ଚାଷୀ ଆନ୍ଦୋଳନ ସହ ଜଡ଼ିତ ୧୭୭ ସୋସିଆଲ ମିଡିଆ ଆକାଉଣ୍ଟ ଅଚଳ କଲା ଆଇଟି ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ସରକାରଙ୍କ ସହ ଚାଷୀ ନେତାଙ୍କ ଆନ୍ଦୋଳନରୁ କିଛି ନିଷ୍କର୍ସ ବାହାରି ପାରିନି। ସରକାରଙ୍କ ନୂଆ ପ୍ରସ୍ତାବକୁ ଚାଷୀ ସଂଗଠନ ଗ୍ରହଣ କରିନାହାନ୍ତି। ସେମାନେ ନିଜର ଆନ୍ଦୋଳନ ଜାରି ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସୂଚନା ଓ ପ୍ରଯୁକ୍ତି ମନ୍ତ୍ରଣାଳୟ ପକ୍ଷରୁ ଚାଷୀ ଆନ୍ଦୋଳନ ସହ ଜଡ଼ିତ ୧୭୭ଟି ସୋସିଆଲ ମିଡିଆ ଆକାଉଣ୍ଟ ଓ ଲିଙ୍କ୍କୁ ସାମୟିକ ଭାବେ ଅଚଳ କରିଦିଆଯାଇଛି। କେନ୍ଦ୍ର ଗୃହ ମନ୍ତ୍ରାଳୟ ଅନୁରୋଧରେ ସୋମବାର, ଆଇଟି ମନ୍ତ୍ରାଳୟ ଏହି ଆକାଉଣ୍ଟ […]

Samaya Live Picture
Published On

ନୂଆଦିଲ୍ଲୀ: ସରକାରଙ୍କ ସହ ଚାଷୀ ନେତାଙ୍କ ଆନ୍ଦୋଳନରୁ କିଛି ନିଷ୍କର୍ସ ବାହାରି ପାରିନି। ସରକାରଙ୍କ ନୂଆ ପ୍ରସ୍ତାବକୁ ଚାଷୀ ସଂଗଠନ ଗ୍ରହଣ କରିନାହାନ୍ତି। ସେମାନେ ନିଜର ଆନ୍ଦୋଳନ ଜାରି ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସୂଚନା ଓ ପ୍ରଯୁକ୍ତି ମନ୍ତ୍ରଣାଳୟ ପକ୍ଷରୁ ଚାଷୀ ଆନ୍ଦୋଳନ ସହ ଜଡ଼ିତ ୧୭୭ଟି ସୋସିଆଲ ମିଡିଆ ଆକାଉଣ୍ଟ ଓ ଲିଙ୍କ୍କୁ ସାମୟିକ ଭାବେ ଅଚଳ କରିଦିଆଯାଇଛି।
କେନ୍ଦ୍ର ଗୃହ ମନ୍ତ୍ରାଳୟ ଅନୁରୋଧରେ ସୋମବାର, ଆଇଟି ମନ୍ତ୍ରାଳୟ ଏହି ଆକାଉଣ୍ଟ ଗୁଡ଼ିକୁ ତୁରନ୍ତ ଅଚଳ କରିଥିବା ଜଣାଯାଇଛି। ଗତ ସପ୍ତାହରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ଏନେଇ ଆଇଟି ମନ୍ତ୍ରାଳୟକୁ ଚିଠି ଳେଖି ଅନୁରୋଧ କରିଥିଲେ। ଦେଶରେ ଆଇନଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଏଭଳି ପଦକ୍ଷେପ ନିଆଯାଇଥିବା ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି।

Tags: