ଚିତା ମୃତ୍ୟୁ ମାମଲାରେ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟରେ ଆଶ୍ବସ୍ତି
ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ କେନ୍ଦ୍ର ସରକାରଙ୍କୁ ବଡ଼ ଆଶ୍ବସ୍ତି ମିଳିଛି। ସୁପ୍ରିମକୋର୍ଟ କହିଛନ୍ତି, ଭାରତରେ ଚିତାବାଘଙ୍କ ପୁନର୍ବସତି ପାଇଁ କେନ୍ଦ୍ର ସରକାର ଯେଉଁ ଉଦ୍ୟମ କରୁଛନ୍ତି, ତା’ ଉପରେ ପ୍ରଶ୍ନ କରିବାର କୌଣସି ଆବଶ୍ୟକତା ନାହିଁ। କୁନୋ ଜାତୀୟ ଉଦ୍ୟାନରେ ୯ ଚିତାଙ୍କ ମୃତ୍ୟୁ ନେଇ କରାଯାଇଥିବା ଆବେଦନର ଶୁଣାଣି କରିବା ଅବସରରେ କୋର୍ଟ ଏହା କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଗତବର୍ଷ ସେପ୍ଟେମ୍ବର ମାସରେ ନାମିବ୍ୟ ଏବଂ ଦକ୍ଷିଣ ଆଫ୍ରିକାରୁ ୨୦ଟି ଚିତା ଆଣି କୁନୋ ଜାତୀୟ ଉଦ୍ୟାନରେ […]
ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ କେନ୍ଦ୍ର ସରକାରଙ୍କୁ ବଡ଼ ଆଶ୍ବସ୍ତି ମିଳିଛି। ସୁପ୍ରିମକୋର୍ଟ କହିଛନ୍ତି, ଭାରତରେ ଚିତାବାଘଙ୍କ ପୁନର୍ବସତି ପାଇଁ କେନ୍ଦ୍ର ସରକାର ଯେଉଁ ଉଦ୍ୟମ କରୁଛନ୍ତି, ତା’ ଉପରେ ପ୍ରଶ୍ନ କରିବାର କୌଣସି ଆବଶ୍ୟକତା ନାହିଁ। କୁନୋ ଜାତୀୟ ଉଦ୍ୟାନରେ ୯ ଚିତାଙ୍କ ମୃତ୍ୟୁ ନେଇ କରାଯାଇଥିବା ଆବେଦନର ଶୁଣାଣି କରିବା ଅବସରରେ କୋର୍ଟ ଏହା କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଗତବର୍ଷ ସେପ୍ଟେମ୍ବର ମାସରେ ନାମିବ୍ୟ ଏବଂ ଦକ୍ଷିଣ ଆଫ୍ରିକାରୁ ୨୦ଟି ଚିତା ଆଣି କୁନୋ ଜାତୀୟ ଉଦ୍ୟାନରେ ରଖାଯାଇଥିଲା। ତା’ପରେ ଚାରୋଟି ଛୁଆ ଜନ୍ମ ହୋଇଥିଲେ। ୧୯୫୨ ମସିହାରୁ ଭାରତରୁ ଚିତାବଂଶ ଲୋପ ପାଇଯାଇଥିବା ବେଳେ ଦେଶରେ ପୁଣି ଚିତାଙ୍କ ପୁନର୍ବସତି ପାଇଁ ନାମିବ୍ୟାରୁ ଉକ୍ତ ଚିତାମାନଙ୍କୁ ଅଣାଯାଇଥିଲା। ତେବେ କେତେକ ବିଶେଷଜ୍ଞଙ୍କ ମତରେ ନିମ୍ନମାନର ରେଡିଓ କଲାର ପିନ୍ଧାଯିବା ଯୋଗୁ ଚିତାଙ୍କ ମୃତ୍ୟୁ ହେଲା। କିନ୍ତୁ ସରକାର ଏଭଳି ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି, ତାହା ବୈଜ୍ଞାନିକ ପ୍ରମାଣ ଉପରେ ଆଧାରିତ ନୁହେଁ। ଭାରତରେ ଚିତାଙ୍କ ସୁରକ୍ଷାରେ କୌଣସି ତ୍ରୁଟି ହୋଇ ନାହିଁ ଏବଂ ବିଦେଶୀ ବିଶେଷଜ୍ଞମାନଙ୍କର ବି ସାହାଯ୍ୟ ନିଆଯାଇଛି ବୋଲି ସରକାର ଯୁକ୍ତି ଦର୍ଶାଇଥିଲେ।




