ଚାଷୀ ପୁଅକୁ ବାହାହେଲେ ୨ ଲକ୍ଷ ଟଙ୍କା ମିଳିବ : କୁମାରସ୍ବାମୀ
ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା ନିର୍ବାଚନକୁ ମାସେରୁ କମ୍ ସମୟ ଥିବା ବେଳେ ପ୍ରଚାର କାର୍ଯ୍ୟକ୍ରମ ଜୋର୍ଦାର ହୋଇଛି। କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଡିଏସ୍ ନେତା ଏଚ୍ଡି କୁମାରସ୍ବାମୀ ଆଜି କୋଲାରରେ ଏକ ରାଲି କରି ରାଜ୍ୟବାସୀଙ୍କ ପାଇଁ ଏକ ବଡ଼ ଅଫର ଘୋଷଣା କରିଛନ୍ତି। ଯଦି ନିର୍ବାଚନରେ ତାଙ୍କ ଦଳ ବିଜୟୀ ହୁଏ ତେବେ କର୍ଣ୍ଣାଟକରେ ଯେଉଁ ମହିଳା ଚାଷୀ ପୁଅକୁ ବିବାହ କରିବେ ସେମାନଙ୍କୁ ୨ ଲକ୍ଷ ଟଙ୍କା ମିଳିବ। କୁମାରସ୍ବାମୀ କହିଛନ୍ତି, ଝିଅମାନେ […]
ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା ନିର୍ବାଚନକୁ ମାସେରୁ କମ୍ ସମୟ ଥିବା ବେଳେ ପ୍ରଚାର କାର୍ଯ୍ୟକ୍ରମ ଜୋର୍ଦାର ହୋଇଛି। କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଡିଏସ୍ ନେତା ଏଚ୍ଡି କୁମାରସ୍ବାମୀ ଆଜି କୋଲାରରେ ଏକ ରାଲି କରି ରାଜ୍ୟବାସୀଙ୍କ ପାଇଁ ଏକ ବଡ଼ ଅଫର ଘୋଷଣା କରିଛନ୍ତି। ଯଦି ନିର୍ବାଚନରେ ତାଙ୍କ ଦଳ ବିଜୟୀ ହୁଏ ତେବେ କର୍ଣ୍ଣାଟକରେ ଯେଉଁ ମହିଳା ଚାଷୀ ପୁଅକୁ ବିବାହ କରିବେ ସେମାନଙ୍କୁ ୨ ଲକ୍ଷ ଟଙ୍କା ମିଳିବ। କୁମାରସ୍ବାମୀ କହିଛନ୍ତି, ଝିଅମାନେ ଚାଷୀ ପୁଅକୁ ବିବାହ କରିବାକୁ ପ୍ରସ୍ତୁତ ନାହାନ୍ତି ବୋଲି ତାଙ୍କ ନିକଟରେ ଏକ ଅଭିଯୋଗ ହୋଇଥିଲା। ତେଣୁ ସେ ଚାଷୀ ପୁଅଙ୍କୁ ବିବାହ ପାଇଁ ଉତ୍ସାହିତ କରିବାପାଇଁ ଏହି ଘୋଷଣା କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ମେ’ ୧୦ ତାରିଖରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଥିବାବେଳେ ମେ’ ୧୩ରେ ଫଳାଫଳ ଆସିବ।




