ଚିନ୍ତା ବଢ଼ାଇଲାଣି ଜେଏନ୍.୧, ବଢ଼ୁଛି କରୋନା ସଂକ୍ରମଣ
ନୂଆଦିଲ୍ଲୀ : କରୋନାର ଉପପ୍ରଜାତି ଜେଏନ୍.୧ ଚିନ୍ତା ବଢ଼ାଇଲାଣି। ଜେଏନ୍.୧ ପାଇଁ କରୋନା ସଂକ୍ରମଣ ବଢ଼ୁଛି। ଦେଶରେ ଆଜି ପୁଣିଥରେ ଦୈନିକ ସଂକ୍ରମଣ ୬୫୬ ରହିଛି। ସକ୍ରିୟ ମାମଲା ଗତକାଲି ୩,୪୨୦ ଥିବାବେଳେ ଆଜି ସକ୍ରିୟ ମାମଲା ୩,୭୪୨କୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟାରେ କେରଳରେ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି। ଦେଶରେ ମୋଟ୍ ମୃତ୍ୟୁସଂଖ୍ୟା ୫,୩୩,୩୩୩ରେ ପହଞ୍ଚିଛି। ଦେଶରେ ମୃତ୍ୟୁହାର ୧.୧୮ ପ୍ରତିଶତ ରହିଛଇ। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଅନୁଯାୟୀ କେରଳରେ ଦିନକରେ ସକ୍ରିୟ […]
ନୂଆଦିଲ୍ଲୀ : କରୋନାର ଉପପ୍ରଜାତି ଜେଏନ୍.୧ ଚିନ୍ତା ବଢ଼ାଇଲାଣି। ଜେଏନ୍.୧ ପାଇଁ କରୋନା ସଂକ୍ରମଣ ବଢ଼ୁଛି। ଦେଶରେ ଆଜି ପୁଣିଥରେ ଦୈନିକ ସଂକ୍ରମଣ ୬୫୬ ରହିଛି। ସକ୍ରିୟ ମାମଲା ଗତକାଲି ୩,୪୨୦ ଥିବାବେଳେ ଆଜି ସକ୍ରିୟ ମାମଲା ୩,୭୪୨କୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟାରେ କେରଳରେ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି। ଦେଶରେ ମୋଟ୍ ମୃତ୍ୟୁସଂଖ୍ୟା ୫,୩୩,୩୩୩ରେ ପହଞ୍ଚିଛି। ଦେଶରେ ମୃତ୍ୟୁହାର ୧.୧୮ ପ୍ରତିଶତ ରହିଛଇ। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଅନୁଯାୟୀ କେରଳରେ ଦିନକରେ ସକ୍ରିୟ ମାମଲା ୧୨୬ ଥିବାବେଳେ କର୍ଣ୍ଣାଟକରେ ୯୬, ମହାରାଷ୍ଟ୍ରରେ ୩୫, ଦିଲ୍ଲୀରେ ୧୬, ତେଲେଙ୍ଗାନାରେ ୧୧, ଗୁଜରାଟରେ ୧୦ ରହିଛି। ଗତକାଲି ଦେଶରେ ୩୩୩ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଦେଶରେ ଆରୋଗ୍ୟ ହାର ୯୮.୮୧ ପ୍ରତିଶତ। ଦେଶରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୪.୫୦ କୋଟି । ଏଯାବତ ଦେଶରେ ୨୨୦.୬୪ କୋଟି କରୋନା ଡୋଜ୍ ଦିଆଗଲାଣି।




