ଚୀନରେ ଆତଙ୍କ ଖେଳାଇଛି ଏଚ୍୯ଏନ୨, ଭାରତକୁ ବିପଦ ନାହିଁ
ନୂଆଦିଲ୍ଲୀ : ଚୀନ୍ରେ ଏବେ ଏଚ୍୯ଏନ୍୨ ଭାଇରସ୍ ଆତଙ୍କ ଖେଳାଇଛି। ଉତ୍ତର ଚୀନ୍ରେ ଶିଶୁମାନଙ୍କ ମଧ୍ୟରେ ଶ୍ବାସକ୍ରୀୟା ଜନିତ ସମସ୍ୟା ବଢ଼ିଯାଇଛି। ହସ୍ପିଟାଲରେ ଅସୁସ୍ଥ ଶିଶୁ ଭର୍ତ୍ତି ହେବା ବଢ଼ିଚାଲିଛି। କରୋନା ମହାମାରୀରୁ ଏବେ ବି ମୁକୁଳି ପାରିନଥିବା ଚୀନ୍ରେ ଏବେ ପୁଣି ଆଉ ଏକ ଭାଇରସ୍ ଯୋଗୁଁ ଶିଶୁଙ୍କ ଅସୁସ୍ଥତା ବଢ଼ିବା ଅନ୍ୟ ରାଷ୍ଟ୍ରମାନଙ୍କର ବି ଚିନ୍ତା ବଢ଼ାଇଛି। ଚୀନ୍ରେ ଏହି ସଂକ୍ରମଣ ମାଡ଼ିବା ଖବର ଆସିବା ପରେ ଭାରତ ସରକାର ତତ୍ପର ହୋଇଯାଇଛନ୍ତି। କେନ୍ଦ୍ର […]
ନୂଆଦିଲ୍ଲୀ : ଚୀନ୍ରେ ଏବେ ଏଚ୍୯ଏନ୍୨ ଭାଇରସ୍ ଆତଙ୍କ ଖେଳାଇଛି। ଉତ୍ତର ଚୀନ୍ରେ ଶିଶୁମାନଙ୍କ ମଧ୍ୟରେ ଶ୍ବାସକ୍ରୀୟା ଜନିତ ସମସ୍ୟା ବଢ଼ିଯାଇଛି। ହସ୍ପିଟାଲରେ ଅସୁସ୍ଥ ଶିଶୁ ଭର୍ତ୍ତି ହେବା ବଢ଼ିଚାଲିଛି। କରୋନା ମହାମାରୀରୁ ଏବେ ବି ମୁକୁଳି ପାରିନଥିବା ଚୀନ୍ରେ ଏବେ ପୁଣି ଆଉ ଏକ ଭାଇରସ୍ ଯୋଗୁଁ ଶିଶୁଙ୍କ ଅସୁସ୍ଥତା ବଢ଼ିବା ଅନ୍ୟ ରାଷ୍ଟ୍ରମାନଙ୍କର ବି ଚିନ୍ତା ବଢ଼ାଇଛି। ଚୀନ୍ରେ ଏହି ସଂକ୍ରମଣ ମାଡ଼ିବା ଖବର ଆସିବା ପରେ ଭାରତ ସରକାର ତତ୍ପର ହୋଇଯାଇଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ କହିଛନ୍ତି, ଏହା ଏଚ୯ଏନ୍୨ ସଂକ୍ରମଣକୁ ଅତି ଭଲଭାବେ ଯାଞ୍ଚ କରୁଛନ୍ତି। ତେବେ ଭାରତ ପ୍ରତି କମ୍ ବିପଦ ରହିଛି। ଭାରତ ଯେକୌଣସି ପ୍ରକାର ସ୍ଥିିତିର ମୁକାବିଲା ପାଇଁ ପ୍ରସ୍ତୁତ ବୋଲି ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଚୀନ୍ରେ ଶିଶୁଙ୍କ ମଧ୍ୟରେ ସଂକ୍ରମଣ ବଢ଼ିବା ନେଇ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଏକ ବିବୃତି ଜାରି କରିଛନ୍ତି। ଗତ କିଛି ସପ୍ତାହ ମଧ୍ୟରେ ଚୀନ୍ରେ ଏହି ଶ୍ବାସଜନିତ ସଂକ୍ରମଣ ବୃଦ୍ଧି ପାଇଛି। ଏଦିଗରେ ଅଧିକ ଯାଞ୍ଚ ଜାରି ରହିଛି।




