ଚିତା ମୃତ୍ୟୁ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ କହିଲେ ସୁପ୍ରିମକୋର୍ଟ- ‘ପ୍ରେଷ୍ଟିଜ ଇସ୍ୟୁ କରନା’

ନୂଆଦିଲ୍ଲୀ:ଚାରିମାସ ଭିତରେ କୁନୋ ଜାତୀୟ ଉଦ୍ୟାନରେ ତିନି ଛୁଆ ସମେତ ମୋଟ ୮ଟି ଚିତାଙ୍କର ମୃତ୍ୟୁ ଘଟିସାରିଲାଣି। ଚର୍ମ ସଂକ୍ରମଣ ହେତୁ ନିକଟରେ ଦୁଇଟି ଚିତାର ମୃତ୍ୟୁ ଘଟିଥିଲା। ଏଥିପାଇଁ ସୁପ୍ରିମ୍‌କୋର୍ଟ ଗୁରୁବାର କେନ୍ଦ୍ର ସରକାରଙ୍କଠାରୁ ଜବାବ ମାଗିଛନ୍ତି। କୋର୍ଟ କହିଛନ୍ତି, ବର୍ଷକ ଭିତରେ ୪୦ ପ୍ରତିଶତ ଚିତାଙ୍କ ମୃତ୍ୟୁ ଘଟିବା ଆଦୌ ଭଲ ଳକ୍ଷଣ ନୁହେଁ। ଚିତାଙ୍କ ବେକରେ ବନ୍ଧାଯାଇଥିବା ରେଡିଓ କଲାର ଘଷି ହୋଇ ଚର୍ମ ସଂକ୍ରମିତ ହେବାରୁ ସେପ୍ଟିସୋମିଆରେ ନିକଟରେ ଦୁଇ ଚିତାଙ୍କର […]

Samaya Live Picture
Published On

ନୂଆଦିଲ୍ଲୀ:ଚାରିମାସ ଭିତରେ କୁନୋ ଜାତୀୟ ଉଦ୍ୟାନରେ ତିନି ଛୁଆ ସମେତ ମୋଟ ୮ଟି ଚିତାଙ୍କର ମୃତ୍ୟୁ ଘଟିସାରିଲାଣି। ଚର୍ମ ସଂକ୍ରମଣ ହେତୁ ନିକଟରେ ଦୁଇଟି ଚିତାର ମୃତ୍ୟୁ ଘଟିଥିଲା। ଏଥିପାଇଁ ସୁପ୍ରିମ୍‌କୋର୍ଟ ଗୁରୁବାର କେନ୍ଦ୍ର ସରକାରଙ୍କଠାରୁ ଜବାବ ମାଗିଛନ୍ତି। କୋର୍ଟ କହିଛନ୍ତି, ବର୍ଷକ ଭିତରେ ୪୦ ପ୍ରତିଶତ ଚିତାଙ୍କ ମୃତ୍ୟୁ ଘଟିବା ଆଦୌ ଭଲ ଳକ୍ଷଣ ନୁହେଁ। ଚିତାଙ୍କ ବେକରେ ବନ୍ଧାଯାଇଥିବା ରେଡିଓ କଲାର ଘଷି ହୋଇ ଚର୍ମ ସଂକ୍ରମିତ ହେବାରୁ ସେପ୍ଟିସୋମିଆରେ ନିକଟରେ ଦୁଇ ଚିତାଙ୍କର ମୃତ୍ୟୁ ଘଟିଥିଲା‌ ବୋଲି କୁହାଯାଉଛି। ସର୍ବୋଚ୍ଚ ଅଦାଲତ ଏନେଇ କେନ୍ଦ୍ର ସରକାରଙ୍କୁ ଜବାବ ମାଗିବା ସହ ଏହାକୁ ପ୍ରେଷ୍ଟିଜ୍ ଇସ୍ୟୁ ନ କରିବା ପାଇଁ କହିଛନ୍ତି। କାରଣ ଅଳ୍ପ ଦିନରେ ଏତେ ଚିତାଙ୍କର ମୃତ୍ୟୁ ଘଟିବା ଉଦ୍‌ବେଗଜନକ। ଯଦି କୁନୋ ଜାତୀୟ ଉଦ୍ୟାନ ଚିତାମାନଙ୍କୁ ସୁହାଉନି ତେବେ ସେମାନଙ୍କ ପାଇଁ ଅନ୍ୟତ୍ର ରହିବା ବ୍ୟବସ୍ଥା କରିବାକୁ କୋର୍ଟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି। କେନ୍ଦ୍ର ସରକାର କୋର୍ଟଙ୍କ ପରାମର୍ଶ ଉପରେ ଜବାବ ଦେବା ପାଇଁ ରାଜି ହୋଇଛନ୍ତି। ମାମଲାରେ ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୧ରେ ହେବ।

Tags: