ଚା ନଦେବାରୁ ଅପରେସନ ଅଧାରୁ ଛାଡ଼ି ପଳାଇଲେ ନାଗପୁର ଡାକ୍ତର
ନୂଆଦିଲ୍ଲୀ: ନାଗପୁରରେ ଏକ ସରକାରୀ ହସ୍ପିଟାଲ୍ରେ ଜଣେ ଡାକ୍ତରଙ୍କର ଅତ୍ୟନ୍ତ ଦାୟିତ୍ବହୀନତା ଏବଂ ଅବହେଳା ରୋଗୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି। ନାଗପୁରର ମୌଦା ତହସିଲ ଅଧୀନରେ ଏକ ସ୍ଥାନୀୟ ସ୍ବାସ୍ଥ୍ୟ କେନ୍ଦ୍ରରେ ନଭେମ୍ବର ୩ ତାରିଖରେ ଜଣେ ଡାକ୍ତର ସାମାନ୍ୟ ଚା ପାଇଁ ଅପରେସନ ଅଧାରୁ ଛାଡ଼ି ପଳାଇଥିଲେ। ନଭେମ୍ବର ୩ ତାରିଖରେ ଉକ୍ତ ହସ୍ପିଟାଲ୍ରେ ୮ ଜଣ ମହିଳାଙ୍କର ପରିବାର ଫ୍ୟାମିଲି ପ୍ଲାନିଂ ଅପରେସନ୍ ଥିଲା। ଡାକ୍ତର ଜଣଙ୍କ ୪ ଜଣ ମହିଳାଙ୍କ […]
ନୂଆଦିଲ୍ଲୀ: ନାଗପୁରରେ ଏକ ସରକାରୀ ହସ୍ପିଟାଲ୍ରେ ଜଣେ ଡାକ୍ତରଙ୍କର ଅତ୍ୟନ୍ତ ଦାୟିତ୍ବହୀନତା ଏବଂ ଅବହେଳା ରୋଗୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି। ନାଗପୁରର ମୌଦା ତହସିଲ ଅଧୀନରେ ଏକ ସ୍ଥାନୀୟ ସ୍ବାସ୍ଥ୍ୟ କେନ୍ଦ୍ରରେ ନଭେମ୍ବର ୩ ତାରିଖରେ ଜଣେ ଡାକ୍ତର ସାମାନ୍ୟ ଚା ପାଇଁ ଅପରେସନ ଅଧାରୁ ଛାଡ଼ି ପଳାଇଥିଲେ। ନଭେମ୍ବର ୩ ତାରିଖରେ ଉକ୍ତ ହସ୍ପିଟାଲ୍ରେ ୮ ଜଣ ମହିଳାଙ୍କର ପରିବାର ଫ୍ୟାମିଲି ପ୍ଲାନିଂ ଅପରେସନ୍ ଥିଲା। ଡାକ୍ତର ଜଣଙ୍କ ୪ ଜଣ ମହିଳାଙ୍କ ଅପରେସନ୍ କରିଥିଲେ ଏବଂ ଅନ୍ୟ ୪ ଜଣଙ୍କୁ ଆନାସସ୍ଥେସିଆ ଦେଇଥିଲେ। ଅପରେସନ ମଝିରେ ସେ ହସ୍ପିଟାଲ୍ର ଜଣେ କର୍ମଚାରୀଙ୍କୁ ଗୋଟେ କପ୍ ଚା ପିଇବାକୁ ମାଗିଥିଲେ। କିନ୍ତୁ ତାଙ୍କ ଅନୁରୋଧ ପୂରଣ ନହେବାରୁ ସେ ବାକି ଅପରେସନ୍ ନକରି ଅଧାରୁ ଓଟି ଛାଡ଼ି ପଳାଇଥିଲେ। ଉକ୍ତ ଡାକ୍ତରଙ୍କ ନାଁ ତେଜରଙ୍ଗ ଭଲାବି। ଏହାପରେ ହସ୍ପିଟାଲ୍ ପ୍ରଶାସନ ପକ୍ଷରୁ ଜିଲ୍ଲା ମେଡିକାଲ ଅଫିସରଙ୍କ ସହ ଯୋଗାଯୋଗ କରାଯାଇଥିଲା। ପରେ ଅନ୍ୟଜଣେ ଡାକ୍ତର ଆସି ଆନାଦସ୍ଥେସିଆ ଦିଆଯାଇଥିବା ଅନ୍ୟ ୪ ମହିଳାଙ୍କ ଅସ୍ତ୍ରୋପଚାର କରିଥିଲେ। ଜିଲ୍ଲା ପ୍ରଶାସନ ଏବେ ଉକ୍ତ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଉକ୍ତ ମାମଲାର ତଦନ୍ତ ପାଇଁ ଏକ ୩ ଜଣିଆ କମିଟି ଗଠନ ହୋଇଛି ବୋଲି ନାଗପୁର ଜିଲ୍ଲା ପରିଷଦ ସିଇଓ ସୌମ୍ୟା ଶର୍ମା କହିଛନ୍ତି।




