ଏହି ତିନି ଅଞ୍ଚଳକୁ ପୂର୍ବରୁ ନିଜର ଦର୍ଶାଇ ନେପାଳ ଏକ ମାନଚିତ୍ର ଜାରି କରିଥିଲା। ନେପାଳ ସଂସଦରେ ନୂଆ ମାନଚିତ୍ରକୁ ଗୃହୀତ କରାଇ ନେଇଥିଲା। ଫଳରେ ଏହାକୁ ନେଇ ଭାରତ ଏବଂ ନେପାଳ ମଧ୍ୟରେ ବିବାଦ ରହିଛି। ଚୀନର ନୂଆ ନକ୍ସାକୁ ଉଭୟ ନେପାଳ ସରକାର ଏବଂ କେପି ଓଲିଙ୍କ ଦଳ ବିରୋଧ କରିଛନ୍ତି। ପୂର୍ବରୁ ଭାରତ ଯେତେବେଳେ ଏହାର ନକ୍ସା ଜାରି କରିଥିଲା ସେଥିରେ କାଲାପାନି, ଲିମ୍ପିୟାଧୁରା ଏବଂ ଲିପୁଲେଖକୁ ଭାରତର ଅଂଶଭାବେ ଦେଖାଯାଇଥିଲା। ନେପାଳ ପ୍ରଧାନମନ୍ତ୍ରୀ ଚଳିତମାସ ୨୨ ତାରିଖରେ ଚୀନ ଗସ୍ତରେ ଯିବା କାର୍ଯ୍ୟକ୍ରମ ରହିଛି। ଏହା ପୂର୍ବରୁ ନକ୍ସା ବିବାଦ ଦେଖାଦେଇଛି। ତେଣୁ ଆଗାମୀ ଗସ୍ତ ସମୟରେ ନେପାଳ ଏହି ପ୍ରସଙ୍ଗ ଚୀନ ସହିତ ଉଠାଇପାରେ ବୋଲି ଅନୁମାନ କରାଯାଉଛି।




