ଚାକିରି ପାଇଁ ଜମି ଦୁର୍ନୀତି ମାମଲା, ଇଡିରେ ହାଜର ହେଲେ ରାବଡ଼ି ଦେବୀ
ନୂଆଦିଲ୍ଲୀ : ଆରଜେଡି ମୁଖ୍ୟ ଏବଂ ପୂର୍ବତନ ରେଳ ମନ୍ତ୍ରୀ ଲାଲୁ ଯାଦବଙ୍କ ପତ୍ନୀ ତଥା ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ ରାବଡ଼ି ଦେବୀ ଆଜି ଇଡି( ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ)ରେ ହାଜର ହୋଇଛନ୍ତି। ଚାକିରି ପାଇଁ ଜମି ଦୁର୍ନୀତି ମାମଲା ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଇଡି ଆଜି ରାବଡ଼ି ଦେବୀଙ୍କ ବୟାନ ରେକର୍ଡ କରିଛି। ପୂର୍ବରୁ ତାଙ୍କୁ ସିବିଆଇ ଜେରା କରିଥିଲା। ଉଲ୍ଲେଖଯୋଗ୍ୟ ଯେ ୨୦୦୪-୨୦୦୯ ମଧ୍ୟରେ ଲାଲୁ ରେଳ ମନ୍ତ୍ରୀ ଥିବା ସମୟରେ ଚାକିରି […]
ନୂଆଦିଲ୍ଲୀ : ଆରଜେଡି ମୁଖ୍ୟ ଏବଂ ପୂର୍ବତନ ରେଳ ମନ୍ତ୍ରୀ ଲାଲୁ ଯାଦବଙ୍କ ପତ୍ନୀ ତଥା ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ ରାବଡ଼ି ଦେବୀ ଆଜି ଇଡି( ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ)ରେ ହାଜର ହୋଇଛନ୍ତି। ଚାକିରି ପାଇଁ ଜମି ଦୁର୍ନୀତି ମାମଲା ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଇଡି ଆଜି ରାବଡ଼ି ଦେବୀଙ୍କ ବୟାନ ରେକର୍ଡ କରିଛି। ପୂର୍ବରୁ ତାଙ୍କୁ ସିବିଆଇ ଜେରା କରିଥିଲା। ଉଲ୍ଲେଖଯୋଗ୍ୟ ଯେ ୨୦୦୪-୨୦୦୯ ମଧ୍ୟରେ ଲାଲୁ ରେଳ ମନ୍ତ୍ରୀ ଥିବା ସମୟରେ ଚାକିରି ପାଇଁ ଜମି ଦୁର୍ନୀତି ହୋଇଥିଲା। ରେଳବାଇରେ ଚାକିରି ପାଇବା ପାଇଁ ଲୋକ ସେମାନଙ୍କ ଜମି ଯାଦବ ପରିବାରକୁ ଉପହାର ଭାବେ ଦେଇଥିଲେ ଏବଂ କମ୍ ଦରରେ ବିକ୍ରି କରିଥିଲେ। ସିବିଆଇ ଗତ ମାର୍ଚ୍ଚରେ ଏହି ଚାକିରି ପାଇଁ ଜମି ଦୁର୍ନୀତି ମାମଲାରେ ଲାଲୁ ଯାଦବଙ୍କୁ ଜେରା କରିଥିଲା। ଅକ୍ଟୋବର ୨୦୨୨ରେ ସିବିଆଇ ଏହି ଦୁର୍ନୀତି ମାମଲାରେ ଲାଲୁ ଏବଂ ରାବଡ଼ି ଦେବୀଙ୍କ ସମେତ ମୋଟ୍ ୧୬ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଥିଲା।




