ଚିନ୍ତା ବଢ଼ାଇଲାଣି ବିଏ.୨.୮୬ ପ୍ରଜାତି
ୱାସିଂଟନ: କୋଭିଡ୍-୧୯ ଭୂତାଣୁର ଏକ ନୂତନ ଓ ଅତ୍ୟଧିକ ପରିବର୍ତ୍ତିତ ପ୍ରଜାତି ବିଏ.୨.୮୬ ଏବେ ଚିନ୍ତା ବଢ଼ାଉଛି । ଏହା କେତେକ ଦେଶରେ ଚିହ୍ନଟ ହୋଇ ପୁନଃ ସଂକ୍ରମଣ ବୃଦ୍ଧି ଘଟାଉଛି। ଆମେରିକା, ଇଂଲଣ୍ଡ, ଇସ୍ରାଏଲ ଓ ଡେନମାର୍କରେ ବିଏ.୨.୮୬ ପ୍ରଜାତି ପାଇଁ ସଂକ୍ରମଣ ବୃଦ୍ଧି ପାଉଛି। ତେବେ ଏହା କେତେ ସଂକ୍ରମଣଶୀଳ ଏବଂ ଏହାର ପୂର୍ବ ଭାରିଆଣ୍ଟ ଅପେକ୍ଷା ଅଧିକ ଗୁରୁତର ସମସ୍ୟା ସୃଷ୍ଟି କରିବ କି ନା ତାହା ଜଣାପଡ଼ି ନାହିଁ। ବୈଜ୍ଞାନିକମାନେ ଏହି […]
ୱାସିଂଟନ: କୋଭିଡ୍-୧୯ ଭୂତାଣୁର ଏକ ନୂତନ ଓ ଅତ୍ୟଧିକ ପରିବର୍ତ୍ତିତ ପ୍ରଜାତି ବିଏ.୨.୮୬ ଏବେ ଚିନ୍ତା ବଢ଼ାଉଛି । ଏହା କେତେକ ଦେଶରେ ଚିହ୍ନଟ ହୋଇ ପୁନଃ ସଂକ୍ରମଣ ବୃଦ୍ଧି ଘଟାଉଛି। ଆମେରିକା, ଇଂଲଣ୍ଡ, ଇସ୍ରାଏଲ ଓ ଡେନମାର୍କରେ ବିଏ.୨.୮୬ ପ୍ରଜାତି ପାଇଁ ସଂକ୍ରମଣ ବୃଦ୍ଧି ପାଉଛି। ତେବେ ଏହା କେତେ ସଂକ୍ରମଣଶୀଳ ଏବଂ ଏହାର ପୂର୍ବ ଭାରିଆଣ୍ଟ ଅପେକ୍ଷା ଅଧିକ ଗୁରୁତର ସମସ୍ୟା ସୃଷ୍ଟି କରିବ କି ନା ତାହା ଜଣାପଡ଼ି ନାହିଁ। ବୈଜ୍ଞାନିକମାନେ ଏହି ନୂତନ ମ୍ୟୁଟେସନ୍ ବିଏ.୨.୮୬ର ଆବିର୍ଭାବ ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି। ଏହାର ୩୬ଟି ମ୍ୟୁଟେସନ୍ ଅଛି ଯେଉଁଥିପାଇଁ ଏହା ବର୍ତ୍ତମାନର ଏକ୍ସବିବି.୧.୫ ପ୍ରଜାତିଠାରୁ ଭିନ୍ନ। ବର୍ତ୍ତମାନ ଏହି ଭୂତାଣୁର ଶୀଘ୍ର ସଂକ୍ରମଣଶୀଳତା କିମ୍ବା ପୂର୍ବାପେକ୍ଷା ଅଧିକ ଗୁରୁତର ସମସ୍ୟା ସୃଷ୍ଟି କରିବା ନେଇ କୌଣସି ପ୍ରମାଣ ନ ଥିଲେ ମଧ୍ୟ ଆମେରିକାର ରୋଗ ନିୟନ୍ତ୍ରଣ ଓ ନିରାକରଣ ବିଭାଗ ପୂର୍ବ ପରି କୋଭିଡ୍ ନିର୍ଦ୍ଦେଶାବଳୀ ପାଳନ କରିବାକୁ ଲୋକମାନଙ୍କୁ ପରାମର୍ଶ ଦେଇଛି।




