ଚାଷୀ ଆନ୍ଦୋଳନ ଜାରି, କେନ୍ଦ୍ର ସରକାରଙ୍କ ସହ ଚାଷୀ ନେତାଙ୍କ ବୈଠକ ଆସନ୍ତାକାଲି
ନୂଆଦିଲ୍ଲୀ : ବିଭିନ୍ନ ଦାବିରେ ହରିୟାଣା ଏବଂ ପଂଜାବ କୃଷକଙ୍କ ଆନ୍ଦୋଳନ ଜାରି ରହିଛି। ପଂଜାବ –ହରିୟାଣା ସୀମାରେ ପୁଲିସ ସହ ସଂଘର୍ଷ ପରେ ଆନ୍ଦୋଳନରତ ଚାଷୀମାନେ ଆଜି ପୁଣି ଥରେ ଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ପଂଜାବ –ହରିୟାଣା ସୀମାର ଶମ୍ଭୁ ସୀମାରେ ଶତାଧିକ ଟ୍ରାକ୍ଟର ଟ୍ରଲି ଦେଖିବାକୁ ମିଳିଛି। ବ୍ୟାପକ ସୁରକ୍ଷା ମୁତୟନ, ବ୍ୟାରିକେଡ୍ ଏବଂ ରାସ୍ତା ଖୋଳାଯିବା ସତ୍ତ୍ବେ କୃଷକମାନେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି। ପୁଲିସ ଆଜି ମଧ୍ୟ ଆନ୍ଦୋଳନରତ […]
ନୂଆଦିଲ୍ଲୀ : ବିଭିନ୍ନ ଦାବିରେ ହରିୟାଣା ଏବଂ ପଂଜାବ କୃଷକଙ୍କ ଆନ୍ଦୋଳନ ଜାରି ରହିଛି। ପଂଜାବ –ହରିୟାଣା ସୀମାରେ ପୁଲିସ ସହ ସଂଘର୍ଷ ପରେ ଆନ୍ଦୋଳନରତ ଚାଷୀମାନେ ଆଜି ପୁଣି ଥରେ ଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ପଂଜାବ –ହରିୟାଣା ସୀମାର ଶମ୍ଭୁ ସୀମାରେ ଶତାଧିକ ଟ୍ରାକ୍ଟର ଟ୍ରଲି ଦେଖିବାକୁ ମିଳିଛି। ବ୍ୟାପକ ସୁରକ୍ଷା ମୁତୟନ, ବ୍ୟାରିକେଡ୍ ଏବଂ ରାସ୍ତା ଖୋଳାଯିବା ସତ୍ତ୍ବେ କୃଷକମାନେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି। ପୁଲିସ ଆଜି ମଧ୍ୟ ଆନ୍ଦୋଳନରତ କୃଷକଙ୍କ ଉପରେ ଲୁହବୁହା ଗ୍ୟାସ ପ୍ରୟୋଗ କରିଛି। ଉଲ୍ଲେଖଯୋଗ୍ୟ ଯେ ସଂଯୁକ୍ତ କିଷାାନ ମୋର୍ଚ୍ଚା ନେତୃତ୍ବରେ ଦିଲ୍ଲୀ ଚଲୋ ଯାତ୍ରା ଚାଲିଛି। ଗତକାଲି ଆନ୍ଦୋଳନରତ କୃଷତ ଏବଂ ପୁଲିସଙ୍କ ମଧ୍ୟରେ ଲାଗିଥିବା ସଂଘର୍ଷ ଯୋଗୁଁ ୨୪ ପୁଲିସ ଆହତ ହୋଇଥଥିଲେ ଏବଂ ୬୦ରୁ ଅଧିକ ଆନ୍ଦୋଳନରତ କୃଷକ ଆହତ ହୋଇଥିଲେ। ଆନ୍ଦୋଳନରତ କୃଷକ ଆସନ୍ତାକାଲି କେନ୍ଦ୍ର ସରକାରଙ୍କ ସହ ତୃତୀୟ ରାଉଣ୍ଡ ବୈଠକ କରିପାରନ୍ତି। ଚାଷୀ ନେତା ଏବଂ କେନ୍ଦ୍ର ମନ୍ତ୍ରୀଙ୍କ ସହ ଆସନ୍ତାକାଲି ବୈଠକ ହୋଇପାରେ। ବୈଠକର ପ୍ରକୃତ ସମୟ ଜଣାପଡ଼ିନି। କିନ୍ତୁ ଆସନ୍ତାକାଲି ଅପରାହ୍ନରେ ବୈଠକ ହେବ ବୋଲି ଜଣାପଡ଼ିଛି।




